Wednesday, April 8, 2020

ଓଡ଼ିଆ ଡାକନାମ ଟିକିମା ଓ ଟିକିନା

ଓଡ଼ିଶାରେ ସାଧାରଣତଃ ଝିଅମାନଙ୍କର ଡାକନାମ ଟିକିମା ହୋଇଥାଏ କିନ୍ତୁ ବହୁତ ଲୋକ ଏ ନାମଵାଚକ ଦେଶଜ ଶବ୍ଦ ଵିଷୟରେ ଵିଶେଷ ଜାଣି ନଥାଇପାରନ୍ତି ।

ଗୋଟିଏ ସାଧାରଣ ଲୋକମତାନୁସାରେ ଟିକିମା ଶବ୍ଦର ଆକ୍ଷରିକ ଅର୍ଥ ସାନମାଆ ଵା ଛୋଟମାଆ ବୋଲି ଅନେକଙ୍କ ଧାରଣା ।

ତେଵେ ଟିକିମା ଶବ୍ଦର ଦୁଇଗୋଟି ସମ୍ଭାଵିତ ନିରୁକ୍ତି ଥିଵା ସମ୍ଭଵ । ନିମ୍ନରେ ଉଭୟ ନିରୁକ୍ତିର ଉଲ୍ଲେଖ କରାଗଲା।

୧)କୁନି ଝିଅମାନଙ୍କୁ ଆମ୍ଭଦେଶରେ  ବୟସ୍କ ଲୋକେ ମା ବୋଲି ସମ୍ବୋଧନ କରନ୍ତି । ଅଧିକ ସ୍ନେହରେ କ୍ଷୁଦ୍ରାର୍ଥେ ଦେଶଜ ଟିକି ଶବ୍ଦକୁ ମା ଶବ୍ଦ ସହ ଯୋଡି଼ ଟିକିମା ଡାକନ୍ତି । ସମ୍ଭଵତଃ ତାହା ପରେ ଡାକ ନାଆଁରେ ପରିଵର୍ତ୍ତିତ ହୋଇଅଛି ।

୨)ଓଡ଼ିଆ ଭାଷାରେ “ଟିକିମା” ବୋଲି ଦେଶଜ ଶବ୍ଦ ମଧ୍ୟ ରହିଛି ଏଵଂ ଏହାର ଅନ୍ଯ ଆଞ୍ଚଳିକ  ରୂପ ଟିକମ୍ ଅଟେ । ସଂସ୍କୃତ ସ୍ତୋକ, ହିନ୍ଦୀ ତନିକ ତଥା ଓଡ଼ିଆ ଟିକିଏ ସହିତ ଟିକିମାଟିକମ୍ ଶବ୍ଦ ସମଦ୍ଧୃତ । ସାଧାରଣତଃ ବାଙ୍ଗରା, ବୁଟୁକା ଵା ଖର୍ଵକାୟ ଵ୍ଯକ୍ତିକୁ “ଟିକମ୍” ଓ ସ୍ତ୍ରୀ ଵାଚକରେ “ଟିକିମା” କୁହାଯାଉଥିଲା । ପ୍ରାୟତଃ ଛୋଟ ପିଲାମାନେ ଅଳ୍ପ ଉଚ୍ଚ ହୋଇଥାଆନ୍ତି ତେଣୁ ନିଶ୍ଚେ ଏ ଟିକିମା ନାମକରଣ ଖର୍ଵକାୟ ଅର୍ଥରେ ହୋଇଥିଵା ସମ୍ଭଵ ।

ଓଡ଼ିଆ ଭାଷାରେ ଆଗରୁ ଟିକିମା ଶବ୍ଦ ଖର୍ଵକାୟ ଅର୍ଥରେ ଵ୍ଯଵହୃତ ହେଉଅଛି । ପିଲାମାନେ ବଡଲୋକଙ୍କ ଅପେକ୍ଷା ଖର୍ଵକାୟ ହେଉଥିଵା ହେତୁ ସମ୍ଭଵତଃ ସେମାନଙ୍କୁ କେହି କେହି ଟିକିମା ନାମକରଣ କରିଥାଆନ୍ତି ।

ଟିକିମା ଶବ୍ଦରେ ‛’ ଵର୍ଣ୍ଣ ନାସିକ୍ଯ ଉଚ୍ଚାରଣ ଯୋଗୁଁ ‛’ ଵର୍ଣ୍ଣରେ ପରିଵୃତ୍ତ ହୁଏ ଫଳରେ ଟିକିମା ଶବ୍ଦ କେଉଁଠି କେଉଁଠି ‛ଟିକିନା’ ହୋଇଯାଏ । ତେଵେ ଟିକିନା ଶବ୍ଦ ଉଭୟ ଝିଅ ଓ ପୁଅଙ୍କ ଡାକନାମ ଭାଵେ ଵ୍ଯଵହାର ହୋଇଥାଏ ।

ପୁଣି ଟିକିନା ଶବ୍ଦ ଵିଷୟରେ ଏମନ୍ତ ମଧ୍ୟ କୁହାଯାଇପାରେ ଯେ...

ଟିକି=ସାନ+ମାଆ => ଟିକିମା ଶବ୍ଦ ସୃଷ୍ଟି ହେଵା ଭଳି ଟିକିନା ଶବ୍ଦ ବି
ଟିକି=ସାନ+ନା(ନାନା,ନନା=ଭାଇ,ବାପା) =>ଟିକିନା ହେଵ ଏଵଂ ଏହାର ଭାଵଗତ ଅର୍ଥ  ଛୋଟପିଲାଙ୍କୁ “ସ୍ନେହର ସାନବାପା ଵା ସାନଭାଇ” ହୋଇଥିଵ ।

ଆପଣଙ୍କ ଅଞ୍ଚଳରେ ଟିକିମା ଓ ଟିକିନା ନାମ କାହାକୁ ଦିଆଯାଇଥାଏ ? ଟିକିନା ଶବ୍ଦ କେଵଳ ପୁଅଙ୍କୁ ଦିଆଯାଏ ନା ଝିଅଙ୍କୁ ମଧ୍ୟ ଟିକିନା ଡାକନାମ ଦେଇଥାଆନ୍ତି ?

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...