ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ବଡ଼ ଭ୍ରମ ଧାରଣା ଯେ କର୍ଣ୍ଣଙ୍କର ଜନ୍ମ କୁନ୍ତୀଙ୍କର କାନ ବାଟେ ହୋଇଥିଲା ।
ସେମାନେ
ଏକଥାକୁ ଠିକ୍ ପ୍ରମାଣ କରିବାକୁ ଯାଇ କୁହନ୍ତି
ଅମୁକ ପୁରାଣ ରେ କର୍ଣ୍ଣଙ୍କୁ କାନୀନ୍ କୁହାଯାଇଛି
ଓ ଏହାର କାନ ଶବ୍ଦ ସହ ସାମଞ୍ଜସ୍ଯତା ଅଛି ।
ଆଉ କେତେକ ଲୋକ ଜ୍ଯୋତିଷ୍କ ଶାସ୍ତ୍ର ଅନୁସାରେ କୁହନ୍ତି ସେ କାନୀନ ଥିଲେ ଅର୍ଥାତ୍ ଅଵିଵାହିତ କୁମାରୀ ଙ୍କ ଠାରୁ ଜନ୍ମିଥିଲେ। ଜ୍ୟୋତିଷ ଶାସ୍ତ୍ର ପ୍ରମାଣାନୁସାରେ
"ବ୍ୟୟ ଭାବ ଯଦି ସୂର୍ୟ୍ୟଙ୍କ ଦ୍ବାରା ଦୃଷ୍ଟ ହୁଏ ଅଥବା ସୂର୍ୟ୍ୟ ଏବଂ ଚନ୍ଦ୍ରମା କ୍ରମଶଃ ଚନ୍ଦ୍ରମା ଏବଂ ସୂର୍ଯ୍ୟ ବର୍ଗରେ ସ୍ଥିତ ହେଲେ ତ ଜାତକ କାନୀନ (ଅବିବାହିତ) କୁମାରୀ ଠାରୁ ଉତ୍ପନ୍ନ ହୋଇଥାଏ। ଅତଏବ କର୍ଣ୍ଣ ସୂର୍ଯ୍ୟଙ୍କ ତେଜରୁ କୁମାରୀ କୁନ୍ତୀଙ୍କଠାରୁ ଜନ୍ମହୋଇଥିବାରୁ ତାଙ୍କୁ କାନୀନ ପୁତ୍ର କୁହାଯାଏ। କିନ୍ତୁ ଏକଥା ମହାଭାରତରେ ନଥିଵାରୁ ଗ୍ରହଣୀୟ ଲାଗୁନାହିଁ । ଏଠାରେ କହିରଖେ
କାନୀନ୍ ଶବ୍ଦ ସହ କର୍ଣ୍ଣ କିମ୍ବା କାନର କୌଣସି
ସଂପର୍କ ନାହିଁ ।
ଯେହେତୁ କାନୀନ୍ ଶବ୍ଦର ନିରୁକ୍ତୀ=
କନ୍ୟା+ଅପତ୍ୟାର୍ଥେ .ଇନ୍
ଅର୍ଥାତ୍ ଯେଉଁମାନେ ଅବିବାହିତା ମାତାଙ୍କ ଠାରୁ ଜନ୍ମ ହୁଅନ୍ତି ସେମାନେ କାନୀନ୍ .....
