ଆଜିକାଲି ରଙ୍ଗ ବେରଙ୍ଗ ଆଲୋକ ସଜ୍ଜା ପାଇଁ
Neon light ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇଯାଇଛି । ଵିଶେଷତଃ ନାମଫଳକ ଓ ସୂଚନାଖୁଣ୍ଟାଦିରେ Neon lightର ଚାହିଦା ଅନେକାଂଶରେ ବଢି଼ଛି ।
ତେଵେ ମନରେ ପ୍ରଶ୍ନ ଆସୁଥିଵ
ଏ Neonଟି ପୁଣି କ’ ଣ୍ ? ଏହା କ’ଣ ଏକ ଇଂରାଜୀ ଶବ୍ଦ ନା ଅନ୍ୟ କେଉଁ ଭାଷାର ଶବ୍ଦ ?
ପ୍ରକୃତରେ Neon ଏକ ମୌଳିକ ଵାୟୁ ଅଟେ ଏଵଂ ପୃଥିଵୀରେ ଏହା ସ୍ଵଳ୍ପ ପରିମାଣରେ ପ୍ରାପ୍ତ ହୋଇଥାଏ । ଓଜନ ଦୃଷ୍ଟିରୁ Neon ପୃଥିଵୀରେ ପଞ୍ଚମ ଓଜନିଆ ଗ୍ୟାସ । ଏହାର ସ୍ଥାୟୀ ସମସ୍ଥାନିକର ଦ୍ରଵ୍ଯମାନ ସଂଖ୍ଯା ୨୦, ୨୧ ଓ ୨୨ ଅଟେ । ରେଡିୟମଧର୍ମୀ ସମସ୍ଥାନିକର ଦ୍ରଵ୍ଯମାନ ସଂଖ୍ଯା ୧୯ ଓ ୨୩ ଅଟେ। Neon ଆଵର୍ତ୍ତ ସାରଣୀର ୧୮ତମ ସମୂହର ଦ୍ଵିତୀୟ ସଦସ୍ଯ ଅଟେ । ଏହି ସମୂହର ଅନ୍ଯ ସଦସ୍ୟ ହେଲେ -
୧)ଆର୍ଗନ
୨)କ୍ରିପ୍ଟନ
୩)ଜ଼େନୋନ
୪)ରେଡନ
Neon ଵାୟୁମଣ୍ଡଳରେ ଗ୍ଯାସ ରୂପେ ଅତି ଅଲ୍ପ ମାତ୍ରାରେ ରହିଛି (୧୦୦% ରୁ ୦.୦୦୧୮ %) । ଭୂଗର୍ଭ ସ୍ଥିତ ଗ୍ଯାସରେ ବି Neon ପ୍ରାପ୍ତ ହୋଇଥାଏ ଵିଶେଷତଃ ଆଗ୍ନେୟଗିରିରୁ ଏହା ମିଳିଥାଏ । କ୍ଲୋଡ୍ ଵାୟୁଦ୍ରାଵୀରେ ପ୍ରତି ଘଣ୍ଟା ପ୍ରାୟ ୫୦ ଘନ ମୀଟର ଦ୍ରଵ ଵାୟୁ ପ୍ରସ୍ତୁତ ହୋଇଥାଏ ଏଵଂ ଏହି ପ୍ରକ୍ରିୟାରେ ପ୍ରତିଦିନ ୧୦୦ ଲିଟର୍ Neon ଗ୍ଯାସ ପ୍ରାପ୍ତ ହୋଇପାରେ ।
Neonର ଘନତ୍ଵ ଶୂନ୍ଯ ଡିଗ୍ରୀ ଠାରୁ ଏଵଂ ଏକ ଵାୟୁମଣ୍ଡଳୀୟ ଚାପରେ ୧.୨୦୪ ଗ୍ରାମ୍ ପ୍ରତି ଘନ ସେଣ୍ଟିମିଟର ଅଟେ । ଏହାର ଦ୍ରଵଣ ଉଷ୍ମା ୩.୯୭ କୈଲୋରୀ ପ୍ରତି ଗ୍ରାମ୍ ଏଵଂ ୨୫ରୂ ସେଣ୍ଟିମିଟରରେ ଵିଲେୟତା ୦.୦୧୦୧ ଘନ ସେଣ୍ଟିମିଟର ଅଟେ । ଏହାର ଅଣୁରେ ଗୋଟିଏ ହିଁ ପରମାଣୁ ଥାଏ । Neon କୌଣସି ଅନ୍ଯ ମୌଳିକ ସହିତ କେଵେବି ସ୍ଥାୟୀ ଯୌଗିକ ବନାଏ ନାହିଁ । ଏହାର ଵର୍ଣ୍ଣପଟ (ସ୍ପେକ୍ଟ୍ରମ) ଵିଶେଷ ପ୍ରକାରର ହୋଇଥାଏ, ଯହିଁରେ ଅନେକ ସୁନ୍ଦର ରକ୍ତଵର୍ଣ୍ଣ ରେଖା ଥାଏ । ଅସାଧାରଣ ଉଚ୍ଚ ଵିଦ୍ଯୁତ ଚାଳକତା ତଥା ପ୍ରକାଶ ଉତ୍ସର୍ଜିତ କରିଵାର କ୍ଷମତା ହେତୁ Neonର ଉପଯୋଗ ଅନେକ ଵିଦ୍ଯୁତ ଲ୍ଯାମ୍ଫ ତଥା ଯନ୍ତ୍ରରେ ହୋଇଥାଏ । Sparking Plug Testerରେ ମଧ୍ୟ Neonର ଵ୍ଯଵହାର ହୋଇଥାଏ ।
