ଆଗେ କାର୍ତ୍ତିକ ମାସରେ ପ୍ରାୟ ଵର୍ଷା ହେଉନଥିଲା କିନ୍ତୁ ଯଦି ଏହି ମାସରେ ଲଘୁଚାପଜନିତ ଵର୍ଷା ହେଉଥିଲା ତାକୁ ଓଡ଼ିଆ ଲୋକେ କାର୍ତ୍ତିକଛାୟା କହୁଥିଲେ ।
ଆମ ଓଡ଼ିଶାରେ କାର୍ତ୍ତିକ ମାସରେ ମେଘ ଘୋଡ଼ାଘୋଡ଼ି କରିଵା ପାଗକୁ କାର୍ତ୍ତିକ ଛାୟା ପାଗ କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
କାର୍ତ୍ତିକ ମାସରେ ଉଠାଉଥିଵା ମେଘ ଉଠାଏ,ଛାଇ ହୁଏ କିନ୍ତୁ ପ୍ରାୟ ବର୍ଷା ହୁଏ ନାହିଁ ତେଵେ ଵେଳେ ଵେଳେ ହୋଇଥାଏ ।
ଵିଗତ ୧୦୦ ଵର୍ଷ ମଧ୍ୟରେ ଵିଶ୍ଵ ତାପନ କାରଣରୁ ଲଘୁଚାପଜନିତ ଵର୍ଷା ଏଵେ ବାରମାସି ହୋଇଗଲାଣି କିନ୍ତୁ ଆଗେ ଏମନ୍ତ ନଥିଲା ।
କାର୍ତ୍ତିକଛାୟା ଶବ୍ଦଟି ଓଡ଼ିଆ ଲୋକଙ୍କ ଦ୍ଵାରା ଵ୍ଯଵହାର ହେଉଥିଵା ହେତୁ ଏହା ଓଡ଼ିଆ ଭାଷାର ନିଜସ୍ୱ ଶବ୍ଦ ଏଵଂ ଯଦି ଏହା ସଂସ୍କୃତ ପଦ ହୋଇଥାନ୍ତା ତେଵେ ସନ୍ଧି ନିୟମାନୁସାରେ ‛ଛ’ ସ୍ଥାନରେ ‛ଚ୍ଛ’ ହୋଇ ଥାଆନ୍ତା ।
ଵିଶ୍ଵତାପନ ଵା ଗ୍ଲୋବାଲ ଓ୍ବାର୍ମିଂ ଯୋଗୁଁ ପୃଥିଵୀରେ ନାନା ସମସ୍ଯା ଦୃଶ୍ୟ ହେଵା ଆରମ୍ଭ ହୋଇଛି ତେଵେ ଏଥିପାଇଁ ଗୋଟିଏ ଭାଷାର ଏକ ମୌଳିକ ଶବ୍ଦ ମରି ହଜିଯିଵା ବୋଧହୁଏ ସମସ୍ତ ମାନଵ ଜାତି ପାଇଁ ଏକ ଆହ୍ଵାନ । ସମ୍ଭଵତଃ ଵିଶ୍ଵରେ ଏଇଭଳି ଆହୁରି ଅନେକ ଶବ୍ଦ ସହ ସମାନ ଦୁର୍ଘଟଣା ଘଟିଥିଵ । ଆମ ଓଡ଼ିଆ ଭାଷାରେ ଏଇଭଳି ଆଉ କୋୖଣସି ଶବ୍ଦ ଥିଲେ ନିଶ୍ଚୟ ଜଣାନ୍ତୁ
...

No comments:
Post a Comment