Thursday, July 13, 2023

ଗୁଆଳିସଭା,ଫୁଲସଭା ଓ ଫୁଲୁସଭା

ବ୍ରାହ୍ମଣମାନଙ୍କ ଵ୍ରତ ଵିଵାହରେ ଭୋଜନ ପୂର୍ଵରୁ ରାତ୍ରିରେ ସମବେତ ବନ୍ଧୁମାନେ ଵରକନ୍ୟାଙ୍କୁ ଵା ଵ୍ରତ ହୋଇଥିଵା ବାଳକକୁ ଆର୍ଶୀବାଦ କରିଵା ଉପଲକ୍ଷେ କରାଯିଵା ସଭାକୁ ଗୁଆଳିସଭା କୁହାଯାଏ ।

 ଏ ସଭାରେ ସମଵେତ ବ୍ରାହ୍ମଣମାନଙ୍କୁ ସମ୍ମାନସ୍ୱରୂପ ଗୁଆ, କଉଡ଼ି ଭେଟି ଦିଆଯାଏ,ଗୁଆ ଦିଆଯାଉଥିଵାରୁ ସମ୍ଭଵତଃ ଏହାକୁ ଗୁଆଳିସଭା କୁହାଯାଏ ।

 ଏହାର ଅନ୍ୟନାମ ଫୁଲସଭା ଓ ଫୁଲୁସଭା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୨୫୧ତମ ପୃଷ୍ଠାରେ ଉଲ୍ଲେଖ ଅଛି ।

 ଭାଷାକୋଷ ଅନୁସାରେ ଵ୍ରତ ଓ ଵିଵାହ ଦିନ ସନ୍ଧ୍ୟା ସମୟରେ ଵୈଦିକ ବ୍ରାହ୍ମଣ ଓ ପଣ୍ଡିତମାନଙ୍କର ଆଶୀର୍ଵାଦ ସଭାକୁ ଫୁଲସଭା କୁହାଯାଏ । 

••••••••
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ପୃଷ୍ଠା ୨୨୨୮ ଓ ୪୨୫୧)

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...