Showing posts with label ନ୍ୟାୟ. Show all posts
Showing posts with label ନ୍ୟାୟ. Show all posts

Saturday, March 23, 2019

ଅନ୍ଧ ହାତୀ ଦେଖିବା ନ୍ୟାୟ'

ଅନ୍ଧ ହାତୀ ଦେଖିବା ନ୍ୟାୟ'   ଏହା ମୂଳତଃ ଭାରତୀୟ ବେଦାନ୍ତ ଦର୍ଶନ ଲିଖିତ ନ୍ୟାୟ ଏଵଂ ଵିଶ୍ୱ ପ୍ରଶିଦ୍ଧ ଅଟେ । ଏହି ନ୍ୟାୟକଥାର ଵାହ୍ୟରୂପ ହାସ୍ୟୋଦ୍ଦୀପକ ହୋଇଥିଲେ ହେଁ ଏହା ମଧ୍ୟରେ ଭାରତୀୟ ଦର୍ଶନର ଗୃଢ଼ ଅର୍ଥ ରହିଛି ।  ପାଞ୍ଚ ଜଣ ଅନ୍ଧ ହାତୀର ଭିନ୍ନ ଭିନ୍ନ ଅଙ୍ଗକୁ ହାତଦ୍ୱାରା ଛୁଇଁ ଯେଉଁ ଜ୍ଞାନ ଲାଭ କରନ୍ତି ତାହାର ସମଷ୍ଟିଦ୍ୱାରା ଜନ୍ମିବା ହାତୀ ସମ୍ବନ୍ଧେ ପୂର୍ଣ୍ଣ ଜ୍ଞାନକୁ ଏଠାରେ ପ୍ରତୀକାତ୍ମକ ଵର୍ଣ୍ଣନା କରାଯାଇଛି ।

ସଂକ୍ଷେପରେ କଥା ଏଇଭଳି:-

 ପାଞ୍ଚ ଜଣ ହାତୀ ଦେଖିଵାକୁ ଗଲେ। 
ଜଣେ ଅନ୍ଧ ହାତୀର ଗୋଡ଼ ଦରାଣ୍ଡି 'ହାତୀ ଖମ୍ବ ପରି' ବୋଲି କହିଲା। 
ଆଉ ଜଣେ କାନ ଆଉଁସି 'ହାତୀ କୁଲା ପରି' ବୋଲି ସ୍ଥିର କଲା
 ତୃତୀୟ ଅନ୍ଧ ହାତୀର ପେଟ ଦରାଣ୍ଡି ତାକୁ 'କୋଡ଼ମେଇ ଭଳି' ବୋଲି ମତ ଦେଲା।
 ଚତୁର୍ଥ ଅନ୍ଧ ହାତୀର ଲାଙ୍ଗୁଡକୁ ଛୁଇଁ ତାକୁ 'ଗୋରୁ ଲାଙ୍ଗୁଡ ପରି' ବୋଲି କହିଲା।
 ପଞ୍ଚମ ଅନ୍ଧ ହାତୀର ଶୃଣ୍ଢକୁ ଅନୁଭବ କରିଵାରୁ 'ହାତୀ ସାପ ପରି' ବୋଲି ପ୍ରକାଶ କଲା। କାହାରି କଥା କାହାରି ସଙ୍ଗେ ମେଳ ନ ହେଵାରୁ କଳି ହେଲା । ଜଣେ ଚକ୍ଷୁ ଥିଵା ବ୍ୟକ୍ତି ସେପଟେ ଯାଉଥାନ୍ତି ସେ ଅନ୍ଧମାନଙ୍କ କଳିଗୋଳ ଦେଖି ସେମାନଙ୍କ ନିକଟକୁ ଯାଇ ତାଙ୍କୁ ବୁଝାଇ ଦେଲେ,
"ତୁମ୍ଭେମାନେ ଯାହା ଦେଖିଲ ତାକୁ ସବୁ ଏକାଠେଇଁ ମିଶାଇ ଯେଉଁ ଜୀଵ କଳ୍ପନା କରୁଛ, ତାହାହିଁ ହାତୀ ।" 

:::::::::ନ୍ୟାୟକଥାର ଆଭ୍ୟନ୍ତରରେ ଥିଵା ଦାର୍ଶନିକ ମତ::::::::ବୈଶେଷିକ, ନୈୟାୟିକ, ମୀମାଂସକ, ସାଙ୍ଖ୍ୟ ଓ ପାତଞ୍ଜଳ—ଏହି ପାଞ୍ଚ ଦର୍ଶନ ନିର୍ଣ୍ଣୀତ ଈଶ୍ୱରଙ୍କର ଏକୈକ ଦେଶ କଳ୍ପନାକୁ ଏକତ୍ର କଲେ ଈଶ୍ୱରଙ୍କର ଅସ୍ତିତ୍ୱ କଳ୍ପିତ ଓ ଉପଲବ୍ଧ ହେବ।

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...