Showing posts with label ଜଗନ୍ନାଥ. Show all posts
Showing posts with label ଜଗନ୍ନାଥ. Show all posts

Thursday, June 29, 2023

ଭଗଵାନଙ୍କୁ ସମ୍ବୋଧନାର୍ଥ ଵ୍ୟଵହାର କରାଯାଉଥିଵା ଜୀଉ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ

ଏବେ ଦେଖୁଛି କିଛି ଲୋକ ଓଡ଼ିଆ ଭାଷାର ଜୀଉ ଶବ୍ଦକୁ ଵିଦେଶୀ ଓ ଅଣଓଡ଼ିଆ ଶବ୍ଦ ବୋଲି କହୁଛନ୍ତି । ଭାଷା ଓ ଶବ୍ଦ ଵିଷୟରେ ଵିଶେଷ ଜାଣି ନଥିଵାରୁ ଅନେକେ ଅନେକ କଥା କୁହନ୍ତି । 

କିଛି ଲୋକଙ୍କ ଅନୁସାରେ ଉତ୍ତରଭାରତୀୟ ଶ୍ରୀଜୀ ଶବ୍ଦରୁ ଶ୍ରୀଜୀଉ ହୋଇଅଛି । 

କିନ୍ତୁ ପ୍ରଶ୍ନ ଉଠେ ଶ୍ରୀଜୀଉ ଶବ୍ଦ ଶ୍ରୀଜୀରୁ କାହିଁକି ସୃଷ୍ଟି ହେଵ ? ଵରଂ ଶ୍ରୀଜୀଉ ଶବ୍ଦରୁ 'ଉ' ଲୋପ ପାଇ ଶ୍ରୀଜୀ ହୋଇଥିଵା ଅଧିକ ସମ୍ଭଵପର । 

ଯୋଉ ଠାକୁର କଳିଙ୍ଗୋଡ୍ରୋ଼ତ୍କଳର ଫଳମୂଳ,ପରିଵା ଓ ଖାଦ୍ୟ ଛଡ଼ା ଆଉ କିଛି ଭକ୍ଷଣ କରନ୍ତି ନାହିଁ,ଯୋଉ ଠାକୁର କଳିଙ୍ଗୋଡ଼୍ରୋତ୍କଳର ଵେଶ ଭୁଷା ଓ ପର୍ଵ ପର୍ଵାଣୀ ଛଡ଼ା ଆଉ କିଛି ଗ୍ରହଣ କରନ୍ତି ନାହିଁ ସେ କଳିଙ୍ଗ ବାହାରର ସମ୍ବୋଧନକୁ କେମିତି ଗ୍ରହଣ କରିବେ ? 


ନା, ଵରଂ ଜୀଉ ଶବ୍ଦଟି ଏକ କଳିଙ୍ଗୀ ଶବ୍ଦ,ଓଡ଼ିଆ ଶବ୍ଦ । 

କେହି କେହି କୁହନ୍ତି ଜୀଉ ଶବ୍ଦଟି ଦିଅଁ ଶବ୍ଦର ପରିଵର୍ତ୍ତିତ ରୂପ । ଦିଅଁ ଶବ୍ଦଟି ଠାକୁର ଵା ଭଗଵାନ ଅର୍ଥରେ ପ୍ରୟୋଗ କରାଯାଏ । ଏହି ଦିଅଁ ଶବ୍ଦଟି ଦିଵ୍ୟ ଓ ଦେଵ ଶବ୍ଦ ସହିତ ସମୋଦ୍ଧୃତ ଏଵଂ ଏହାର ମୂଳ ଭାରୋପୀୟ ଶବ୍ଦରୂପ *deywós (“god, the celestial one”) ଅଟେ । 

ଏହି ମୂଳ ଭାରୋପୀୟ *deywós ଶବ୍ଦରୁ Lycian ଭାଷାରେ 𐊈𐊆𐊇 (ziw),Eastern Mariରେ юмо (jumo),Western Mariରେ йымы (jymy),Erzya ଭାଷାରେ ён- (jon-) ଓ ёндол (jondol),ଫିନିକ୍ ଭାଷାରେ jumala(ଭଗଵାନ),ଆଲବାନିଆନରେ Zojz,ମେସ୍ସାପିକ୍‌ରେ
Zis ଓ ପ୍ରାଚୀନ ଗ୍ରୀକ୍ ଭାଷାରେ 
Ζεύς (Zeús) ଓ Ζήν (Zḗn) ଶବ୍ଦ ସୃଷ୍ଟି ହୋଇଥିଲା । ଏ ସମସ୍ତ ଶବ୍ଦ ଭଗଵାନ,ଆକାଶ ଓ ଦେଵତା ସମ୍ବନ୍ଧୀୟ । ତେଣୁ ସେହିପରି ଦିଵ୍ୟ,ଧ୍ୟୁ ଓ ଦେଵ ଆଦି ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ deywósରୁ ଗୋଟିଏ ଦିଗରେ ଓଡ଼ିଆ ଭାଷାରେ ଦିଅଁ ଓ ଦେଓ ତଥା ଅନ୍ୟ ଏକ ଦିଗରେ ଜୀଉ ଶବ୍ଦ ସୃଷ୍ଟି ହୋଇଥାଇପାରେ । 


