Showing posts with label ଇଂରାଜୀ. Show all posts
Showing posts with label ଇଂରାଜୀ. Show all posts

Tuesday, May 30, 2023

Alien : ଇଂରାଜୀ ଶବ୍ଦର ଇତିବୃତ

Alien ଶବ୍ଦଟି ଆପଣ ନିଜ ଜୀଵନରେ କେବେ ନା କେବେ ଶୁଣିଥିବେ । Hollywood ଚଳଚ୍ଚତ୍ର ଜଗତରେ alien ସମ୍ବନ୍ଧିତ ଶତାଧିକ ଚଳଚ୍ଚିତ୍ର ନିର୍ମିତ ହୋଇ ସାରିଛି ପୁଣି ଶହ ଶହ ପୁସ୍ତକ ଓ କମିକ୍ସ ବି ଛପିଛି । ଏହି ସବୁ ଚଳଚ୍ଚିତ୍ର ଓ ପୁସ୍ତକ ଦ୍ଵାରା ପାଶ୍ଚାତ୍ୟ ଦେଶ ଵିଶେଷତଃ ଆମେରିକାର ଅନେକାଂଶରେ ପ୍ରଭାଵିତ ହୋଇଛନ୍ତି । ଭାରତରେ ଯେମିତି ଭୂତ ଭୟ ରହିଛି ଠିକ୍ ସେହିପରି ଆମେରିକାରେ କେତେକ ଲୋକଙ୍କ ମନରେ ଏଲିଆନ୍ ଭୟ ଜାତ ହେଉଥିଵା ଦେଖାଯାଏ । 
ଚଳଚ୍ଚିତ୍ର ଓ ପୁସ୍ତକରେ ପରଗ୍ରହୀମାନଙ୍କ ପାଇଁ Alien ଶବ୍ଦର ବହୁଳ ଵ୍ୟଵହାର ଯୋଗୁଁ 
ଵର୍ତ୍ତମାନ ଯୁଗରେ Alienର ସାଧାରଣ ଅର୍ଥ ହୋଇଯାଇଛି ପରଗ୍ରହୀ ଵା ପୃଥିଵୀ ଭିନ୍ନ ଅନ୍ୟ କୌଣସି ଗ୍ରହର ଅଧିଵାସୀ । ତେବେ Alien ଶବ୍ଦକୁ ଇଂରାଜୀ ଭାଷାରେ ଵିଦେଶୀ ଗଛ,ଜୀଵ ଓ ଦ୍ରଵ୍ୟ ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ ଏଵଂ ଏହା ହିଁ ଏହି ଶବ୍ଦର ମୂଳ ଅର୍ଥ ଅଟେ । 

Alien ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ଆସି ଇଂରାଜୀରେ ପ୍ରଚଳିତ ହୋଇଥିଲା । ଏହାର ମୂଳ ଲାଟିନ୍ ଶବ୍ଦରୂପ aliēnus ଥିଲା ଏଵଂ ଏହି ଶବ୍ଦଟି ଆଗେ ଲାଟିନ୍ ଭାଷାରେ ଅନ୍ୟ ସହିତ ସମ୍ବନ୍ଧିତ ଓ ଵିଦେଶୀ ଅର୍ଥରେ ଚଳୁଥିଲା ‌। ପାଶ୍ଚାତ୍ୟ ଭାଷାଵିଦମାନେ Alien ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *h₂élyos ଓ ମୂଳ ଭାରୋପୀୟ ଧାତୁରୂପ *h₂el ନିର୍ଣ୍ଣୟ କରିଛନ୍ତି । ଏ ଦୃଷ୍ଟିରୁ ଦେଖିଲେ ଇଂରାଜୀ ଭାଷାର else ତଥା ଭାରତୀୟ ଶବ୍ଦ ଅରଣ ସହିତ alien ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି । ଭାରତରେ ଅରଣ ଶବ୍ଦଟି ଦୂର,ଵିଦେଶୀ,ବିନା ଲଢ଼େଇରେ,ଶରଣ ଆଦି ଅର୍ଥରେ ଵ୍ୟଵହୃତ ହେଉଥିଲେ ବି ଦୂର,ଵିଦେଶୀ ଓ ଶରଣ ଅର୍ଥରେ ଵ୍ୟଵହୃତ ଅରଣ ଶବ୍ଦଟିର alien ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି ।‌ 

ଅର୍ବୁଦ ଅର୍ବୁଦ ତାରକା ଵିଶିଷ୍ଟ ଆମ ଆକାଶଗଙ୍ଗା ଛାୟାପଥ ପୁଣି ଆମ ଆକାଶଗଙ୍ଗା ଛାୟାପଥଠାରୁ ବଡ଼ ଓ ସାନ କରି କୋଟି କୋଟି ଆହୁରି ଅନେକ ଛାୟାପଥ ଆମ ବ୍ରହ୍ମାଣ୍ଡରେ ଵିଦ୍ୟମାନ । ଏଣୁ ହଁ ପୃଥିଵୀ ଭିନ୍ନ ଅନ୍ୟ କୌଣସି ନା କୌଣସି ଗ୍ରହରେ ଜୀଵ ନିଶ୍ଚୟ ଥିବେ । 

