Wednesday, January 8, 2020

କାନ୍ଦିଗ୍ଭୁତ ; ଏକ ନିଆରା ଭାରତୀୟ ଶବ୍ଦ

#କାନ୍ଦିଗ୍ଭୁତ ଶବ୍ଦକୁ ଦେଖିଲେ ଲାଗେ ଯେ ଏ ଶବ୍ଦଟି କାଳେ କାନ୍ଦିଵା ଓ ଭୂତ ସମ୍ବନ୍ଧୀୟ ହୋଇଥିଵ । ଏ ଶବ୍ଦର ଅର୍ଥ ମଧ୍ୟ ସେଇଦିଗକୁ ସମର୍ଥନ କରେ କାରଣ ଏହାର ଅର୍ଥ
“ଭୟରେ କିଂକର୍ତ୍ତଵ୍ଯ ଵ୍ଯକ୍ତି ଯାହାକୁ ବାଟବୁଦ୍ଧି ଦିଶେନି” । ମନୁଷ୍ୟମାନେ ଭୂତର କଳ୍ପନା ମାତ୍ରେ ଡରିଯାଆନ୍ତି । ସେମାନଙ୍କୁ ତତ୍କାଳ ବାଟଘାଟ କିଛି ଦିଶେ ନାହିଁ ।






ତେଵେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ #କାନ୍ଦିଗ୍ଭୁତ ଓ #କାନ୍ଦିଗ୍ଭୁତା ଶବ୍ଦ ରହିଛି ‌ ଏଵଂ ଏ ଶବ୍ଦକୁ ଏକ ସଂସ୍କୃତଜ ଵିଶେଷଣ ଶବ୍ଦ ବୋଲି ଉଲ୍ଲେଖ କରାଯାଇଛି ।

ଅଭିଧାନାକାର ଏ ଶବ୍ଦର ନିରୁକ୍ତି ଵ୍ଯାଖ୍ଯା ଦେଇଛନ୍ତି
କାଂ ଦିଶଂ ଭୁତ = କାନ୍ଦିଗ୍ଭୁତ

ଏଠାରେ
✓କାଂ = କେଉଁ
✓ଦିକ୍= ଦିଗ
✓ଭୁତ = ପ୍ରାପ୍ତ
=>କାଂଦିଗ୍ଭୁତ ଵା କାନ୍ଦିଗ୍ଭୁତ ।






ଯେଉଁ ଲୋକ ଅତି ଭୟଭୀତ ହୋଇଗଲେ କେଉଁ ଦିଗକୁ ଯିବ ବୋଲି ଠିକ୍ ନିର୍ଣ୍ଣୟ ନକରିପାରି ଵ୍ଯାକୁଳ ହୋଇପଡ଼େ ,କିଂକର୍ତ୍ତଵ୍ୟଵିମୂଢ ହୋଇପଡେ଼, ଯାହାକୁ ଭୟରେ ବାଟ ଦିଶେ ନାହିଁ ତାକୁ କାନ୍ଦିଗ୍ଭୁତ ବୋଲାଯାଏ ‌ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...