ପଶ୍ଚିମ ଓଡ଼ିଶାରେ ଭାଇ. ସମାନସ୍କନ୍ଧ ଓ ବନ୍ଧୁକୁ ସମ୍ବୋଧନାର୍ଥେ ‛ଗା’ ଅଵ୍ଯୟ ଵ୍ୟଵହାର ହୋଇଥାଏ ଏଵଂ ଅଧିକ ଆଦରାର୍ଥେ ଗୋ ଅଵ୍ଯୟ ପ୍ରୟୋଗ କରାଯାଏ । ଓଡ଼ିଶାରେ ଵ୍ଯଵହାର ହେଉଥିଵା ଆଗୋ, ଆହେ, ହଇଏ, ହଇଓ, ହଇକିୟେ ,ଆଏ ଆଦି ଅଵ୍ଯୟ ଏହି ଶ୍ରେଣୀୟ...
ଶ୍ରୀବିନୋଦ କୁମାର ପସାୟତ୍’ଙ୍କ ଦ୍ଵାରା ଲେଖାଯାଇଥିଵା ଏଵଂ ଶ୍ରୀଜିତେନ୍ଦ୍ର ହରିପାଲ୍ ଗାଇଥିଵା ଏକ ଲୋକପ୍ରିୟ ସମ୍ଵଲପୁରୀ ଭଜନରେ ଏହି ଅଵ୍ଯୟ ଵ୍ଯଵହାର ହୋଇଛି
ଯଥା―
“ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ ଗା
ଗନକାଲିଆ ଫୁଲ୍’ମୁଲିଆ ନୀଲ ରତନ”
ତେଵେ ଏହି ‛ଗା’ ଅଵ୍ଯୟଟି ସିଂହଭୂମି ଓଡ଼ିଆରେ ସଂପୂର୍ଣ୍ଣ ଭିନ୍ନ ଅର୍ଥରେ ଵ୍ଯଵହାର ହୁଏ । ଏହା ‛ଗୁଡ଼ାକ’ ଶବ୍ଦ ସହ ସମଦ୍ଧୃତ ଓ ଏହି ଅର୍ଥରେ ଵ୍ଯଵହାର ହୋଇଥାଏ । ସେଇଭଳି ଗଡ଼ଜାତରେ ଗୁଡା଼କ ଶବ୍ଦ ‛ଗୁରାକ’ ଓ ‛ଗୁରା’ ହୁଏ !
ପୁଣି ଏହି ‛ଗା’ ଶବ୍ଦଟି କାହାକୁ ଗାଇଵାକୁ ଆଦେଶ ଓ ନିର୍ଦେଶ ଦେଵା ଅର୍ଥରେ ମଧ୍ୟ ଵ୍ଯଵହାର ହେଉଥିଵା ଦେଖାଯାଏ ।
ସେହିପରି ଶାସ୍ତ୍ରୀୟ ସଂସ୍କୃତ ଭାଷାରେ ‛ଗା’ ଶବ୍ଦର ଅନେକ ଅର୍ଥ ରହିଛି
ଯଥା―
■ଯିଵା(ଗମ୍ ଧାତୁ)
■କୌଣସି ସ୍ଥିତି ଓ ଅଵସ୍ଥାରେ ଆସିଵା
■ପ୍ରଶଂସା କରିଵା
■ଗାନ କରିଵା
■ଗୀତ;ପଦ୍ଯ
■ଦେଵୀ ସରସ୍ବତୀଙ୍କ ଏକ ନାମ
■ଗାଥା
■ସଂଗୀତର ସାତ ସୁର ମଧ୍ୟରେ ଗୋଟିଏ
ତେଵେ ଏହି ‛ଗା’ ଶବ୍ଦର ଆଉ କିଛି ଅର୍ଥ ରହିଛି କି ? ଆପଣଙ୍କ ଅଞ୍ଚଳରେ
କେଉଁ ଅଵ୍ଯୟ ସମ୍ବୋଧନାର୍ଥେ ଵ୍ଯଵହାର ହୋଇଥାଏ ?
No comments:
Post a Comment