ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରା କୁ #ଖାଞ୍ଚା କୁହନ୍ତି । ଝୁଡ଼ି,ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି !
ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି ,ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି !
ବାଉଁଶ ପାତିରେ ଛକି ବାଡ଼କୁ କ ଇଁଚି କୁହନ୍ତି ! ପ୍ରୋକ୍ତ ସମସ୍ତ ଶବ୍ଦ ଓ ଖାଞ୍ଚା ଶବ୍ଦ
ସଂସ୍କୃତ ଓ ଓଡ଼ିଆର କଞ୍ଚି ଶବ୍ଦ ସହିତ ସମଧୃତ ଅଟେ ! ପ୍ରାକୃତ ଓଡ଼ିଆରୁ ଏ ଶବ୍ଦ ଲୋକପ୍ରିୟ ହୋଇ
ହିନ୍ଦି ଓ ବଙ୍ଗଳାରେ ଜଳୁଛି ! କଞ୍ଚିର ଅର୍ଥ ବାଉଁଶ କଣି !
ଓଡ଼ିଆଭାଷାରେ ପକ୍ଷୀ ରଖା ଖାଞ୍ଚାକୁ ପଞ୍ଜୁରି ବା ଘାରା ଏବଂ ମୂଷା,ଠେକୁଆ,ବାଘ ଆଦି ପଶୁ ରଖାଯିବା
ଖାଞ୍ଚାକୁ ଜନ୍ତା କୁହାଯାଏ । ପଶୁ ଧରିବା ଯନ୍ତ୍ରକୁ ବି ଯନ୍ତା କୁହନ୍ତି । କେହି କେହି ଏ ଉଭୟ
ଶବ୍ଦକୁ ଗୋଟିଏ ଭାବୁଥିଲା ବେଳେ ଆଉ କିଛି ଲୋକ ଭିନେ ଭାବନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଉଭୟ ଶବ୍ଦକୁ ଯନ୍ତ୍ର ଶବ୍ଦ ସହ ସମ୍ବନ୍ଧିତ ଥିବା ଦର୍ଶାଯାଇଛି । ଅନ୍ଯ ଏକ ମତବାଦ ଅନୁସାରେ
ସମ୍ଭବତଃ ଯନ୍ତ୍ର ଶବ୍ଦ ସହ ଯନ୍ତା(trappen) ସମଧୃତ ହୋଇଥିବା ବେଳେ ଜନ୍ତୁ ରଖାଯିବା ପିଞ୍ଜରାକୁ ଜନ୍ତା କୁହାଗଲା
। ଇଂରାଜୀ,ଫ୍ରେଞ୍ଚ ଓ
ଆଇରିସ୍ ଆଦି ଭାଷାରେ ପଞ୍ଜୁରୀ ଓ ଜନ୍ତାକୁ ସାଧାରଣତଃ cage କୁହାଯାଏ। ପର୍ତ୍ତୁଗାଲୀ
ଭାଷାରେ ପଞ୍ଜୁରୀ ପାଇଁ cela
ଶବ୍ଦ ଚଳେ ଯାହା ସମ୍ଭବତଃ ଇଂରାଜୀ cell(କୋଠରୀ) ସହ ସମ୍ବନ୍ଧିତ ହୋଇଥାଇପାରେ । ସ୍ପାନିଶ୍ ରେ ପିଞ୍ଜରାକୁ jaula କୁହାଯାଏ ଏବଂ ବୋଧହୁଏ
ଏହା ଇଂରାଜୀ jail(କାରାଗାର,ଅଠରଖାଡ଼ିଆ) ସହ ସମଧୃତ
ହୋଇପାରେ । ପଞ୍ଜୁରୀ ବା cage
ପାଇଁ ଡଚ୍ ରେ kooi,ଜର୍ମାନରେ kafig,ଲିଥୁଆନିରେ narvas,ରୁଷୀ ଭାଷାରେ kletka ଓ ଚୀନୀଭାଷାରେ l`ong ଆଦି ଶବ୍ଦ ଚଳୁଅଛି ।
ଆପଣଙ୍କ ଅଞ୍ଚଳରେ ପଞ୍ଜୁରୀ,ଜନ୍ତା ଓ ଯନ୍ତା
ପାଇଁ ଆଉ କିଛି ନିଆରା ଶବ୍ଦ ଚଳୁଅଛି କି ? ©କନ୍ତିଓକଥା
No comments:
Post a Comment