Tuesday, July 11, 2023
ତିନିମରକଟ,ତିନିକରକଟ ଓ ତିନିତିରିକଟ: ତିନି ସଂଖ୍ୟାକୁ ନେଇ ଓଡ଼ିଶାରେ ପ୍ରଚଳିତ ଲୋକଵିଶ୍ଵାସ
Saturday, June 11, 2022
ଢେଲାପିଟାଣି ଓ ରଜୋତ୍ସଵ
କୁହାଯାଏ ବାରମାସର ତେର ପରଵ କିନ୍ତୁ ସମଗ୍ର ଓଡ଼ିଶାରେ ବାର ମାସରେ ଶତାଧିକ ପର୍ଵ ପାଳିତ ହୋଇଥାଏ ।
ସେହିପରି ଏକ ପର୍ଵ ହେଉଛି ଢେଲାପିଟାଣି ପରଵ୍ । ଏହା ଦେଶିଆ ସମାଜ ମଧ୍ୟରେ ସୀମିତ ଏକ ପର୍ଵ ଵିଶେଷ । ଵର୍ଷାମାସ ପୂର୍ଵରୁ ଏହା ପାଳନ କରାଯାଏ ।
ଢେଲାପିଟାଣି ପରଵ୍ରେ ଗାଁର ଧାଙ୍ଗଡ଼ା ଧାଙ୍ଗିଡ଼ୀମାନେ ନୂତନ ଵସ୍ତ୍ର ପରିଧାନ କରି ଜମିକୁ ଯାଇ ଚାଷ କରାଯାଇଥିଵା ଜମିକୁ ପୂଜାର୍ଚ୍ଚନା କରନ୍ତି । ପୂଜାପରେ ଜମିର ମାଟିକୁ କୋଡ଼ଣ ଦ୍ବାରା ଗୁଣ୍ଡ କରାଯାଏ । ଲଟାବୁଟା କଟାଯାଏ । ମାଟିକୁ ଗୁଣ୍ଡ କରିଵାବେଳେ ସେମାନେ ସେମାନଙ୍କର ଗୋଷ୍ଠୀ ନୃତ୍ୟର ଆଶ୍ରା ନିଅନ୍ତି । ମାଟିର ଉର୍ଵରତା କାମନା କରନ୍ତି ଓ ଆନନ୍ଦରେ ଢୋଲ ମହୁରୀର ତାଳେତାଳେ ଗାଇ ଉଠନ୍ତି
“ମାଟିମା ମାଟିମା ଜୁହାର ଆମର ଢୋକେ ପରୁର୍ କାଜେ, ଶାଗ୍ ଭାତ ଦେ’ ନଇଲେ ମରିବୁ ଭୁକେ ।”
ପୂର୍ଵ, ଦକ୍ଷିଣ, ମଧ୍ୟ ତଥା ଉତ୍ତର ଓଡ଼ିଶାରେ ପାଳିତ ହେଉଥିଵା ରଜପର୍ଵ ସହିତ ଏହି ଢେଲାପିଟାଣି ପରଵ୍ର ସମ୍ପର୍କ ଥାଇପାରେ କାରଣ...