Wednesday, May 10, 2023

family : ଲାଟିନ୍ ମୂଳର ଇଂରାଜୀ ଶବ୍ଦ

ପରିଵାର କହିଲେ ଭାରତର କିଛି ନଗରଵାସୀ ହୁଏତ ବୁଝିନପାରନ୍ତି କିନ୍ତୁ family କହିଲେ ସମସ୍ତେ ଆଜିକାଲି ଝଟ୍ ବୁଝିଯାଆନ୍ତି । ଅନେକେ ଭାବୁଥିବେ family ତ ଇଂରାଜୀ ଶବ୍ଦ ଆଉ ...
କିନ୍ତୁ ପ୍ରକୃତରେ Family ଶବ୍ଦଟି ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ କି କେବେ ନଥିଲା । Family ଶବ୍ଦଟିର ପୁରୁଣା ଇଂରାଜୀ ରୂପ familie ଏଵଂ ଏ ଶବ୍ଦଟି ଲାଟିନ ଭାଷାର familia ଶବ୍ଦ ମୂଳର ଅଟେ । ଲାଟିନ ଭାଷାରେ familia ଶବ୍ଦର ଅର୍ଥ ଥିଲା ଘରର ଭୃତ୍ୟ ସମୂହ, ସାମୁହିକ ଭାବରେ ଘରେ ରହୁଥିଵା ଏକାଧିକ ଲୋକଙ୍କ ସମୂହ । ପୁଣି ଯେଉଁ ଲାଟିନ୍ ଶବ୍ଦ familiaରୁ ଇଂରାଜୀ ଭାଷାରେ family ଶବ୍ଦ ସୃଷ୍ଟି ହୋଇଛି ତାହାର ମୂଳ ଲାଟିନ୍ ରୂପ ହେଉଛି famulus ଓ famula ଏଵଂ ଏହି ଦୁଇଗୋଟି ଶବ୍ଦର ମୂଳ ଅର୍ଥ ଯଥାକ୍ରମେ ଚାକର ଓ ଚାକରାଣୀ ଥିଲା ‌। 
ସେହିପରି ଲାଟିନ୍ ଭାଷାରେ ଚାକର ଓ ଚାକରାଣୀ ଅର୍ଥରେ ଵ୍ୟଵହୃତ famulus ଓ famula ଶବ୍ଦଟି ପ୍ରୋଟୋ ଇଟାଲିକ୍ *famelos (“ଦାସ, ଗୋଲାମ୍”) ଶବ୍ଦରୁ ସୃଷ୍ଟି ହୋଇଛି । ଅର୍ଥାତ୍ family ଏମିତି ଏକ ଶବ୍ଦ ଯହିଁର ମୂଳ ଶବ୍ଦର ଅର୍ଥ ଦାସ ଓ ଚାକର ଥିଲା । 

କିନ୍ତୁ ପ୍ରାଚୀନ ଇଂରାଜୀ ଭାଷାରେ family ବୋଲି କୌଣସି ଶବ୍ଦ ନଥିଲା ଵରଂ ପରିଵାର ଅର୍ଥରେ ପ୍ରାଚୀନ କାଳର ଇଂଲଣ୍ଡଵାସୀ hīred(ଅନ୍ୟରୂପ : hēored, hīered, hīorad, hīræd, hīrd, hȳred) ବୋଲି ଏକ ଶବ୍ଦ ପରିଵାର ଅର୍ଥରେ ଵ୍ୟଵହାର କରୁଥିଲେ । ଆଧୁନିକ ଯୁଗରେ ପ୍ରଚଳିତ ଇଂରାଜୀ hire ସହିତ ଏହି ଶବ୍ଦର କୌଣସି ସମ୍ପର୍କ ନାହିଁ ।‌ ଇଂରାଜୀ ଏକ ଜର୍ମାନିକ୍ ଭାଷା , ଲାଟିନ୍ ଏକ ଇଟାଲିକ୍ ଭାଷା । ଇଟାଲିକ୍ ଭାଷାରୁ family ଶବ୍ଦ ନେଵାରୁ ଇଂରାଜୀ ଭାଷା ତାହାର ନିଜ ଜର୍ମାନିକ ମୂଳର ପରିଵାର ଅର୍ଥଜ hīred ଶବ୍ଦକୁ ହରାଇ ଦେଲା ।‌ 

ହଁ ! ଗୋଟିଏ ଭାଷାର ଶବ୍ଦ ଆଣି ନିଜ ଭାଷାରେ ପୁରେଇଲେ ନିଜ ଭାଷାର ସମାର୍ଥକ ପ୍ରତିଶବ୍ଦକୁ ବଳି ଦେଵାକୁ ହିଁ ହୁଏ ...

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...