Showing posts with label ପକ୍ଷୀ. Show all posts
Showing posts with label ପକ୍ଷୀ. Show all posts

Thursday, May 7, 2020

ଦଇଆଳ ପକ୍ଷୀ

Copsychus saularis  ଵା The oriental
Magpie robin ପକ୍ଷୀକୁ ଊଣା ଅଧିକେ ସମସ୍ତେ ଦେଖିଥିଵେ । ଓଡ଼ିଶାରେ ଅଞ୍ଚଳ ଭେଦରେ ଏ ପକ୍ଷୀକୁ ଦଇଆଳ,ଦଇୟାଳ, ଦହିଆଳ, ଦୟାଳ ଓ  ଦୟାଳୁ ଇତ୍ୟାଦି କୁହାଯାଏ ।

 ଏମାନେ ୧୯ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି ।  ଗୋଡ଼ ଲମ୍ବ; ଲାଙ୍ଗୁଡ଼ ଓ ପକ୍ଷର ଲମ୍ବ ସମାନ। ଦଇଆଳର ପୁଚ୍ଛ, ପକ୍ଷ ଓ ମୁଣ୍ଡ କଳା; ପେଟ ଧଳା ।

ଭୋରରୁ ଏ ପକ୍ଷୀ ସରୁସ୍ବରରେ ସିଟୀ ମାରେ । ଦଇଆଳ ପକ୍ଷୀ ମାଟି ଉପରେ ଦୌଡ଼ିଲା ବେଳେ ଲାଙ୍ଗୁଡ଼ ଟେକିଥାଏ ।  ଏହି ସ୍ତ୍ରୀ ପକ୍ଷୀ  ଧୂମ୍ର ଵର୍ଣ୍ଣର ହୋଇଥାଏ ।

ଏହାର ପେଟ ଦଧିପରି ଶୁକ୍ଳ ଥିଵାରୁ ଏ ପକ୍ଷୀର ଦଇଆଳ ନାମ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ଭାରତର କେତେକ ଭାଷାରେ ଦଇଆଳ ପକ୍ଷୀର ନାମ ନିମ୍ନରେ ପ୍ରଦତ୍ତ ହେଲା...

●ନେପାଳୀ―ଧୋବିନୀ ଚରା
●ବଙ୍ଗାଳୀ―ଦୋୟଳ
●ଅହମିଆ―ଦହିକତରା
●ଗୁଜରାଟୀ ― ଦୈୟଡ଼
●ପଞ୍ଜାବୀ―ଧିଆଲ
●ମଲୟାଲମ―ମଣ୍ଣାତ୍ତିପ୍ପୁଳ୍ଳ୍କ୍,ମନ୍ନାତ୍ତୀକିଲୀ
●ତାମିଳ―ଵଣ୍ଣାତ୍ତିକ୍କୁରୁଵି
●କନ୍ନଡ଼―ମଡି଼ଵାଳ
●ମରାଠୀ―ଦୟାଳ

ଦଇଆଳ ପକ୍ଷୀ ନିଜର ମଧୁର ସ୍ଵନ ଯୋଗୁଁ ଜଣାଶୁଣା । ଅନେକ ପକ୍ଷୀ ମାତ୍ର ଏକ ପ୍ରକାରର ଧ୍ଵନି ରାଵକରନ୍ତି କିନ୍ତୁ ଦଇଆଳ ପକ୍ଷୀ ଅନେକ ପ୍ରକାରର ରାଵ କରିଥାଏ । ବାଙ୍ଗ୍ଲାଦେଶରେ ଦଇଆଳ ପକ୍ଷୀକୁ ଜାତୀୟ ପକ୍ଷୀର ମାନ୍ଯତା ମିଳିଛି ।

ଆପଣଙ୍କ ଅଞ୍ଚଳରେ ଏ ପକ୍ଷୀକୁ କ'ଣ କୁହନ୍ତି  ? ଆପଣଙ୍କ ଅଞ୍ଚଳରେ ଏ ପକ୍ଷୀ ଦେଖାଯାଏ କି ?

Saturday, May 2, 2020

ଖପରଖାଇ ଏକ ଜଳଚର ପକ୍ଷୀ

ଭାରତ ଉପମହାଦେଶ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଖପରଖାଇ ବୋଲି ଗୋଟିଏ ଜଳଚର ପକ୍ଷୀ ଦେଖାଯାଏ ।

ଏହାର ଵୈଜ୍ଞାନିକ ନାମ―Anhinga melanogaster ଏଵଂ ସାଧାରଣ  ଇଂରାଜୀ ନାମ oriental darter,indian darter ଓ snakebirds କୁହାଯାଏ ।

ଖପରଖାଇକୁ ପେଙ୍ଗୁଇନ,ବତକ ଓ ହଂସ ଇତ୍ୟାଦିଙ୍କ Suliformes ଵର୍ଗରେ ଵର୍ଗିକୃତ କରାଯାଇଛି ।

ଭାରତର ଭିନ୍ନ ଭିନ୍ନ ଭାଷାରେ ଏହାର ଵିଭିନ୍ନ ନାମ ପ୍ରଚଳିତ ଉଦାହରଣ ସ୍ଵରୂପ ଭୋଜପୁରୀରେ ଏ ପକ୍ଷୀକୁ ପନଵା,ବଙ୍ଗାଳୀରେ ଗୟାର,ଗୁଜରାଟୀରେ ସର୍ପଗ୍ରୀଵା ଓ ମଲୟାଲମୀରେ ଚେରକ୍କୋଳ଼ି କୁହାଯାଇଥାଏ ।

ତେଵେ ପକ୍ଷୀର ଏଭଳି ଓଡ଼ିଆ ନାମକରଣ ପଛର କୌଣସି ଯୁକ୍ତିଯୁକ୍ତ ତଥ୍ୟ ପ୍ରାପ୍ତ ହୋଇପାରେ ନାହିଁ ।
ଓଡ଼ିଆ ଭାଷାରେ ଆଉ ଏକ ଶବ୍ଦ ଖପରାଖାଈ ସହିତ ଖପରଖାଇର ସାମଞ୍ଜସ୍ୟ ଦୃଶ୍ଯ ହୁଏ ।

ଖପରାଖାଈ ଶବ୍ଦର ନାନା ଅର୍ଥ ରହିଛି ଏଵଂ ଏ ଶବ୍ଦ କେତେକ ଅଞ୍ଚଳରେ ଗାଳି ଭାଵେ ଵ୍ଯଵହୃତ ହୋଇଥାଏ । ଖପରଖିଆର ସ୍ତ୍ରୀଵାଚକ ରୂପ ଖପରାଖାଈ ।

ଯିଏ ଖପରାରେ ଖାଏ ଅର୍ଥାତ୍ ଯାପାଖରେ ମାଟିହାଣ୍ଡିଟିଏ ବି ନାହିଁ ମାନେ ଅତି ଦରିଦ୍ର ଲୋକ ତାକୁ ଆପରାଖିଆ କୁହାଯାଏ ।

ଖପରଖାଈ ଶବ୍ଦର ଦ୍ଵିତୀୟ ଅର୍ଥ ଆହୁରି କୌତୁହଳପ୍ରଦ । ଚଣ୍ଡୀଙ୍କ ପରି ଅତିଶୟ ଉଗ୍ରପ୍ରକୃତିକା ମହିଳାଙ୍କୁ ମଧ୍ୟ ଖପରାଖାଈ କୁହାଯାଏ ।

ଚଣ୍ଡୀ ଠାକୁରାଣୀ ଯେପରି ଖପରା ଵା ମନୁଷ୍ଯ ମୁଣ୍ଡର ଖପୁରିରେ ରକ୍ତପାନ କରନ୍ତି ସେହିପରି ପାନାହାର କରୁଥିଵା ଓ ତତ୍ସ୍ବଭାବସମ୍ପନ୍ନା ସ୍ତ୍ରୀ ଵିଶେଷଙ୍କୁ ମଧ୍ୟ ଖପରାଖାଈ କୁହାଯାଏ । ଏହି ଅର୍ଥରେ ପ୍ରଚଳିତ ଅନ୍ୟ ଏକ ଶବ୍ଦ ହେଉଛି ଅଣ୍ଡିରାଚଣ୍ଡି ।

ତେଵେ ସମ୍ଭଵତଃ ଖପରଖାଇ ପକ୍ଷୀଟି ଉଗ୍ର ସ୍ଵଭାଵର ହୋଇଥିଵା ଯୋଗୁଁ ଏହାର ଏପରି ନାମକରଣ ହୋଇଥାଇପାରେ ।

ଆପଣଙ୍କ ଅଞ୍ଚଳରେ ଏ ପକ୍ଷୀକୁ କ'ଣ୍ କୁହନ୍ତି ?

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...