Showing posts with label ଯନ୍ତ୍ର. Show all posts
Showing posts with label ଯନ୍ତ୍ର. Show all posts

Saturday, March 23, 2019

ଜିଓ ନାମର ସତ୍ୟତା


ଆଜି ଅଧିକାଂଶ ଭାରତୀୟ jio ନେଟୱର୍କ ବ୍ଯବହାର କରନ୍ତି ! ପ୍ରାୟ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ଏ jio ନାମଟା କୋଉଠୁ ଆସିଲା !
=>କିଛି ଭାରତୀୟ କୁହନ୍ତି ହିନ୍ଦୀର जिओ ରୁ ଏଭଳି ନାମକରଣ ହୋଇଥାଇପାରେ ।


 =>ବାହାଘର ସମୟର କଉଡ଼ିଖେଳକୁ ଉତ୍ତର ଓଡ଼ିଶାରେ ଜିଓ କୁହନ୍ତି !

 =>ଚୀନୀ ମାଣ୍ଡାରିନ୍ ରେ ଜିଓ ଶବ୍ଦଟି jiao(foot-ପାଦ) ର ଆଞ୍ଚଳିକ,କଥିତରୂପ ଏବଂ ଏହା ଚୀନର ସାମାଜିକ ଗଣମାଧ୍ଯମରେ ଏକ ଗାଳି ଭାବରେ ବ୍ଯବହୃତ ହୋଇଥାଏ !

 =>ମାଲାଗାସୀ ଭାଷାରେ ଜିଓର ଅର୍ଥ fragment,shard(ଅଂଶ ବା ଖଣ୍ଡ) ଅଟେ !

 =>ନିଗର-କଙ୍ଗୋ ଭାଷାପରିବାରର mandinka ଭାଷାରେ ଜିଓର ଅର୍ଥ ଜଳ ଅଟେ । 

ପୃଥିବୀରେ ଉଣ୍ଡିଲେ ଜିଓ ର ଏମିତି ଅନେକ ଅର୍ଥ ମିଳିଯିବ କିନ୍ତୁ ପ୍ରକୃତରେ ଜିଓ ନାମ ଉପରୋକ୍ତ କୌଣସି ଭାଷାର ଶବ୍ଦ ସହିତ ସମ୍ବନ୍ଧିତ ନୁହେଁ । jio ହେଉଛି ରିଲାଏନ୍ସ କମ୍ପାନୀର ଏକ ଉପସଂସ୍ଥା ଏବଂ ରିଲାଏନ୍ସ ମୁଖ୍ଯତ ଏକ oil କମ୍ପାନୀ ! ଏହି ରିଲାଏନ୍ସ ଅଏଲ୍ କର୍ପୋରେସନର ପୁରୁଣା ଲୋଗୋରୁ ପ୍ରେରିତ ହୋଇ ଜିଓ ଲୋଗେ ତିଆରି କରାଯାଇଛି ! ଜିଓ କିନ୍ତୁ ଏବେ ଅନେକଙ୍କ ଜୀବନର ଅଂଶ ବା ଅଙ୍ଗ ପାଲଟିଯାଇଛି,ଜିଓ ନୂଆ ନୂଆ ଅଫର ଦେଇ ଅନ୍ଯ ନେଟୱର୍କ ଅପରେଟରଙ୍କ ସହିତ ସତେ ଯେମିତି ଦ୍ଯୁତ ଖେଳୁଛି,ଜିଓର ଲୋକପ୍ରିୟତା ଆଗରେ ବାକି ନେଟୱର୍କ ତାହାର ପଦାନତ ହୋଇ ତାକୁ ହିଁ ଅନୁସରଣ କରୁଛନ୍ତି ! ଜିଓ ଏବେ ତା ଗ୍ରାହକଙ୍କ ପାଇଁ ଜଳ ହେଇଯାଇଛି ଇତ୍ଯାଦି ଇତ୍ଯାଦି...

