୧୯୯୦ ଦଶକରେ ଦକ୍ଷିଣ ଭାରତ ଵିଶେଷତଃ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ
ଏକ ପିଶାଚିର ଭୟରେ ଲୋକ ସନ୍ଧ୍ୟା ହେଲେ ଘରୁ ବାହାରିବା ଛାଡ଼ି ଦେଇଥିଲେ । ବାଙ୍ଗାଲୋର
ନଗର ନିକଟଵର୍ତ୍ତୀ ଅଞ୍ଚଳରେ ଭୟଙ୍କର ଅଵସ୍ଥା ସୃଷ୍ଟି ହୋଇଥିଲା । ଏ ସମୟରେ ଗୁଡାଏ
ମୃତ୍ୟୁ ମଧ୍ଯ ଏ ଭୟକୁ ଆହୁରି ତ୍ବରାନ୍ବିତ କରିଦେଇଥିଲା । ପିଶାଚିର ଭୟ ଏତେ ବଢିଲା ଯେ
ତାହା କେଵଳ ଏଇ ଦୁଇରାଜ୍ୟ ହିଁ ନୁହେଁ ଵରଂ କେରଳ,ତାମିଳନାଡୁ,ମହାରାଷ୍ଟ୍ର,ଓଡ଼ିଶା
ଏମିତିକି ଉତ୍ତର ଭାରତ ଯାଏଁ ଵ୍ୟାପିଗଲା । ସାରା ଵିଶ୍ଵରେ ଭାରତର ଏ ପିଶାଚି ଵିଷୟରେ
ଚର୍ଚ୍ଚା ହେଉଥାଏ ଏଣେ ଲୋକ ଵିଶେଷତଃ ପୁରୁଷ ମାନେ ବହୁ ସଂଖ୍ୟାରେ ମରିବା ଆରମ୍ଭ
ହୋଇଯାଇଥିଲା । କିଛି ଦିନ ପରେ ସେ ପିଶାଚିକୁ କାବୁ କରିବା ପାଇଁ ଲୋକମାନେ ଗୋଟାଏ ବାଟ
ପାଇଯାଇଥିଲେ । କୁହାଯାଏ ସେଇଦିନିଆ ଥରେ ଜଣେ ସ୍ତ୍ରୀ ଲୋକ ଶୋଇବାକୁ ଯାଉଥାଏ କି ତା
ପତିକୁ ବାହାରୁ କିଏ ଡାକ ପକାଉଥିବା ସେ ଶୁଣିବାକୁ ପାଇଲା । କଣ୍ଠଟା ତା ଶାଶୁଙ୍କର
ବୋଲି ଅନୁଭଵ କରି ସ୍ତ୍ରୀ ଲୋକଟି ଡରିଗଲା କାରଣ ତା ଶାଶୁ ଦି ଵର୍ଷ ପୂର୍ବରୁ
ମରିସାରିଥିଲେ । ଡରି ଡରି ସେ ଯେତେବେଳେ ଯାଇ ଝରକାର ଏକ କଣା ଦେଇ ବାହାରକୁ ଦେଖିଲା
ସେଠି କେହି ନଦେଖି ଆଚମ୍ବିତ ହେଲା । ସେ ଶୋଇବାକୁ ଯାଉଥାଏ ପୁଣି ସେଇମିତି କିଏ ଡାକିଲା
। ସ୍ତ୍ରୀ ଲୋକଟି ଜାଣିଗଲା ଏ ସବୁ ସେହି ପିଶାଚିର କାମ । ତାପରେ ତା ପାଟିରୁ
ବାହାରିଗଲା “ନାଲେ ଵା” ମାନେ “କାଲି ଆ” । ତାପରେ ଆଉ କାହାର ପାଟି ଶୁଣିବାକୁ
ମିଳିନଥିଲା । କିନ୍ତୁ ତତ୍ପରଦିନ ପୁଣି ସେହିଭଳି କଣ୍ଠସ୍ଵର ଶୁଣିବାକୁ ମିଳିଲା । ଏଵଂ
ପୂର୍ବ ପରି ସ୍ତ୍ରୀ ଲୋକଟି ନାଲେ ଵା କହିଦେବାରୁ ଡକା ବନ୍ଦ ହେଇଗଲା ।
ଏ ଘଟଣାଟା ସେ ଅଞ୍ଚଳ ସାରା ଖୁବ୍ ଅଳ୍ପ ସମୟ ମଧ୍ୟରେ ରାଷ୍ଟ୍ର ହୋଇଗଲା ।
ଲୋକେ ନିଜ ଘର କାନ୍ଥରେ,କବାଟରେ ଏମନ୍ତକି ଗ୍ରାମର ନାମଫଳକ ବୋର୍ଡରେ ସୁଦ୍ଧା ନାଲେ ଵା