ତେଵେ ମନୁଷ୍ୟ ଜାତିପାଇଁ ଏ Neon ଗ୍ଯାସ୍ ନୂଆ । ପ୍ରାକୃତିକ ରୂପରେ ଏହା ଭୂଗର୍ଭରେ ଥିଲେ ହେଁ କେଵଳ ଆଗ୍ନେୟଗିରିରେ ପ୍ରାପ୍ତ ହୁଏ ତାହା ବି ଅତ୍ଯଳ୍ପ ପରିମାଣରେ ତେଣୁ ବହୁ ପୁରାତନ କାଳର ମନୁଷ୍ଯ ଏ ଗ୍ଯାସ ଵିଷୟରେ କିଛି ଜାଣିନଥିଲା । ୧୮୯୮ ମସିହାରେ ଇଂଲଣ୍ଡଠାରେ ମୋରିସ୍ ଟ୍ରେଭର୍ସ୍, ସାର ଉଇଲିୟମ ରାମ୍ସେ ଏହି ଗ୍ଯାସ୍ କୁ ଆଵିଷ୍କାର କରିଥିଲେ ।
Neon ଆଧୁନିକ ଯୁଗରେ ଆଵିଷ୍କୃତ ହୋଇଥିଵାରୁ ଏହାର ଅନ୍ଯଭାଷାରେ ପ୍ରତିଶବ୍ଦ ସେତେ ଅଧିକ ନାହିଁ ।
ହିନ୍ଦିଭାଷୀ Neon ପାଇଁ ଶିଥିରାତି ଶବ୍ଦ ପ୍ରଣୟନ କରିଛନ୍ତି ଯାହା ଦୁଇଗୋଟି ଶବ୍ଦ ଯୁକ୍ତ ହୋଇ ଗଠିତ ହୋଇଛି #शिथिर(śithir,“loose,flexible”)
#आति(ହିନ୍ଦୀ ପ୍ରତ୍ୟୟ)
ସେଇଭଳି ତାମଳ୍ ଭାଷୀ Neon ପାଇଁ
ஒளிரியம்(oḷiriyam) ଶବ୍ଦ ଵ୍ଯଵହାର କରନ୍ତି ।
“ହିନ୍ଦୀ ଇଂରାଜୀ ସ୍ପେସ୍ ସାଇନ୍ସ ଗ୍ଲୋସରୀ” ଅଭିଧାନରେ Neon ପାଇଁ ଏକ ଭାରୋପୀୟ ପ୍ରତିଶବ୍ଦ ସ୍ଥାନିତ ହୋଇଛି ଯାହା ସମସ୍ତେ ସହଜେ ଗ୍ରହଣ କରିଵେ । Neonର ସେହି ଭାରତୀୟ ପ୍ରତିଶବ୍ଦଟି ହେଲା ‛ନିଜାନ’ !
ଯେମିତି oxygen କୁ ଅମ୍ଳଜାନ,
hydrogenକୁ ଉଦଜାନ,
ଓ
nitrogenକୁ ଯଵକ୍ଷାରଜାନ କୁହାଯାଏ ଠିକ୍ ସେଇଭଳି neon ପାଇଁ ଗଢା଼ଯାଇଛି ଏଇ #ନିଜାନ ଶବ୍ଦ ।
Neon ଯେହେତୁ ଏକ ନିଷ୍କ୍ରିୟ ଗ୍ୟାସ ଅଟେ ତେଣୁ ସମ୍ଭଵତଃ ଅଭାଵର୍ଥେ ‛ନି’ ଉପସର୍ଗ ସହ ‛ଜନ ଧାତୁ’ ଯୁକ୍ତ କରାଯାଇ ଏହି ‛ନିଜାନ’ ଶବ୍ଦଟି ଗଠିତ ହୋଇଅଛି ।
ତେଵେ ଆପଣଙ୍କ ପାଖରେ Neonର ଅନ୍ୟ କୌଣସି ଭାରତୀୟ ପ୍ରତିଶବ୍ଦ ଥିଲେ ନିଶ୍ଚୟ ଜଣାନ୍ତୁ ।
ତାହେଲେ ଏହି Neon ଶବ୍ଦଟି କ’ଣ ଏକ ଇଂରାଜୀ ଶବ୍ଦ ?
