Showing posts with label ଉଦ୍ଭିଦଜଗତ. Show all posts
Showing posts with label ଉଦ୍ଭିଦଜଗତ. Show all posts

Tuesday, February 18, 2020

ଓଲୁଅ ଵିଷୟରେ ଏଇକଥା ଜାଣିଛନ୍ତି କି ?

ଓଲୁଅ ପିଠା ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରାୟ ଲୋକ ଖାଇଥିଵେ । ସୋରିଷ ହଳଦୀ ଲଙ୍କା ଲୁଣ ଆଦି ବାଟି ମସଲା କରି ସେହି ମସଲାକୁ ଓଲୁଅ ସିଝାଇ ତହିଁରେ ମିଶାଇ ଏହି ପିଠା ପ୍ରସ୍ତୁତ କରାଯାଏ ।

ଆମ ଓଲୁଅ ଶବ୍ଦ ଟି ବୈଦିକ “ଓଲ୍ବ” ଶବ୍ଦରୁ ଆସିଅଛି ।
ବଙ୍ଗଳାରେ ପ୍ରଚଳିତ “ଓଲ” ଶବ୍ଦ ଓଡିଶାର କେତେକ ଅଞ୍ଚଳର କଥିତ ଶୈଳୀରେ ମଧ୍ୟ ପ୍ରଚଳିତ । ଓଲ ଶବ୍ଦଟି ଓଲ୍ଲ ଓ ଓଲ୍ଵ ଭାଵେ ବୈଦିକ କାଳରୁ ଚଳୁଅଛି ।

ଓଲୁଅର ଅନ୍ଯ ଏକ ସଂସ୍କୃତ ପ୍ରତିଶବ୍ଦ ଶୂରଣ
ହିନ୍ଦୀରେ ସାମାନ୍ଯ ପରିବର୍ତ୍ତନ ସହ ସୂରନ୍ ଭାବେ ପ୍ରଚଳିତ ।
ହିନ୍ଦୀଭାଷୀ ଆଜିକାଲି ଏହାକୁ ଜୀମିକନ୍ଦ ମଧ୍ଯ କହୁଛନ୍ତି ।
ଯଦା ସମ୍ଭଵ ଓଲୁଅର ସଂସ୍କୃତ ପ୍ରତିଶବ୍ଦ କନ୍ଦକରେ ଜୀମି ଶବ୍ଦ ଯୋଡ଼ା ଯାଇ ଏ ଶବ୍ଦକୁ ସୃଷ୍ଟି କରାଯାଇଛି ।

ଓଲୁଅ ଏକ କଚୁବର୍ଗର ଖାଦ୍ୟକନ୍ଦ ବିଶିଷ୍ଟ ଗୁଳ୍ମ । ବଣ ଓଲୁଅ କୁ ଖାଇଲେ ତଣ୍ଟି ଗଲୁ କରେ ତେଣୁ ଲୋକେ ଆଗେ ଉଷୁଁଆ ଧାନରେ ପୋତି ,କାଞ୍ଜିପାଣିରେ ସିଞ୍ଜାଇ ତା ଗଲୁ ମାରୁଥିଲେ ।
ଆଜିକାଲି ବାଡି ପଛପଟରେ ବିନା ରକ୍ଷଣାବେକ୍ଷଣ ରେ ମଧ୍ଯ ବର୍ଷାଦିନେ ଏ ଗଛ ଉଠୁଥିବା ଦେଖାଯାଏ । ମହରଗିଆ ଯୁଗକୁ ଦେଖି
ଲୋକ ଓଲୁଅ ଚାଷ ମଧ୍ଯ କଲେଣି ।ଏହାର ଵୈଜ୍ଞାନିକ ନାମ
Amorphophallus paeoniifolius
ସାଧାରଣ ଇଂରାଜୀରେ
ହାତିପାଦ ଆଳୁ the elephant foot yam ,
ଧଳାଦାଗିଆ ରାକ୍ଷସ ସାରୁ whitespot giant arum, ଗନ୍ଧୁରା କଇଁ
stink lily, ଆଦି ଗୋରା ସାହେବ ମାନେ ନାମ ଦେଇଛନ୍ତି ।
ଗୋଟାଏ ବି ନାମରେ ବାଗବରଗ ନାହିଁ
ହଉ ଵା ମାଙ୍କଡମାନେ କାହୁଁ ଜାଣିଵେ ଅଦାର ସ୍ବାଦ 😂😂😂😂 ।

ଓଲୁଅଟି ଏକ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମୁ ଥିବା ଗୁଳ୍ମ ତେଣୁ
ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ତଥା ଗ୍ରୀଷ୍ମପ୍ରଧାନ ପ୍ରଶାନ୍ତ ସାଗରୀୟ ଦ୍ବୀପ ଗୁଡିକରେ ଦେଖାଯାଇଥାଏ ।
ଚାରିଆଡେ ହେଉଥିଲେ ହେଁ ଏହାର ଜନ୍ମସ୍ଥଳୀ ଦକ୍ଷିଣ ପୂର୍ବ ଏସିଆରେ ଏକଥା ଅଧିକାଂଶ ଗବେଷକ ମତ ଦିଅନ୍ତି ।