ମତାନ୍ତରେ ଜୀଉ ଶବ୍ଦଟି ସଂସ୍କୃତ ଜୀଵ ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ । Sir Ralph lilley Turnerଙ୍କ ଦ୍ଵାରା ଲିଖିତ A comparative dictionary of the Indo Aryan Languages ପୁସ୍ତକ ଅନୁସାରେ ଜୀଵ ଶବ୍ଦରୁ ଜ୍ୟୁ,ଜିଉ,ଜୀ ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ଏହି ପୁସ୍ତକରେ ଜୀଵ ଶବ୍ଦ ତଳେ ଯାହା ଲେଖାଅଛି ତାହା ଏଠାରେ ପ୍ରଦତ୍ତ ହେଲା...

jī́va² 'long live!'. [Imper. of jī́vati]

Sindhi. jīu 'yes, honorific particle added to names';

Lahndā and Punjabi—'particle of assent or respect'; 

Kumauni— jyū 'term of respectful address'; 

Nepali— jiu 'particle of assent or respect', 

Bengali— ji
Hindi,Gujrati, Marathi— jī.
As honorific particle added to names the above prob. < 3 sg. jīvatu.

ନେପାଳୀ ଓ କୁମାୟୁନୀ ଭାଷାରେ ଜ୍ୟୁ ଓ ଜିଉ ଶବ୍ଦ ସସମ୍ମାନ ସମ୍ବୋଧନ ପାଇଁ ଵ୍ୟଵହୃତ ହୋଇଥାଏ । ସେହି ଶବ୍ଦଗୁଡି଼କ ଜୀଵ ସହିତ ସମୋଦ୍ଧୃତ । ଠିକ୍ ସେହିପରି ଉତ୍ତରଭାରତୀୟ ସେହି ଜୀଵ ଶବ୍ଦରୁ ଜୀ କରି ନାମ ପରେ ସମ୍ମନାର୍ଥେ ଯୋଡ଼ନ୍ତି

ନେପାଳୀ ଓ କୁମାୟୁନୀରେ ଯେମିତି ଜୀଵ ଶବ୍ଦ ଜ୍ୟୁ ଓ ଜିଉ ହୋଇଛି ଓଡ଼ିଆ ଭାଷାରେ ବି ତାହା ସେହିପରି ଜୀଉ ହୋଇଅଛି । 

ଜୀଵ > ଜୀଉ 
ଅଵର୍ଗ୍ୟ ଵ ଵର୍ଣ୍ଣ ସ୍ଵରଵର୍ଣ୍ଣରେ ପରିଵୃତ୍ତ ହୋଇଥାଏ । ତେଣୁ ଏହା ସମ୍ଭଵ । 

ଶ୍ରୀଜୀ ଶବ୍ଦରୁ ଜୀଉ ହୋଇଥିଲେ ଅତିରିକ୍ତ ଉ କୁଆଡ଼ୁ ଆସିଲା ? ଵରଂ ଜୀଵ ଶବ୍ଦରୁ ଜୀଉ ହୋଇଥିଵା ଅଧିକ ସମ୍ଭଵପର ।