ଆଜି ଇଂରାଜୀ ଭାଷାରେ ପ୍ରଚଳିତ neon ଶବ୍ଦଟି ମୂଳତଃ ଏକ ପ୍ରାଚୀନ ଗ୍ରୀକ୍ ଶବ୍ଦ νέον(néon) ର ଆଧୁନିକ ଵ୍ଯଵହାର ଅଟେ । ଗ୍ରୀକ୍ νέον(néon) ଶବ୍ଦଟି
νέος(néos)ର କ୍ଲୀଵଲିଙ୍ଗ ରୂପ ଅଟେ । ଏ ଉଭୟ ଶବ୍ଦର
ପ୍ରାଚୀନ ଗ୍ରୀକ୍ ଭାଷାରେ ଅର୍ଥ ଥିଲା “new” ଵା ନୂଆ ।
ଏ ଉଭୟ ଗ୍ରୀକ୍ ଶବ୍ଦର ସର୍ଵପୁରାତନ ରୂପ *νέϝος(*néwos) ବୋଲି ଅନେକ ପ୍ରାଚୀନ ଗ୍ରୀକ୍ ସାହିତ୍ୟ ଗ୍ରନ୍ଥରୁ ଜଣାଯାଏ ପୁଣି ଏ ମୂଳ ଶବ୍ଦ Proto-Hellenic *newos ଏଵଂ Proto-Indo-Eouropean *néwos ସହିତ ସମଦ୍ଧୃତ ବୋଲି ପାଶ୍ଚାତ୍ୟ ଭାଷାଵିଦ୍ ମାନେ ମତପ୍ରକାଶ କରନ୍ତି ।
Neon,νέος(néos),νέϝος(*néwos) ଆଦି ପ୍ରୋକ୍ତ ସମସ୍ତ ଶବ୍ଦ ତେଣୁ ଆମ ଭାରତୀୟ ନଵ,ନୂଆ,ନୟା ଓ ଇଂରାଜୀ New ସହିତ ସମଦ୍ଧୃତ ଵିଵେଚିତ ହୋଇଥାନ୍ତି ।
ଅଧିକାଂଶ ଭାରୋପୀୟ ଭାଷାରେ ଏ ସମସ୍ତ ଶବ୍ଦଗୁଡ଼ିକ ସହିତ ସମଦ୍ଧୃତ ପ୍ରତିଶବ୍ଦ ରହିଛି
ଯଥା―
■Anatolian― *néwos*
■Hittite― 𒉋𒀸(nēwas) ■Armenian―նոր(nor)
■Balto-Slavic― *nawas
■Celtic― *nowyos
■Hellenic― *néwos
■Greek― νέος(néos)
■Sanskrit― नव(náva)
■Dardic ― náva
■Dameli― nū̃a
■Kashmiri― novu
■Sinhalese ― නව(nava)
■Assamese ― ন(no)
■Bengali ― ন(nô)
■Odia ― ନୂଆ(nūaa)
■Konkani ― नवें(navẽ)
■Marathi ― नवा(navā)
■Gujarati ― નવું(navũ)
■Hindi― नवा(navā),नया (Naya)
■Punjabi― ਨਵਾਂ(navā̃)
■Sindhi ― नंओं(nãõ)
■Iranian ― náwah
■Avestan― 𐬥𐬀𐬎𐬎𐬀(nauua)
■Pashto― نوی(në́vay, návay)
■Bactrian ― νωγο(nōgo
■Old Persian ― *nava)
■Pahlavi ― 𐭭𐭥𐭪𐭩(nwk'/nog)
■Persian ― نو(now)
■Asturian ― nuevu,ñuevu
■Catalan ― nou
■French― neuf,nouveau
■Friulian ― gnûf,gnûv
■Galician ― novo
■Italian ― novo,nuovo
■Norman― neu,neuf*.
■Occitan ― nòu,nau
■Portuguese ― novo
■Romanian ― nou
■Spanish ― nuevo
■Venetian ― novo,nóvo
■Walloon ― noû
■Oscan ― 𐌍𐌞(nú)
■Umbrian: ― nuvis
■Tocharian: ― *ñuwe
ଆପଣ ଭାବୁଥିଵେ
କୌଣସି ଆଵିଷ୍କୃତ ଗ୍ଯାସ୍’ର ନାମ ଗ୍ରୀକ୍ ଭାଷାରେ ନୂଆ କାହିଁକି ରଖାଯାଇଛି ?
ଉତ୍ତରଟା ବହୁତ ସରଳ ...
ଯେହେତୁ neon ଗ୍ଯାସ୍ ପ୍ରାଚୀନକାଳରେ ମାନଵଦ୍ଵାରା ଆଵିଷ୍କୃତ ହୋଇନଥିଲା ଵା ମାନଵଜାତିକୁ ଏ ଗ୍ଯାସ୍ ଵିଷୟରେ ପୂର୍ଵରୁ କୌଣସି ଜ୍ଞାନ ନଥିଲା ତେଣୁ ଏହାର ଏଭଳି ନାମକରଣ କରାଯାଇଥିଲା ।
No comments:
Post a Comment