ଡାଙ୍ଗଯାତ୍ରା ଅଵିଭକ୍ତ କୋରାପୁଟର ଏକ ପୂଜାନୁଷ୍ଠାନ ଓ ଯାତ୍ରା ଵିଶେଷ । ଏହି ପୂଜା ଦିଆଲି ପରଵ ସମୟରେ ଅନୁଷ୍ଠିତ ହୁଏ । ଗୋଟିଏ ଗାଁର ୩ କି ୪ଜଣ ଗୋରୁ ଜଗାଳି ଥାଆନ୍ତି । ସେମାନଙ୍କୁ ଗାଁରେ #ଗାଣ୍ଡା ଵା ହୁଲିଆଜାରୀ କରିଵା ଲୋକ ଜଣାଇଦିଏ ଯେ, ଅମୁକ ଦିନ ଗାଁରେ ଡାଙ୍ଗଯାତ୍ରା ହେଵ ।
ସେହିଦିନ ଗାଁର ଘରଣୀମାନେ କୁଲାରେ କୁଲେ ଧାନ ଓ ତା’ ଉପରେ ଗୋଟିଏ ଦୀପ ରଖି ଗାଁର ସଦର ଦାଣ୍ଡରେ ରଖନ୍ତି । ପରେ ଗଉଡ଼ମାନେ ଗାଈଗୋରୁଙ୍କୁ ବାଡ଼େଇଵା ପାଇଁ ଵ୍ୟଵହାର କରୁଥିଵା ଡାଙ୍ଗ ସବୁକୁ ଏକାଠି କରି ଅଣ୍ଡା, କୁକୁଡ଼ା, ମଦ ଉପଚାର ଦ୍ଵାରା ପୂଜା କରିଥାନ୍ତି ।
ଗୃହିଣୀମାନେ ନେଇଥିଵା ଧାନ ସବୁକୁ ଗଉଡ଼ମାନେ ବାଣ୍ଟାକରି ନେଇଯାନ୍ତି ଏବଂ ଗୃହିଣୀମାନଙ୍କୁ “ଲଡ଼ୁ ଖାଉଣୀ” ନାଁରେ କିଛି ପଇସା ଦିଅନ୍ତି । ଯେଉଁ ଗୃହିଣୀ କୁଲାର ଧାନକୁ ଗୋରୁ ଗାଈ ଖାଆନ୍ତି, ସେ ଗଉଡ଼ମାନଙ୍କୁ ଅଧିକ ଧାନ ଦେଇଥାଏ ।
ଏହାପରେ ସବୁ ଗଉଡ଼ ଏକାଠି ମିଳି କାଦୁଅ ବୋଳି ହୋଇ #କିନ୍ଦରିନାଟ କରନ୍ତି ଏଵଂ ଏହା ଢେମସା ନୃତ୍ୟର ଏକ ଶୈଳୀ ।
ଡାଙ୍ଗ ଯାତ୍ରାର ନାମକରଣ ଡାଙ୍ଗରୁ ହୋଇଅଛି । ପୂର୍ଵାଞ୍ଚଳର ଲୋକେ କାଠି,ବେତ୍ରାଦି ସରୁ ପ୍ରହରଣାସ୍ତ୍ର ଵା ବାଡ଼ି,ପାଞ୍ଚଣ ଅର୍ଥରେ ଡାଙ୍ଗ ଶବ୍ଦ ଵ୍ୟଵହାର କରିଥାନ୍ତି ।
ସରୁ ଓ ଲମ୍ବ ପତ୍ରଶୂନ୍ୟ ଵୃକ୍ଷକାଣ୍ଡକୁ ବି ଡାଙ୍ଗ କୁହାଯାଏ । ଅସ୍ତିକଙ୍କାଳସାର ଵ୍ୟକ୍ତିକୁ ମଧ୍ୟ ଅପଲକ୍ଷ୍ୟ କରି ଲକ୍ଷଣାର୍ଥ ଡାଙ୍ଗ କୁହାଯାଏ । ତେବେ ଅଵିଭକ୍ତ କୋରାପୁଟରେ ଏହି ଡାଙ୍ଗ ଶବ୍ଦଟି ଠେଙ୍ଗା ଅର୍ଥରେ ମଧ୍ୟ ଵ୍ୟଵହୃତ ହୋଇଥାଏ । ଡାଙ୍ଗ ଶବ୍ଦଟି ତତ୍ସମ ଦଣ୍ଡ ସହିତ ସମୋଦ୍ଧୃତ ।
©ଦେଶିଆ ଜ୍ଞାନକୋଷ
© ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
No comments:
Post a Comment