ପଞ୍ଜୁରୀ ଓ ଘରା



ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରା କୁ #ଖାଞ୍ଚା କୁହନ୍ତି । ଝୁଡ଼ି,ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି ,ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କ ଇଁଚି କୁହନ୍ତି ! ପ୍ରୋକ୍ତ ସମସ୍ତ ଶବ୍ଦ ଓ ଖାଞ୍ଚା ଶବ୍ଦ ସଂସ୍କୃତ ଓ ଓଡ଼ିଆର କଞ୍ଚି ଶବ୍ଦ ସହିତ ସମଧୃତ ଅଟେ ! ପ୍ରାକୃତ ଓଡ଼ିଆରୁ ଏ ଶବ୍ଦ ଲୋକପ୍ରିୟ ହୋଇ ହିନ୍ଦି ଓ ବଙ୍ଗଳାରେ ଜଳୁଛି ! କଞ୍ଚିର ଅର୍ଥ ବାଉଁଶ କଣି !
ଓଡ଼ିଆଭାଷାରେ ପକ୍ଷୀ ରଖା ଖାଞ୍ଚାକୁ ପଞ୍ଜୁରି ବା ଘାରା ଏବଂ ମୂଷା,ଠେକୁଆ,ବାଘ ଆଦି ପଶୁ ରଖାଯିବା ଖାଞ୍ଚାକୁ ଜନ୍ତା କୁହାଯାଏ । ପଶୁ ଧରିବା ଯନ୍ତ୍ରକୁ ବି ଯନ୍ତା କୁହନ୍ତି । କେହି କେହି ଏ ଉଭୟ ଶବ୍ଦକୁ ଗୋଟିଏ ଭାବୁଥିଲା ବେଳେ ଆଉ କିଛି ଲୋକ ଭିନେ ଭାବନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଭୟ ଶବ୍ଦକୁ ଯନ୍ତ୍ର ଶବ୍ଦ ସହ ସମ୍ବନ୍ଧିତ ଥିବା ଦର୍ଶାଯାଇଛି । ଅନ୍ଯ ଏକ ମତବାଦ ଅନୁସାରେ ସମ୍ଭବତଃ ଯନ୍ତ୍ର ଶବ୍ଦ ସହ ଯନ୍ତା(trappen) ସମଧୃତ ହୋଇଥିବା ବେଳେ ଜନ୍ତୁ ରଖାଯିବା ପିଞ୍ଜରାକୁ ଜନ୍ତା କୁହାଗଲା । ଇଂରାଜୀ,ଫ୍ରେଞ୍ଚ ଓ ଆଇରିସ୍ ଆଦି ଭାଷାରେ ପଞ୍ଜୁରୀ ଓ ଜନ୍ତାକୁ ସାଧାରଣତଃ cage କୁହାଯାଏ। ପର୍ତ୍ତୁଗାଲୀ ଭାଷାରେ ପଞ୍ଜୁରୀ ପାଇଁ cela ଶବ୍ଦ ଚଳେ ଯାହା ସମ୍ଭବତଃ ଇଂରାଜୀ cell(କୋଠରୀ) ସହ ସମ୍ବନ୍ଧିତ ହୋଇଥାଇପାରେ । ସ୍ପାନିଶ୍ ରେ ପିଞ୍ଜରାକୁ jaula କୁହାଯାଏ ଏବଂ ବୋଧହୁଏ ଏହା ଇଂରାଜୀ jail(କାରାଗାର,ଅଠରଖାଡ଼ିଆ) ସହ ସମଧୃତ ହୋଇପାରେ । ପଞ୍ଜୁରୀ ବା cage ପାଇଁ ଡଚ୍ ରେ kooi,ଜର୍ମାନରେ kafig,ଲିଥୁଆନିରେ narvas,ରୁଷୀ ଭାଷାରେ kletka ଓ ଚୀନୀଭାଷାରେ l`ong ଆଦି ଶବ୍ଦ ଚଳୁଅଛି । ଆପଣଙ୍କ ଅଞ୍ଚଳରେ ପଞ୍ଜୁରୀ,ଜନ୍ତା ଓ ଯନ୍ତା ପାଇଁ ଆଉ କିଛି ନିଆରା ଶବ୍ଦ ଚଳୁଅଛି କି ? ©କନ୍ତିଓକଥା

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...