ଦେଶଜ କାନ ଶବ୍ଦର ସଂସ୍କୃତ ରୂପ
କର୍ଣ୍ଣର ନିରୁକ୍ତୀ=କର୍ଣ୍ଣି ଧାତୁ(ଶୁଣିବା)+କରଣ.ଅ
କିନ୍ତୁ ମହାଭାରତ ର ପାତ୍ର
କର୍ଣ୍ଣଙ୍କର ନାମର ନିରୁକ୍ତୀ ତହିଁରୁ
ଭିନ୍ନ ଏବଂ ତାହା
କୃ ଧାତୁ+କର୍ତ୍ତୁ .ନ = କର୍ଣ୍ଣ
କୃ ଧାତୁ ର ଭାଷାକୋଷରେ 25 ଟି ଅର୍ଥ ଅଛି
ତନ୍ମଧ୍ୟରୁ ଏ ଧାତୁ ଶବ୍ଦର ସର୍ବାଧିକ ବ୍ୟବହାର
କରିବା ଅର୍ଥରେ ହୋଇଥାଏ ।
ସେଇଭଳି ସଂସ୍କୃତ ବିଶେଷ୍ୟ ହିସାବରେ
‛ନ’ ଶବ୍ଦର ପାଞ୍ଚଟି
ଅର୍ଥ ମଧ୍ୟରେ
‛ରଣ’ ଓ ‛ଦାନ’ ଦାନବୀର ମହାରଥୀ କର୍ଣ୍ଣଙ୍କ ପାଇଁ ଯୁକ୍ତିଯୁକ୍ତ .....
ଅର୍ଥାତ୍ ଯେ ଦାନକରେ ଓ ରଣପ୍ରିୟ ସେ କର୍ଣ୍ଣ
କର୍ଣ୍ଣ ଶବ୍ଦର ନିରୁକ୍ତୀ ବ୍ୟାଖ୍ୟା ଏଇଭଳି
ମହାଭାରତ ର ‛ବନପର୍ବ’ ଅନ୍ତର୍ଗତ ‛କୁଣ୍ଡଳାହରଣ ପର୍ବ’
ରେ କର୍ଣ୍ଣ ଜନ୍ମ ବୃତ୍ତାନ୍ତ ବର୍ଣ୍ଣିତ ହୋଇଅଛି (ଗୀତାପ୍ରେସ୍ ଗୋରଖପୁର ଦ୍ଵାରା ମୁଦ୍ରିତ ସଂ ମହାଭାରତ) ।
ସେଠାରେ ଯାଇ ଦେଖିଲି
କୁଣ୍ଡଳାହରଣ ପର୍ବରେ
କାନବାଟେ କର୍ଣ୍ଣଙ୍କର
ଜନ୍ମ ହେବା କଥା ଉଲ୍ଲେଖିତ
ହୋଇନାହିଁ
ସେଠି କର୍ଣ୍ଣ ଜନ୍ମ ବାବଦରେ କେବଳ ଏତିକି ଲେଖା ହୋଇଛି
ତତଃ କାଳେନ ସା ଗର୍ଭେ ସୁପୁବେ ବରବର୍ଣ୍ଣିନୀ ।
କନ୍ୟୈବ ତସ୍ୟ ଦେବସ୍ୟ ପ୍ରସାଦାଦମରପ୍ରଭମ୍ ।।
(ଭାବାର୍ଥ:-
ତଦନନ୍ତର ସୁନ୍ଦରୀ ପୃଥା ଯଥାସମୟ ଭଗବାନ ସୂର୍ଯ୍ୟ ଙ୍କ କୃପାରୁ କନ୍ୟାସୁଲଭ ଗୁଣ ପରିତ୍ୟାଗ ନକରି ମଧ୍ୟ ତେବତାଙ୍କ ସମାନ ଏକ ତେଜସ୍ଵୀ ପୁତ୍ରକୁ ଜନ୍ମ ଦେଲେ ।)
ଏଥିରୁ ଏକଥା ସ୍ପଷ୍ଟ ହୁଏ ଯେ
ରାଧୈୟ-ରାଧାପୁତ୍ର
ପରବର୍ତ୍ତୀ କାଳରେ ନିଜର ଦାନୀପଣ ତଥା ରଣକୌଶଳ ଯୋଗୁଁ କର୍ଣ୍ଣ ବୋଲାଇଥିଲେ
(ଶିଶିର ସାହୁ ମନୋଜ)
No comments:
Post a Comment