ଓଲୁଅଟା ଗୋଟାଏ ଔଷଧୀୟ ଗଛ ବୋଲି ଆମ ଆର୍ୟୁଵେଦ ତଥା ଅନ୍ଯ ପ୍ରାଚୀନ ଵୈଦଗ୍ରନ୍ଥରେ ଲେଖା ଅଛି ।
ବାବାସିର ରୋଗୀଙ୍କ ପାଇଁ ଫଳଟି ଅମୃତ ତୁଲ୍ୟ କିନ୍ତୁ ସୁଗାର ଡାଇବେଟିସ୍ ରୋଗୀଙ୍କୁ
ଏ ମାଟି ଜାତୀୟ ଫଳ ହୋଇଥିଵାରୁ ଡ଼ାକ୍ତର ଖାଇବାକୁ ବାରଣ କରିଥାଅନ୍ତି ।

Sunday, February 16, 2020

ପିତାଗିହ୍ମା

ପିତା ଗିହ୍ମା ଏହା ଏକ ଜାତୀୟ ଶାଗଗଛ । ଏହି ଶାଗଗଛକୁ ବାଲେଶ୍ଵରରେ ପିତାଗିହ୍ମା କୁହାଯାଏ ଏଵଂ ଏହାର ପତ୍ରରେ ତିଆରି ଏକ ପ୍ରକାରର ଶାଗଭଜା ଵିଧିକୁ ଏଠାକାର ସ୍ଥାନୀୟ ଅଧିଵାସୀ “ଚଡ୍ ଚଡା଼” କହିଥାଆନ୍ତି । ଶାଗରେ ଆଳୁ,ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵର ରେ ଚଡ୍ ଚଡା଼ କୁହାଯାଏ । ଗିହ୍ମାଶାଗରେ “ଗିହ୍ମା ପତ୍ରପୋଡ଼ା” ବୋଲି ଗୋଟିଏ ଵ୍ଯଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । କଦଳୀ ଇତ୍ୟାଦି ପତ୍ର ମଧ୍ୟରେ ପିତା ଗିହ୍ମାଶାଗ ସହ ନିଷ୍ଠାନ(ମସଲା) ଦେଇ ନିଆଁରେ ପୋଡ଼ି ଏହା ପ୍ରସ୍ତୁତ କରାଯାଏ । ସେଇଭଳି “ଗିହ୍ମା ଚଟଣୀ” ବୋଲି ଏକ ଵ୍ଯଞ୍ଜନ ରହିଛି ଯାହା ଗିହ୍ମା ପତ୍ରକୁ ବାଟି ତହିଁ ରେ ବିଭିନ୍ନ କଞ୍ଚା ନିଷ୍ଠାନ(ମସଲା) ଯେମିତିକି ଲଙ୍କା ଆଦି ଦେଇ ପ୍ରସ୍ତୁତ କରାଯାଏ ।

ଗିହ୍ମାଶାଗକୁ ବଙ୍ଗାଳି ଭାଷାରେ ଗିମା,ଗିମୀ ଓ ଗୀମୋ କୁହାଯାଉଥିଵାଵେଳେ ମେଦିନୀପୁରୀ ଓଡ଼ିଆରେ ଗିମା କୁହାଯାଏ । ପ୍ରୋକ୍ତ ସମସ୍ତ ଶବ୍ଦର ମୂଳ ବାଲେଶ୍ବରରେ ଚଳୁଥିଵା ଗିହ୍ମା ଶବ୍ଦ ଅଟଇ ।

ଓଡ଼ିଶାର କେତେକ ଅଞ୍ଚଳରେ ଏହି ଶାକ କୁ କେଵଳ ପିତାଶାଗ କୁହାଯାଏ । ଏହାର ସଂସ୍କୃତ ନାମ ଫଣିଜ ଓ ଗ୍ରୀଷ୍ମସୁନ୍ଦରକ । ହିନ୍ଦୀ ଭାଷାରେ ଏ ଗଛ ପାଇଁ ନାମ ଭାବେ ଦେଶଜ “ଗେଇନା” ଶବ୍ଦ ପ୍ରଚଳିତ ଅଛି । ଏହି ଗଛର ବୈଜ୍ଞାନିକ ନାମ ବହୁତ ସମ୍ଭବ Glinus oppositifolius ତେବେ ଏତିକି ନିଶ୍ଚିତ ଯେ ଏହା ଗ୍ଲିନୋ଼ସ୍ ଜାତୀୟ ଗଛ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିତାଶାଗ ତଳେ Glinus oppositifolius ର Synonyms ଯଥା
Erythrea roxburghii ଓ
Mollugo spergula ଲେଖାହୋଇଅଛି ।
ଏହି ଜାତୀୟ ଗଛ ମଧ୍ୟରେ ଆଉକିଛି 
ଗଛଗୁଡିକର ବୈଜ୍ଞାନିକ ନାମ ହେଲା :-
1.Glinus cambessedesii
2.Glinus denticulatus 
3.Glinus mollugo 
4.Glinus oppositifolius 
5.Glinus spergula 
6.Glinus spergula 
7.Glinus glinoides 
8.Glinus oppositifolia 
9.Glinus serrulata 
10.Glinus spergula 


ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...