ଦକ୍ଷିଣ ଭାରତର ଏକ ପର୍ଵତର ନାମ ହେଉଛି ମଳୟ ପର୍ଵତ । ଏହା ପଶ୍ଚିମ ଘାଟର ସେହି ଭାଗ ଅଟେ ଯାହା ପ୍ରାଚୀନ ମୈଶୁର୍ ରାଜ୍ୟର ଦକ୍ଷିଣ ତଥା ତ୍ରାଂଵକୋର ର ପୂର୍ବରେ ଅଵସ୍ଥିତ । ଏଠାରେ ଚନ୍ଦନ ବହୁତ ଉତ୍ପନ୍ନ ହୋଇଥାଏ । ପୁରାଣରେ ଏହାକୁ ଵିନ୍ଧ୍ୟାଞ୍ଚଳ ଆଦି ସପ୍ତ ପର୍ଵତ ମଧ୍ୟରେ ସ୍ଥାନ ମିଳିଅଛି ।
ମାର୍କଣ୍ଡେୟ ପୁରାଣରେ ସପ୍ତକୁଳାଚଳ ପର୍ଵତ ଵିଷୟରେ ୫୭ ଅଧ୍ଯ୍ୟାୟ (୧୦-୧୧ ଶ୍ଳୋକ)ରେ କୁହାଯାଇଛି
“महेन्द्रो मलयः सह्यः शुक्तिमानृक्षपर्व्वतः । बिन्ध्यश्च पारिपात्रश्च सप्तैवात्र कुलाचलाः ॥”)
(ଅର୍ଥାତ୍ ସପ୍ତ କୁଳାଚଳ=ମହେନ୍ଦ୍ର, ମଳୟ,ସହ୍ୟ,ଶକ୍ତିମାନ,ଋକ୍ଷ,ଵିନ୍ଧ୍ୟ,ପାରିପାତ୍ର )
ପୁଣି
ମତ୍ସ୍ୟ ପୁରାଣ ୧୧୩ । ୪୪ତମ ଶ୍ଲୋକରେ କୁହାଯାଇଛି
“अङ्गा वङ्गा मद्गुरका अन्तर्गिरिबहिर्गिरी ।
ततः प्रवङ्गमातङ्गमलयामलवर्त्तिकाः ॥”
(ଶ୍ଲୋକର ଅର୍ଥ ସମ୍ଭଵତଃ
ଅଙ୍ଗ ଵଙ୍ଗ ଓ ମଦ୍ଗୁରକ ଦେଶର ପାର୍ଵତ୍ୟାଞ୍ଚଳରେ ଦାକ୍ଷିଣତ୍ୟର ମଳୟ ପଵନ ଯୋଗୁଁ ସୁନ୍ଦର ନିର୍ମଳ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ତାହା ହସ୍ତୀ ଆଦି ଵିଭିନ୍ନ ଜୀବଙ୍କ ଉପଯୋଗୀ ଵାସଭୂମି ହୋଇପାରିଥିଲା ?)
ମଳୟ ଶବ୍ଦ ପଵନ,ସମୀର,ଵାୟୁ ଆଦି ଶବ୍ଦ ର ଆଦିରେ ଲାଗିଲେ ସୁଗନ୍ଧିତ ଓ ଦକ୍ଷିଣୀ ଵାୟୁର ଅର୍ଥ ପ୍ରଦାନ କରିଥାଏ
(ଉ-ମଳୟସମୀର,ମଳୟପଵନ)
ମଳୟ ଶବ୍ଦ ର ଅନ୍ୟ ପର୍ଯ୍ୟାୟଵାଚକ ଶବ୍ଦ:- ଆଷାଢ଼, ଦକ୍ଷିଣାଚଳ,ଚନ୍ଦନାଦ୍ରି,ମଳୟାଚଳ ଇତ୍ୟାଦି ...
No comments:
Post a Comment