(କ)ଉଭୟ ପର୍ଵ ଵର୍ଷା ଆଗମନ ପୂର୍ଵରୁ ହୋଇଥାଏ
(ଖ)ଉଭୟ ପର୍ଵରେ ଵର୍ଷା ଆଗମନ ପୂର୍ଵରୁ ଓଡ଼ିଶାଵାସୀମାନେ ପୃଥିଵୀ ମାତାଙ୍କୁ ଆରାଧନା କରନ୍ତି
(ଗ)ଉଭୟ ପର୍ଵରେ ଓଡ଼ିଶାଵାସୀ କୃଷକ କୃଷିକ୍ଷେତ୍ରକୁ ଯାଇ ଧରିତ୍ରୀମାତାର ପୂଜାର୍ଚ୍ଚନା କରେ ।
(ଘ) ରଜ ପରଵ ପୂର୍ଵରୁ ଭୂମିରେ ହଳ କରି ମାଟି ପିଟି ସମତୁଲ କରାଯାଏ ଏଵଂ ପର୍ଵ ପାଳନ ଉତ୍ତାରୁ ଵର୍ଷା ହେଵା ପରେ ପରେ ଵିହନ ଶୁଣାଯାଏ (ଅଵଶ୍ୟ ଆଜିକାଲି ଵିଶ୍ଵତାପନ ଯୋଗୁଁ ଵର୍ଷା ଅନିୟମିତତା ଲାଗି କୃଷକ ଵର୍ଷା ଅଧିକ ହେଵା ପରେ ହିଁ ମଞ୍ଜି ବୁଣନ୍ତି) ।
"ଢେଲାପିଟାଣି ପରଵ୍" ନାମକରଣ "ଢେଲା ଓ ପିଟିଵା" ଏହି ଦୁଇ ଶବ୍ଦକୁ ନେଇ କରାଯାଇଛି ।
ଆମ ଭାଷାରେ
ଢେଲା ଶବ୍ଦଟି ବଡ଼ ଟେକା ଵା ଟେଳା, ବଡ଼ ବଡ଼ ମାଟି ପିଣ୍ଡୁଳା ଓ ଢେଗା(ବର୍ତ୍ତୁଳ ଓ ବଡ଼, ଡିମ୍ବାକୃତି,ଗୋଟିକିଆ କାଠି, ବଡ଼ କଉଡ଼ି) ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ ସେହିପରି କୋବା(ଭୂଇଁ ପିଟି ସମତୁଲ କରିଵାର ମୁଗୁର) ତଥା ମାଡ଼ ଵା ପ୍ରହାରକୁ ପିଟଣା/ପିଟଣି କୁହାଯାଏ ।
ଢେଲାପିଟାଣି ଆଉ ରଜ ପର୍ଵ ଉଦାହରଣ ମାତ୍ର, ଏହିପରି ଅନେକ ପର୍ଵ ପର୍ଵାଣୀ ଚାଲିଚଳଣି ରହିଛି । ପାର୍ଵତ୍ୟାଞ୍ଚଳର କଳିଙ୍ଗୀଲୋକଙ୍କ ସହିତ ଉପକୂଳ ଓଡ଼ିଶାର କଳିଙ୍ଗୀମାନଙ୍କ ସାଂସ୍କୃତିକ ସମ୍ପର୍କ ପ୍ରାଚୀନ କାଳରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Friday, November 26, 2021
ଦକ୍ଷିଣ ପଶ୍ଚିମ ଓଡ଼ିଶାର ମାଣ୍ଡ୍ କିନ୍ଦିରା ଵିଵାହ ରୀତି ଓ ମାଣ୍ଡ୍ କୁଲେନ୍ ପର୍ଵ
