Showing posts with label ଛନ୍ଦ. Show all posts
Showing posts with label ଛନ୍ଦ. Show all posts

Saturday, March 26, 2022

ଵାର୍ଣ୍ଣିକ ଛନ୍ଦ କାହାକୁ କୁହାଯାଏ ?

ଯେଉଁ ଛନ୍ଦ ଵା ପଦ୍ୟର ଚରଣରେ ଵର୍ଣ୍ଣର ସଂଖ୍ୟା ଏଵଂ ଗୁରୁ-ଲଘୁର କ୍ରମ ନିର୍ଦ୍ଦିଷ୍ଟ ହୋଇଥାଏ ତାକୁ ଵାର୍ଣ୍ଣିକ ଛନ୍ଦ କୁହାଯାଏ । ଛନ୍ଦର ଅନ୍ୟନାମ ଵୃତ୍ତ । ଵାର୍ଣ୍ଣିକ ଛନ୍ଦର ଅନ୍ୟନାମ ଵର୍ଣ୍ଣଵୃତ୍ତ ।  ଦଣ୍ଡକ ଛନ୍ଦ ଵା ଵୃତ୍ତ ଏକ ପ୍ରକାର ଵାର୍ଣ୍ଣିକ ଛନ୍ଦ ଵା ଵର୍ଣ୍ଣବୃତ୍ତ ଅଟେ ।

ଯେଉଁ ଛନ୍ଦରେ ଵର୍ଣ୍ଣର ସଂଖ୍ଯା, ଗଣଵିଧାନ, କ୍ରମ, ତଥା ଲଘୁ-ଗୁରୁ ସ୍ଵରର ଆଧାର ଉପରେ ପଦ ରଚନା କରାଯାଇଥାଏ ତାକୁ ହିଁ  ‘ଵର୍ଣିକ ଛନ୍ଦ’ କୁହାଯାଏ। ଵାର୍ଣ୍ଣିକ ଶବ୍ଦର ଵିଶେଷଣ ଅର୍ଥ ଵର୍ଣ୍ଣ ସମ୍ବନ୍ଧୀୟ ଏଵଂ ଛନ୍ଦ ସହିତ ଵାର୍ଣ୍ଣିକ ଶବ୍ଦଟି ଏହି ଅର୍ଥରେ ଯୁକ୍ତ ହୋଇ ପ୍ରୋକ୍ତ ଛନ୍ଦର ନାମକରଣ ହୋଇଅଛି ।

କେଵଳ ଵର୍ଣ୍ଣର ଗଣନା  ଆଧାରରେ  ରଚା ରଚିତ ହୋଇଥିଵା ଛନ୍ଦକୁ ‘ଵାର୍ଣିକ ଛନ୍ଦ’ କୁହାଯାଏ ।

ଯେଉଁ ଛନ୍ଦର ସବୁ ଚରଣରେ ଵର୍ଣ୍ଣ  ସଂଖ୍ଯା ସମାନ ହୋଇଥାଏ ତାକୁ ‘ଵାର୍ଣ୍ଣିକ ଛନ୍ଦ’ କୁହାଯାଏ।

ଵର୍ଣିକ ଛନ୍ଦରେ ଲଘୁ ତଥା ଗୁରୁ ସ୍ଵରର  କ୍ରମ ସମାନ ରହିଥାଏ ।  

ଵାର୍ଣ୍ଣିକ ଛନ୍ଦର ପ୍ରକାର ଭେଦ

ଵାର୍ଣ୍ଣିକ ଛନ୍ଦ  ଦୁଇ ପ୍ରକାରର...

୧) ସାଧାରଣ ଵାର୍ଣ୍ଣିକ ଛନ୍ଦ :- ୧ ରୁ ୨୬ ଵର୍ଣ୍ଣ ପର୍ଯ୍ୟନ୍ତ ଥିଵା ଚରଣ ଵା ପଦ ରହିଥିଵା ଵାର୍ଣ୍ଣିକ ଛନ୍ଦକୁ ସାଧାରଣ ଵାର୍ଣ୍ଣିକ ଛନ୍ଦ କୁହାଯାଏ ।

୨) ଦଣ୍ଡକ ଵାର୍ଣ୍ଣିକ ଛନ୍ଦ :- ୧ ରୁ ୨୬ ଵର୍ଣ୍ଣଠାରୁ  ଅଧିକ ଚରଣ ଵା ପଦ ଥିଵା  ଛନ୍ଦକୁ ଦଣ୍ଡକ ଵାର୍ଣ୍ଣିକ ଛନ୍ଦ କୁହାଯାଏ ।

ଵାର୍ଣ୍ଣିକ ଵା ଵର୍ଣ୍ଣିକ ଛନ୍ଦ କୁ ଅକ୍ଷର ଵୃତ୍ତ ମଧ୍ୟ କୁହାଯାଏ ।  ପଦ୍ୟରୁ ପ୍ରତ୍ୟେକ ଚରଣରେ ବର୍ଣ୍ଣ ଵା ଅକ୍ଷର ସଂଖ୍ୟାର ସମତା ସମ୍ପାଦିତ ହୋଇଥିଲେ ତାହାକୁ ଵାର୍ଣ୍ଣିକ ଛନ୍ଦ କୁହାଯାଏ ।

ଯଥା—

‘‘ଦାରୁ ଭେଦକ୍ଷମ ଭ୍ରମର ପଶି କମଳ କୋଳେ
ପାସୋରେ ଆପଣା ଵିକ୍ରମ
ପ୍ରେମ-ମୋହନ ଭେଳେ ।’’
(ଚନ୍ଦ୍ରଭାଗା)

ଏଠାରେ ପ୍ରଥମ ଓ ୨ୟ ପାଦରେ ୯ +୭ = ୧୬ଟି ଅକ୍ଷର ରହିଛି । ମାତ୍ର ଏଠାରେ ମାତ୍ରାର ସମତା ପ୍ରତି ଆଦୌ ଲକ୍ଷ୍ୟ ରଖାଯାଇ ନାହିଁ ।

ପ୍ରଥମ ଚରଣରେ ୧୧ + ୯ = ୨୦ଟି ମାତ୍ରା ଓ ୨ୟ ଚରଣରେ ୧୪+ ୧୧= ୨୫ଟି ମାତ୍ରା ରହିଛି । ଏଠାରେ ମାତ୍ରାର ସମତା ପ୍ରତି ଲକ୍ଷ୍ୟ ରଖି ପଦ୍ୟ ରଚିତ ହୋଇ ନଥିଵାରୁ ଏହା ଵାର୍ଣ୍ଣିକ ଛନ୍ଦ ଵା ଅକ୍ଷର ବୃତ୍ତ ପଦଵାଚ୍ୟ ।

ତଥ୍ୟ ଉତ୍ସ—
•ଅନ୍ତର୍ଜାଲ
•ଓଡି଼ଆ ଛନ୍ଦର ଵିକାଶଧାରା(ଜାନକୀବଲ୍ଲଭ ମହାନ୍ତି)

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...