ଇଂରାଜୀ ଭାଷାରେ ଗୋଟିଏ ନୂଆ ଶବ୍ଦ ଆସି ଵ୍ଯଵହାର ହେଉଛି ।
ଏହାର କୌଣସି ଅର୍ଥ ନାହିଁ କିନ୍ତୁ ଏହା ଯେକୌଣସି ଶବ୍ଦ ପରିଵର୍ତ୍ତେ ଵ୍ଯଵହାର ହୋଇପାରେ ।
ସେଇ ଶବ୍ଦଟି ହେଲା #Eglaf !
Urban dictionaryରେ ଏ ଶବ୍ଦର ବୁଝାଇଵାକୁ ଯାଇ କୁହାଯାଇଛି
“Eglaf― A word that literally has no meaning.
It can be used in place of any word.
ଆମ ଓଡ଼ିଆ ଭାଷାର ଇଏ/ଇହା(ମୟୂରଭଞ୍ଜ) ଶବ୍ଦଟି ମଧ୍ୟ ଏଇ ସମାନ କାର୍ଯ୍ୟ କରିଥାଏ ।
ତେଵେ ଓଡ଼ିଆ ଭାଷାରେ ଇଏ ଶବ୍ଦର ଅନ୍ୟ ଅର୍ଥ ମଧ୍ୟ ରହିଛି । ଯେତେଵେଳେ ଆମେ କୌଣସି ନିକଟସ୍ଥ ଵ୍ଯକ୍ତିକୁ ଇଙ୍ଗିତ କରି
କିଛି କହିଥାନ୍ତି ସେତେଵେଳେ ଏହି ଇଏ ଶବ୍ଦ ହିଁ ଵ୍ଯଵହାର କରନ୍ତି ।
ଯେହେତୁ ପୁରୁଣା ଇଂରାଜୀ ଅଭିଧାନରେ ଏହି ଶବ୍ଦଟି ନାହିଁ ତେଣୁ ଅନେକ ଵିଶ୍ଵାସ କରନ୍ତି ଯେ ଏ ଶବ୍ଦକୁ ନୂଆକରି ଗଢା଼ଯାଇଛି ।
ଵିଭିନ୍ନ ୟୁରୋପୀୟ ଭାଷାରେ
It ଶବ୍ଦର ପ୍ରତିଶବ୍ଦ ଵିଷୟରେ ଆଲୋଚନା କରି ଦେଖାଯାଉ ...
ଯେମିତି ଆମ ଭାଷାଗୁଡି଼କରେ
ଇଏ,ଏହା,ଏଇ,ଇଦଂ,ୟହ୍,ୟେ,ଉ,ବୋ ଆଦି ଶବ୍ଦ ରହିଛି ଠିକ୍ ସେଇଭଳି ୟୁରୋପର ଭାରୋପୀୟ ଭାଷାଗୁଡି଼କରେ ମଧ୍ୟ ଦେଖାଯାଇଥାଏ
ଯଥା―
ଲାଟିନ୍ ― #Id
ୱେଲ୍ସ ―#ei
କାଟଲାନ୍ ― #el
ଚେକ୍― #ono
ଡଚ୍ ― #het
ଫ୍ରେଞ୍ଚ― #il , #la , #le
ଗାଲିସିଆନ୍― #el , #O , #a
ଜର୍ମାନ୍ ― #es
ଗ୍ରୀକ୍ ― #to
ହଙ୍ଗେରିଆନ୍ ― #aza , #az , #o
ଆଇରିସ୍ ― #é , #sé , #í
ଇଟାଲିଆନ୍ ― #esso , #ci
ଲିଥୁଆନି ― #tai , #ji , #jis
ନରୱେଆନ୍ – #den
ପୋଲିଶ୍ ― #ono
ପର୍ତ୍ତୁଗୀଜ୍ ― #isto , #ele
ତେଵେ ଏ ସମସ୍ତ ମଧ୍ୟରେ କେଵଳ welsh ଭାଷାର ‛ei' ଶବ୍ଦ ସହ ଆମର ‛ଏଇ’ ଶବ୍ଦଟି ସଂଯୋଗଵଶତଃ ପାଖାପାଖି ମିଶିଯାଏ ।
ସମ୍ଭଵତଃ #eglaf ଏ ଶବ୍ଦଟି ଵିଭିନ୍ନ ୟୁରୋପୀୟ ଭାଷାର it ଅର୍ଥଜ ପ୍ରତିଶବ୍ଦଗୁଡି଼କୁ ଧ୍ଯାନରେ ରଖିଗଢା଼ଯାଇଥିଵ !
କୌଣସି ଅଭିଧାନରେ ଏହାର ନିରୁକ୍ତି ଉଲ୍ଲେଖ ନଥିଵାରୂ ଏ ଶବ୍ଦ ଵିଷୟରେ ଆଉ କିଛି ତଥ୍ୟ ମିଳିପାରୁନାହିଁ । ଆପଣ ଏ ଵିଷୟରେ କିଛି ଜାଣିଥିଲେ ନିଶ୍ଚୟ ଜଣାନ୍ତୁ ।
No comments:
Post a Comment