ଓଡ଼ିଆ ଲୋକଙ୍କର ବାହାଘର ରୀତିନୀତି ଅଞ୍ଚଳ ଭେଦରେ କିଛିମାତ୍ରାରେ ଭିନ୍ନ ଭିନ୍ନ ହୋଇଥାଏ । ଭତରା ଓଡ଼ିଆମାନଙ୍କର ଵିଵାହ ଉତ୍ସଵ ମଧ୍ୟରେ ଦରମ୍ ପାନି ରୀତିଟି ତହିଁର ଏକ ଉଦାହରଣ । ଭତରା ଵା ଭୋତାର୍ମାନେ ଅଵିଭକ୍ତ କୋରାପୁଟ ତଥା ଵିଚ୍ଛିନ୍ନାଞ୍ଚଳ ଵସ୍ତର ଜିଲ୍ଲାରେ ଵସଵାସ କରନ୍ତି ଓ ସେମାନଙ୍କର କଥିତ ଭାଷା ହେଉଛି ଭତ୍ରୀ ଓଡ଼ିଆ ଶୈଳୀ । ଉତରା ଵା ଭୋତାରମାନଙ୍କ ଵିଵାହ ସମୟରେ ଵ୍ୟଵହାର କରାଯାଉଥିଵା ଧରମ ପାଣି ଵା ପଵିତ୍ର ପାଣିକୁ ସେମାନେ ଦରମ୍ ପାନି କହିଥାନ୍ତି ।
ଝିଅକୁ ଗାଧୋଇ, ନୂଆ ହଳଦିଆ ଲୁଗା ପିନ୍ଧାଇ “କଟନି ଗୀତ" ଗାଇଗାଇ କନ୍ୟାର ମା, ବରର ମା ଓ ଗାଁର ଅନ୍ୟ ସ୍ତ୍ରୀ ଲୋକମାନେ ନୂଆ ମାଠିଆରେ ଗାଁ ପାଖ ନଈ କିମ୍ବା ନାଳରୁ ବଡ଼ି ଭୋରରୁ ଯେଉଁ ପାଣି ସଂଗ୍ରହ କରିଆସନ୍ତି ତାକୁ ଦରମ୍ ପାନି କୁହାଯାଏ ।
ଏହି ପାଣି, ଵିଵାହ ବେଦୀରେ ଗୋଟିଏ ନୂଆ ଶିକାରେ ଓହଳାଇ ରଖାଯାଏ ଏବଂ ଵିଵାହ କାର୍ଯ୍ୟର ଏକ ପର୍ଯ୍ୟାୟ, ପୁଅ ଝିଅଙ୍କ ଲଗ୍ନ ଗଣ୍ଠି ପଡ଼ିଲା ପରେ ବେଦୀରେ ପୋତା ଯାଇଥିଵା ମହୁଲଡାଳ ଚାରିପଟେ ସାତଥର ପରିକ୍ରମା କରିଵା ପରେ ବରକନ୍ୟାକୁ ବେଦୀରେ ବସାଇ ପୂର୍ବରୁ ଶିକାରେ ଓହଳାଯାଇ ରଖାଯାଇଥିବା ଦରମ୍ ପାନିକୁ ଉଭୟଙ୍କ ଉପରେ ଇଡ଼ି ଦିଆଯାଏ ଏବଂ ଲଗିନ୍ କାରିଆ କନ୍ୟାର କାଣି ଆଙ୍ଗୁଠିକୁ ବରହାତରେ ଧରାଇ ଦିଅନ୍ତି । ମହୁଲଡାଳ ପଵିତ୍ର ଓ ଶୁଭଫଳଦାୟୀ ବୋଲି ଭତରା ଓଡ଼ିଆମାନଙ୍କ ମଧ୍ୟରେ ଲୋକ ଵିଶ୍ଵାସ ପ୍ରଚଳିତ । ସେଥିପାଇଁ ଏହାର ଵ୍ୟଵହାର ସେମାନେ ଵିଵାହ ଆଦି ମଙ୍ଗଳ ଉତ୍ସଵରେ ମଧ୍ୟ କରିଥାନ୍ତି । ସେହିପରି ବେଦୀରେ ପୋତାଯାଇଥିଵା ମହୁଲଡାଳ ଚାରିପଟେ ବରକନ୍ୟା ସାତଥର ପ୍ରଦକ୍ଷିଣ କରିଵାକୁ ଭତରାମାନେ ‘ମାଣ୍ଡ କିନ୍ଦରା’ ବୋଲି କହିଥାନ୍ତି ।