ଲେଖିବା ଆରମ୍ଭ କରିଦେଲେ । କନ୍ନଡ଼ ଲୋକଙ୍କ ଦେଖାଦେଖି ଆନ୍ଧ୍ରପ୍ରଦେଶର ଲୋକେ ‛ଓ
ସ୍ତ୍ରୀ ! ରେପୁ ରା’ ଲେଖିପକେଇଲେ ।(ସେ ପିଶାଚିଟା ନିଶ୍ଚେଁ ବହୁଭାଷୀ ହେଇଥିବ 😀😀😀
ମାନେ ଅତିକମ୍ ରେ ଦକ୍ଷିଣ ଭାରତର ଅଧିକାଂଶ ଭାଷା ବୁଝୁଥିବ ପଢି ବି ପାରୁଥିବ ।
ଈଶ୍ୱରଙ୍କ ପରି ଅଶରୀରୀ ମାନେ ବି ତ୍ରିକାଳଦର୍ଶୀ ହୋଇଥାଇପାରନ୍ତି 😂😂😂)
ସେଦିନିଆ ଓଡ଼ିଶାରେ କିନ୍ତୁ ପିଶାଚି ନିଵାରଣାର୍ଥେ ଭିନ୍ନ ଧରଣର
ଆୟୋଜନ କରାଯାଇଥିଲା । ଓଡ଼ିଶାର ଲୋକେ ଘର ସମ୍ମୁଖସ୍ଥ କୁଢ଼ ଵା କାନ୍ଥରେ ପକଉଥିବା
ଚିତା(କାନ୍ଥ ଝୋଟି) ପକେଇବା ଛାଡ଼ିଦେଲେ ଆଉ ଯାହାର ଚିତା ପଡି଼ଥିଲା ତାକୁ ଲିଭେଇ
ପକେଇଲେ କିମ୍ବା ତା ଉପରେ ମାଟି ଲିପିଦେଲେ(ବୋଧହୁଏ ଏହି ଗୁଜବ ଯୋଗୁଁ ଓଡ଼ିଶାର ବହୁତ
ଅଞ୍ଚଳ ଵିଶେଷତଃ ଗ୍ରାମାଞ୍ଚଳରେ କାନ୍ଥରେ ଚିତା ପକେଇବା ସଂସ୍କୃତି ଲୁପ୍ତ ପାଇବା
ଆରମ୍ଭ କରିଥିଲା) ତେବେ
ପିଶାଚିର ଭୟ ଚାରିଆଡେ଼ ଦାଵାନର ଭଳି ମାଡି଼ଯାଇ ଲିଭିଗଲା ସତ କିନ୍ତୁ ବାଙ୍ଗାଲୋରର କେତେକ ଅଞ୍ଚଳରେ ଆଜି ବି ତାହାର ଭୟ ଊଣା ଅଧିକେ ରହିଅଛି ।
ପିଶାଚିର ଭୟ ଚାରିଆଡେ଼ ଦାଵାନର ଭଳି ମାଡି଼ଯାଇ ଲିଭିଗଲା ସତ କିନ୍ତୁ ବାଙ୍ଗାଲୋରର କେତେକ ଅଞ୍ଚଳରେ ଆଜି ବି ତାହାର ଭୟ ଊଣା ଅଧିକେ ରହିଅଛି ।
ମାନବ ସମାଜରେ ଏଭଳି ଘଟଣାକୁ Urban legend କୁହାଯାଏ । ଏ ଵର୍ଷ ନବ୍ବେ
ଦଶକର ସେଇ ପିଶାଚିର କାହାଣୀ ଆଧାରରେ ଗୋଟାଏ ହିନ୍ଦୀ ଫିଲ୍ମ ‛ସ୍ତ୍ରୀ’ ମଧ୍ଯ ନିର୍ମାଣ
ହୋଇ ପ୍ରଦର୍ଶିତ ହୋଇଥିଲା ।
ଆସ୍ଥାର ଦେଶ ଭାରତରେ ଗୁଜବକୁ ବି ସହଜରେ ଵିଶ୍ଵାସ କରିନିଆଯାଏ ।
କିନ୍ତୁ ଗୁଜବ ଯେ ସଂସ୍କୃତି ଓ ତହିଁର କୌଣସି ପ୍ରଥାକୁ ସୁଦ୍ଧା ପ୍ରଭାଵିତ କରିପାରେ
ତାହାର ଗୋଟାଏ ଉଦାହରଣ ହେଉଛି ନାଲେ ଵା ଭୟରେ ଓଡ଼ିଆ ଲୋକଙ୍କ ପାରମ୍ପରିକ ଚିତାପକା
ପ୍ରଥା କିଛି ଦିନ ପାଇଁ(କେଉଁଠି କେଉଁଠି ସବୁଦିନ ପାଇଁ)ବନ୍ଦ ହୋଇଯିବା.....
No comments:
Post a Comment