ଲାଗି ଶବ୍ଦର ଵିଭିନ୍ନ ଅର୍ଥ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରହିଛି ।
ଏ ଶବ୍ଦ ଲଗ୍ ଧାତୁ ତଥା ହିନ୍ଦୀ ଲିୟେ ସହିତ ସମଦ୍ଧୃତ ।
ଦେଶଜ ଅଵ୍ଯୟ ଭାବେ ଲାଗି ଶବ୍ଦର ନିମ୍ନୋକ୍ତ ପ୍ରକାରେ ଵ୍ଯଵହାର ରହିଛି ।
୧)(ଅମୁକର) ହେତୁରୁ; ପାଇଁ; ନିମନ୍ତେ; କାରଣରୁ
(For; owing to; because of; onaccount of.)
[ଦ୍ର— ଲାଗି, ପାଇଁ, ନିମନ୍ତେ, ଯୋଗୁଁ, ଯୋଗୁଁରୁ, ଯୋଗେ, ହେତୁ, ହେତୁରୁ ଆଦି ଶବ୍ଦଦ୍ବାରା ଭାଵ ଓ ଅଭାଵଉଭୟ ଅର୍ଥ ସୂଚିତ ହୁଏ। ସାଧାରଣତଃ ଏହା ଵିଭକ୍ତିସୂଚକ ଅଵ୍ଯୟରୂପେ ଷଷ୍ଠୀ ଵିଭକ୍ତି ଶବ୍ଦ ପରେ ଵିକଳ୍ପେ ଵ୍ଯଵହୃତ ହୁଏ; ଯଥା, ଗୋଵିନ୍ଦ ଲାଗି, ଗୋଵିନ୍ଦର ଲାଗି, କାହାଲାଗି, କାହାର ଲାଗି, ତୋଲାଗି, ତୋର ଲାଗି।]
[ଉ—ଶ୍ୟାମ କେଡ଼େ ଅବୁଝାଣ, ତାଲାଗି ଯିଵ ଏ ପ୍ରାଣ। କଵିସୂର୍ଯ୍ୟ ସଙ୍ଗୀତ।]
୨)ଉପସ୍ଥିତି ଯୋଗୁଁ
(On account of the presence of)
[ଉ—ତୋ ଲାଗି ଗୋପ ଦାଣ୍ଡ ମନା ରେ କାଳିଆ ସୁନା। ସଙ୍ଗୀତ।]
୩)(ଅମୁକର) ପକ୍ଷରୁ; କୌଣସି ଵ୍ଯକ୍ତିଙ୍କର ପ୍ରତିନିଧିରୂପେ—(On behalf of as a representative of)
[ଉ― ସେ ଆସିଵ ନାହିଁ ତା ଲାଗି ମୁଁ ଏଠାକୁ ଆସିଅଛି; ଏହି ସ୍ଥଳରେ "ପାଇଁ" ଅଵ୍ଯୟ ବି ଵ୍ଯଵହାର ହୁଏ ]
୪)(ଅମୁକର) ପରିବର୍ତ୍ତରେ
(In lieu of)
୫)ନିମନ୍ତେ; (ନିର୍ଦ୍ଦିଷ୍ଟକାଳ ବା ସମଯ) ପାଇଁ
(For)― (a space of time)
[ଯଥା— ମୁଁ ଦିନକ ଲାଗି ଏଠାକୁ ଆସିଛି]
ଦେଶଜ କ୍ରିୟା ଵିଶେଷଣ ଭାବେ ଲାଗି ଶବ୍ଦର ଵ୍ଯଵହାର
ଏହା ଓଡି଼ଆ କ୍ରିୟା ଲାଗିଵାର ଅସମାପିକା ରୂପ ।
୧)ସଂଲଗ୍ନ ହୋଇ
(Adhering to; closely engaged in)
[ଉ―ସେଇ ନଈକୁ ଲାଗି ଆମ ଗାଆଁ ରହିଛି ]
୨)ଲାଗିପଡ଼ି; ଅଧ୍ଯଵସାୟ ସହକାରେ
(With perseverance)
[ଉ–ସେମାନେ ସବୁ କାମରେ ଲାଗିପଡିଛନ୍ତି]
ଦେଶଜ ଵିଶେଷଣ ଭାବେ ଲାଗି ଶବ୍ଦର ଵିଭିନ୍ନ ଵ୍ଯଵହାର
୧)ଗୃହୀତ(Accepted)
୨)ଉପଭୁକ୍ତ(Enjoyed)
୩)ପରିହିତ; ପିନ୍ଧାଯାଇଥିଵା(Put on, worn)
[ଉ―ଅଙ୍ଗଲାଗି ଵସ୍ତ୍ର]
[ଉ—ପ୍ରିୟାକୁ ପିନ୍ଧାଇ ସ୍ବପୀତପଟ,
ଆପେ ପିନ୍ଧିଵା ତାହା ଲାଗି ପଟ। କବିସୂର୍ଯ୍ୟ. କବିତା।]
୪)ନିକଟଵର୍ତ୍ତୀ(Adjoining; adjacent)
[ଉ―ତାହିଁକୁ ଲାଗି ଆମ ଗାଆଁ ରହିଛି । ]
୫)ସଂଲଗ୍ନ(Attached to; adhering)
[ଉ―ଲାଗି ଲାଗି ବସ ନାହିଁ, ଛାଡି଼ ଛାଡି଼ ବସ ।]
୬)ପରିଧାନକାରୀ(Wearing)
[ଯଥା—ଆଜି ମହାପ୍ରଭୁଙ୍କର ପୀତପଟଲାଗିବେଶ ହୋଇଅଛି]
୭)ଉପଭୋଗକାରୀ(Enjoying)
୮)(ନୈଵେଦ୍ଯାଦି) ଅର୍ପିତ(Offered)
[ଉ—ମୁନିଙ୍କୁ ପୂଜିଲେ ଆମ୍ଭଙ୍କୁ ହୋଇ, ରଵି ପୂଜିଲେ ଆମ୍ଭ ଲାଗି ହୋଇ। ପ୍ରାଚୀ. ପରତେ ଗୀତା।]
ଦେଶଜ ଵିଶେଷ୍ଯ ଭାବେ ଲାଗି ଶବ୍ଦର ଵ୍ଯଵହାର
୧)(ବେଶ ଆଦି) ଅଙ୍ଗରେ ପିନ୍ଧିଵା; ଧାରଣ(Putting on the body e.g. dress, ornaments etc).
[ଉ—ରଣଚଣ୍ଡୀଙ୍କର କିସେଅଳକ୍ତକ ଲାଗି।
[ରାଧାନାଥ. ମହାଯାତ୍ରା]
[ଦ୍ର—ରାଜା ଓ ଦେଵତା ଆଦିଙ୍କର ଅଳଙ୍କାର, ବେଶଆଦି ଧାରଣ କରିଵି ପ୍ରତି 'ଲାଗି'ବୋଲାଯାଏ।]
୨)ମାଦକତା; ନିଶା;ମତ୍ତତା(Intoxication; intoxicating quality)
୩)ନିଶା ବା ମାଦକତା ଜନ୍ମାଇବା ଗୁଣ
(The quality of causing intoxicating)
[ଉ—ଗଞ୍ଜାଇକି ଜିଣି ଲାଗି ତାର ପୁଣି। କବିସୂର୍ଯ୍ୟ; କିଶୋରୀଚମ୍ପୂ. ଗ ଗୀତ।]
୪)ଉପଭୋଗ କରଣ(Enjoyment.)
No comments:
Post a Comment