ମାଣ୍ଡ୍ ଵା ମାଣ୍ଡର ଅର୍ଥ ମଣ୍ଡପ ଏଵଂ କିନ୍ଦରା ଅର୍ଥ ବୁଲିଵା , ପ୍ରଦକ୍ଷିଣା କରିଵା(କିନ୍ଦିରିଵା ଶବ୍ଦ କେନ୍ଦ୍ର ଶବ୍ଦ ସହିତ ସମୋଦ୍ଧୃତ) । ଵିଵାହ ବେଦୀକୁ ଅଵିଭକ୍ତ କୋରାପୁଟରେ ମାଣ୍ଡ୍ କୁହାଯାଏ । ଏହା ତତ୍ସମ ମଣ୍ଡପ ସହିତ ସମୋଦ୍ଧୃତ ହୋଇଥାଇପାରେ । ତେବେ ମନଡ୍ ଶବ୍ଦର ଅର୍ଥ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ଗଣ୍ଠି ତେଣୁ କେହି କେହି କୁହନ୍ତି ମନଡ୍ ଵା ଗଣ୍ଠି ପଡି଼ଲାପରେ କନ୍ଦିରା ଯାଉଥିଵାରୁ ଏହାକୁ ମାଣ୍ଡ୍ କିନ୍ଦରା କୁହାଯାଏ ।
ଭୋତାରମାନଙ୍କର ଵିଵାହ ଲଗ୍ନ ପରେ ଵର-ଵଧୂ ଆଗପଛ ହୋଇ ବେଦୀ ମଝିରେ ପୋତା ଯାଇଥିଵା ମହୁଲ ଡାଳ ଚାରିପଟେ ସାତଥର ବୁଲିବାର ପ୍ରକ୍ରିୟାକୁ ‘ମାଣ୍ଡକିଞ୍ଜୁର’ ବା ମାଣ୍ଡ କିନ୍ଦରା (କିନ୍ଦରା = ଘୁରିଵା) କୁହାଯାଏ । ଏହା ଏକ ସନାତନୀ ପ୍ରଥା ହୋଇଥିଵାରୁ ଭୋତାର ଭଳି ଓଡ଼ିଆ ଜାତି ଛଡ଼ା ଅନ୍ୟାନ୍ୟ ଜନଜାତୀୟ ସଂପ୍ରଦାୟରେ ମଧ୍ୟ ଦେଖାଯାଏ ।
ଏହି ମାଣ୍ଡ୍ କିନ୍ଦରା ବେଳେ ଏଠାକାର ସ୍ଥାନୀୟ ମହିଳାମାନେ ଯୋଉ ଗୀତ ବୋଲନ୍ତି ତାକୁ ମାଣ୍ଡ୍ କିନ୍ଦରା ଗୀତ କୁହନ୍ତି ।
“ଆଟିର ଟିରଟାର ବାଟିର ଭଅଁରା
ଧୋତ୍ରା ନେଇ କେନେ ଗାଲା ।
ଆତେ ଦରିକରି ଫୁଲର ବିଚନା
ଭଅଁର ବୁଲକେ ଗାଲା ।।”
ଅଵିଭକ୍ତ କୋରାପୁଟ ଅଞ୍ଚଳରେ ମାଣ୍ଡ୍ କୁଲେନ୍ ବୋଲି ଏକ ପର୍ଵ ମଧ୍ୟ ଅନୁଷ୍ଠିତ ହୋଇଥାଏ । ତେବେ ଏହା ଚୈତ୍ର ମାସରେ ପାଳିତ ଦୁରୁଆମାନଙ୍କର ଏକ ସାମୂହିକ ପର୍ଵ । ଏହାକୁ ପୁଅ ଝିଅଙ୍କ ମଧ୍ୟରେ ଦେଖା ସାକ୍ଷାତ୍, ମିଳନ ଓ ଵିଵାହ ପ୍ରସ୍ତୁତିର ପର୍ଵ ଭାବେ ଅଭିହିତ କରାଯାଇପାରେ । ଦୁରୁଆମାନଙ୍କ ମଧ୍ୟରେ ସ୍ଵଗୋତ୍ରୀୟ ଵିଵାହ ହୁଏ ନାହିଁ । ସେମିତି ଆଵଶ୍ୟକ ହେଲେ ସଗୋତ୍ରୀୟ ପୁଅଟିକୁ ଅନ୍ୟ ଏକ ଗୋତ୍ରର କେହି ଲୋକ ପୋଷ୍ୟପୁତ୍ର ଭାବେ ଗ୍ରହଣ କରି ଵିଵାହ କାର୍ଯ୍ୟ ସମ୍ପନ୍ନ କରାଇଥାନ୍ତି । ପୁଅ ଓ ଝିଅ ନିଜ ରାଜିରେ ନିଜ ଜୀବନସାଥୀ ବାଛିଥାଆନ୍ତି । ଚୈତ୍ର ମାସରେ ଅନୁଷ୍ଠିତ ମାଣ୍ଡ୍ କୁଲେନ୍ ଵାର୍ଷିକ ଉତ୍ସଵରେ ପୁଅ ଝିଅ ପରସ୍ପରକୁ ଇଲେସିଲ୍ (ଧାଙ୍ଗଡ଼ିବସା) ଓ ଇଲେନ୍କୁଲା (ଧାଙ୍ଗଡ଼ା ବସା)ଠାରେ ମିଶିଥାନ୍ତି । ତହିଁ ପରଵର୍ଷ ସାମାଜିକ ସ୍ବୀକୃତି କ୍ରମେ ସେମାନେ ଵିଵାହ କରିଥାଆନ୍ତି ।
🔵🔵🔵🔵🔵🔵🔵🔵🔵🔵🔵🔵
ତଥ୍ୟ — ଦେଶିଆ ଜ୍ଞାନକୋଷ
(ସଂକଳକ— ଡ଼ ରାଜେନ୍ଦ୍ର ପାଢ଼ୀ ଓ ଶ୍ରୀ ଵିଜୟ ଉପାଧ୍ୟାୟ)
ସମ୍ପାଦନା— ଶିଶିର ସାହୁ ମନୋଜ
🔵🔵🔵🔵🔵🔵🔵🔵🔵🔵🔵🔵
Saturday, March 23, 2019
“ନାଲେ ଵା ଏଵଂ ଓଡି଼ଶା”
ପିଶାଚିର ଭୟ ଚାରିଆଡେ଼ ଦାଵାନର ଭଳି ମାଡି଼ଯାଇ ଲିଭିଗଲା ସତ କିନ୍ତୁ ବାଙ୍ଗାଲୋରର କେତେକ ଅଞ୍ଚଳରେ ଆଜି ବି ତାହାର ଭୟ ଊଣା ଅଧିକେ ରହିଅଛି ।
ସୁସାର
ବହୁତ ସମ୍ଭବ ସୁସାର ଶବ୍ଦଟି ସୁସଂସ୍କାର ଶବ୍ଦ ସହିତ ସମଧୃତ ହୋଇଥାଇପାରେ ! ଅନୁମାନ କରାଯାଏ ଯେ
ସୁସଂସ୍କାର ଶବ୍ଦର ପରିବୃତ୍ତିଗତ ସରଳିକରଣରୁ ଏ ଶବ୍ଦ ଚଳୁଅଛି ! ସୁସଂସ୍କାର ଶବ୍ଦରେ ସଂ ଓ କ ଲୋପ ହୋଇ
ସୁ(ସଂ)ସା(କ)ର ଶବ୍ଦ ହୋଇଥିବା ଅନୁମାନ କରାଯାଏ ! ଆଉ କେତେକଙ୍କ ଅନୁସାରେ ସୁଧାର ଶବ୍ଦର ଭିନ୍ନ ରୂପ
ସୁସାର ହୋଇପାରେ ଯଦି ଧା ଓ ସା ମଧ୍ଯରେ ବର୍ଣ୍ଣ ପରିବୃତ୍ତି ସମ୍ଭବପର ତେବେ ! ଓଡ଼ିଆରେ ସୁଧାର ଶବ୍ଦର ଦକ୍ଷିଣାଞ୍ଚଳର
ସୁସାର ଭଳି ବ୍ଯବହାର ଦେଖାଯାଏ ଯଥା-ସୁଧାର ଗାଈ,ସୁଧାର ଲୋକ ଇତ୍ଯାଦି ! କେଉଁଠି କେଉଁଠି ସୁଧାର,ସୁସାର ଅର୍ଥେ
ସଜରି(ଆ) ଶବ୍ଦର ମଧ୍ଯ (ସଜରି(ଆ) ଗାଈ) ବ୍ଯବହାର ହେଉଥିବା ଦେଖାଯାଏ !