ସବୁଠାରୁ ବଡ଼ କଥା ହେଲା ଶ୍ରୀଵିଷ୍ଣୁଙ୍କର ଏକ ନାମ ବି ଜୀଵ । ଓଡ଼ିଆମାନେ ତାହା ଜାଣିଥିଲେ ତେଣୁ ସେମାନେ କେଵଳ ଭଗଵାନଙ୍କୁ ଜୀଉ ସମ୍ବୋଧନ କରୁଥିଲେ କିନ୍ତୁ ଭାରତରେ ଅନ୍ୟତ୍ର ସମସ୍ତଙ୍କୁ ଜ୍ୟୁ,ଜିଉ ଓ ଜୀ ସମ୍ବୋଧନ କରାଯାଉଥିଲା । ଓଡ଼ିଆମାନେ ତାଙ୍କ ଭଗଵାନଙ୍କୁ ସମ୍ମାନ ପ୍ରଦାନ କରିଵାକୁ ଯାଇ ଜୀଉ ଶବ୍ଦକୁ ମନୁଷ୍ୟମାନଙ୍କୁ ସମ୍ମାନ ପ୍ରଦାନ ହେତୁ ଵ୍ୟଵହାର କଲେ ନାହିଁ ସେଥିପାଇଁ ଓଡ଼ିଶାରେ କେହି ଶିଶିର ଜୀ ଵା ଜୀଉ ,ଅମ୍ବିକା ଜୀ ଵା ଜୀଉ କହୁନଥିଲେ ଵରଂ ଆଜ୍ଞା ଅର୍ଥଜ ଜୀ ସ୍ଥାନରେ ଆମର ଆଜ୍ଞା ଵ୍ୟଵହାର କରାଗଲା ଆଉ ସମ୍ମାନ ତଥା ସ୍ନେହ ପ୍ରକାଶ ପାଇଁ ନାମ ପରେ ବାବୁ,ଭାଇ,ନାନୀ,ମହାଶୟ, ଆଜ୍ଞା ଇତ୍ୟାଦି ଶବ୍ଦ ଵ୍ୟଵହାର କରାଗଲା ...

ଓଡ଼ିଆ ଜାତି, ଶ୍ରୀଜଗନ୍ନାଥଙ୍କୁ ଜୀଉ ଶବ୍ଦଟି ଉତ୍ସର୍ଗ କରିଦେଇଛି ଏହା ହିଁ ଏ ଜାତିର ମହାନତା...

Saturday, June 27, 2020

ମଦନମୋହନଙ୍କ ପ୍ରତିମାକୁ କାହିଁକି କୁହାଯାଏ ଅର୍ଚ୍ଚା ପ୍ରତିମା ?

ଶ୍ରୀମନ୍ଦିରର ଵିଭିନ୍ନ ଉତ୍ସଵ,ପର୍ଵପର୍ଵାଣୀ,ଯାତ୍ରାରେ ଶ୍ରୀଜିଉ'ଙ୍କର ମୁଖ୍ୟ ପ୍ରତିନିଧିତ୍ଵ କରନ୍ତି ଶ୍ରୀମଦନମୋହନ ।

ଏହାଙ୍କ ସହିତ ଶ୍ରୀରାମ,ଶ୍ରୀକୃଷ୍ଣ,ନୃସିଂହନାଥ ଓ ଭକ୍ତ ହନୁମାନ ଶ୍ରୀମନ୍ଦିର ଦକ୍ଷିଣିଘରେ ଵିରାଜମାନ ଅଛନ୍ତି ।

ଶ୍ରୀଜଗନ୍ନାଥ'ଙ୍କ ପୂଜା,ଅର୍ଚ୍ଚନା,ଉପାସନା ଓ ରୀତିନୀତି ଅନୁଯାୟୀ ଶ୍ରୀମଦନମୋହନ ଚର୍ଚ୍ଚିତ,ଅର୍ଚ୍ଚିତ,ପୂଜିତ ହେଉଥିଵା ହେତୁ ତାଙ୍କ ପ୍ରତିମାକୁ ଅର୍ଚ୍ଚା ପ୍ରତିମା କୁହାଯାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ'ରେ ଓଡ଼ିଆ ଶବ୍ଦ ଅର୍ଚ୍ଚା'ର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ କରାଯାଇଛି ...

୧)ପୂଜା
ଶ୍ରୀଜଗନ୍ନାଥଙ୍କ ସମ ତାଙ୍କ ପ୍ରତିନିଧି ସ୍ଵରୂପ ଶ୍ରୀମଦନମୋହନ ପୂଜା ପାଆନ୍ତି ...

୨)ପ୍ରତିମା
ଶ୍ରୀମଦନମୋହନ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ଲୋକଵିଶ୍ଵାସ ରହିଛି ।

୩)ପ୍ରତିକୃତି
ଶ୍ରୀଜଗନ୍ନାଥ ଓ ଶ୍ରୀମଦନମୋହନଙ୍କ ମଧ୍ୟରେ ଅଭେଦ୍ୟ କଳ୍ପନା କରାଯାଏ । ଅର୍ଥାତ୍ ଶ୍ରୀଜଗନ୍ନାଥଙ୍କର ପ୍ରତିକୃତି ସ୍ଵୟଂ ମଦନମୋହନ

ତେଣୁ ଏହି ସବୁ କାରଣରୁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କ ଅର୍ଚ୍ଚା ପ୍ରତିମା କୁହାଯାଇଥାଏ ।

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...