ବିଭିନ୍ନ ବାରର ଭିନ୍ନ ଭାନ୍ନ ନାମ
। ନିମ୍ନରେ ପ୍ରତ୍ଯେକ ବାରର ବିଭିନ୍ନ ନାମ ଦିଆଗଲା
(କ)ରବିବାର---ଅର୍କବାର,ଆଦିତ୍ଯବାର,ସୂର୍ଯ୍ଯବାର,ସୂର୍ଯ୍ଯାୟଣବାର,ଭାନୁବାର,ଗଭାସ୍ତିବାର,ଭଟ୍ଟାରକବାର,(କୁଈ-ଆଦିବାରା)
(ଖ)ସୋମବାର---ଚନ୍ଦ୍ରବାର,ଚନ୍ଦ୍ରାୟଣବାର,ଶଶିବାର(କୁଈ-ସମବାରା)
(ଗ)ମଙ୍ଗଳବାର---ଅଙ୍କାରକବାର,କୁଜବାର,କୁଳବାର,ଭୌମବାର(କୁଈ-ମଙ୍ଗଡ଼ା(ବା)ରା)
(ଘ)ବୁଧବାର---ପଣ୍ଡିତବାର,ସୌମ୍ଯବାର(କୁଈ-ପୁଦାରା)
(ଙ)ଗୁରୁବାର---ବୃହସ୍ପତିବାର,ଲକ୍ଷ୍ମୀବାର,ମାଣବସାବାର,ଅଙ୍ଗାରବାର,ବାକ୍ପତିବାର(କୁଈ-ଲୋଚିବାରା)
(ଚ)ଶୁକ୍ରବାର---ଅନୁକୁଳବାର,ଭୃଗୁବାର(କୁଈ-ଶୁକ୍ରବାରା) (ଛ)ଶନିବାର---କୃତାନ୍ତବାର,ଶୌରିବାର,ସୂର୍ଯ୍ଯସୂତବାର,ଶନୈଶ୍ଚରବାର,ପଙ୍ଗୁବାର(କୁଈ-ଶନିବାରା). . . . . . . . . . . . . . . . . . . . . . . . . . . . . . . . . . . ପୁରୁଷ,ସ୍ତ୍ରୀ ଓ କୁଳବାର. . . . . . . . . ରବି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ବାର,ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏବଂ ମଙ୍ଗଳ ଓ ଶୁକ୍ର କୁ କୁଳବାର ବୋଲି ବିଭିନ୍ନ ଜ୍ଯୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି . . . . . . . . . . . . . . . . . . . . . . . . . . . .
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ
ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା
→ସଭାଖାଈ(ସଵାଖାଇ,ସବାଖାଈ)
ଯଥା:-
କରାଯାଇନାହିଁ ।
■→ହବିଷିଆଳମାନେ ତତକାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ ବ୍ରାହ୍ମଣ ଆଦି ଉଚ୍ଚପରିବାରର ହେଉଥିବା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିବା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିବା ଜୀଵଙ୍କର ମାଂସଭକ୍ଷଣ କରିବାକୁ କୁଣ୍ଠାଵୋଧ କରୁନାହାନ୍ତି)
ଆପଣଙ୍କ ବୟୋଜ୍ୟେଷ୍ଠ ମାନେ ଛାଡ଼ଖାଇ ଵିଷୟରେ କଣ ମତପ୍ରକାଶ କରନ୍ତି ?
ଵିଶିଷ୍ଟ ଆଲେଖ୍ୟ
ଵଶା ଠାରୁ ବୋଉ ଯାଏଁ
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
-
ଗୋସିଆଁ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ଆଜି ବି ଗ୍ରାମାଞ୍ଚଳରେ ପ୍ରଚଳିତ ଅଛି। ତନ୍ମଧ୍ୟରୁ "ଗୋସିଆଁ" ଶବ୍ଦଟି ଏକ ଖାଣ୍ଟି ଓଡ଼ିଆ ଶବ୍ଦ, ଯାହା ପୂର୍ଣ୍ଣଚନ୍ଦ୍...
-
ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି । ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...