ଆମର ଜଣେ ସମ୍ବଲପୁରଵାସୀ ଭାଇ ମୋତେ ଦୁଇଟି ଶବ୍ଦ ଵିଷୟରେ ଜାଣିଵା ପାଇଁ ଅର୍ଥ ସହ ସେ ଉଭୟ ଶବ୍ଦ ପ୍ରଦାନ କରିଥିଲେ ।
#ହର୍'ଦଂଗା
#ହର୍'ଜଂଗା
ସମ୍ବଲପୁରୀରେ ଲୋକେ ଯେଉଁଭଳି ଭାଵେ ଶବ୍ଦ ଲେଖନ୍ତି ସେଥିରୁ ଵେଳେ ଵେଳେ ସେସବୁ ଶବ୍ଦ ଵିଷୟରେ ଜାଣିଵା କଷ୍ଟକର ହୋଇପଡେ଼ । ହଳନ୍ତ ପ୍ରୟୋଗ ହେଉ କି ଵ୍ୟଞ୍ଜନ ଵର୍ଣ୍ଣରେ ଚନ୍ଦ୍ରଵିନ୍ଦୁ ଓ ଅନସ୍ଵାର ଦେଵା ହେଉ ସମ୍ବଲପୁରୀରେ ଭାରତୀୟ ମାନକ ଶାସ୍ତ୍ରୀୟ ଵ୍ଯାକରଣ ଵିରୁଦ୍ଧ ଲେଖନ ଯୋଗୁଁ ଏ ଭାଷା ଵିଷୟରେ ଲୋକଙ୍କ ମଧ୍ୟରେ ଅନେକ ଭୁଲ୍ କଥା ସମ୍ପ୍ରସାରିତ ହେଉଅଛି । ସମ୍ବଲପୁରୀରେ ଏଭଳି ଲେଖାଯିଵାର ଅନେକ କାରଣ ମଧ୍ୟରେ ଗୋଟିଏ ହେଲା ଓଡ଼ିଆ ଭାଷାଠାରୁ ଏ ଭାଷାକୁ ଭିନ୍ନ ଦେଖାଇଵାର କୁଚେଷ୍ଟା । ଅଵିଭକ୍ତ ସମ୍ବଲପୁରର ଜଣେ ସ୍ଵଘୋଷିତ ଭାଷାଵିଦ୍ ତ ପାଣିନୀଙ୍କୁ ବଳିଯାଇଛନ୍ତି ଆଉ ମନଗଢା଼ ସମ୍ବଲପୁରୀ ଵ୍ଯାକରଣବହିଟେ ଲେଖିଦେଲେଣି । କିନ୍ତୁ ଯେତେ ଚେଷ୍ଟା କଲେ ବି ସଂସ୍କୃତ ଓ ଓଡ଼ିଆ ଭାଷାର ମୂଳ ପ୍ରକୃତିଠାରୁ କ'ଣ୍ ସମ୍ବଲପୁରୀ ଭିନ୍ନ ହୋଇପାରିଵ ?
ତେଵେ ସମ୍ବଲପୁରୀକୁ ଵ୍ଯାକରଣ ଵିରୁଦ୍ଧ ଲେଖାଯିଵା ଯୋଗୁଁ ଏଇ ଭାଷାରେ ପ୍ରଚଳିତ ଶବ୍ଦର ଵ୍ଯାଖ୍ଯା କ୍ଷେତ୍ରରେ ମଧ୍ୟ ଅନେକ ଅସୁଵିଧା ଭୋଗିଵାକୁ ହୋଇଥାଏ । ମୋ ସହିତ ମଧ୍ୟ ତାହା ହିଁ ହେଲା ତେଵେ ବହୁକଷ୍ଟରେ ପ୍ରୋକ୍ତ ଶବ୍ଦ ଵିଷୟରେ କିଛି ତଥ୍ୟ ମିଳିଛି ।
ସଂସ୍କୃତରେ ଗୋଟିଏ ହର୍ଯ୍ ଧାତୁ ଅଛି ଏହାର ଅନ୍ଯତମ ଅର୍ଥ କ୍ଳାନ୍ତ ହେଵା । ସେଇଭଳି ସଂସ୍କୃତ ଲଙ୍ଘନ ଶବ୍ଦର ଓଡ଼ିଆ ରୂପ ଲଙ୍ଘା । ଏହି ଲଙ୍ଘା/ଲଙ୍ଗା ଶବ୍ଦର ଅର୍ଥ ମଧ୍ୟ କ୍ଲାନ୍ତ ହେଵା ।
ଏ ଉଭୟ ଶବ୍ଦର ଏକାର୍ଥବୋଧକ ଯୁକ୍ତରୂପ ହର୍ଯଲଙ୍ଘା ହେଵାକଥା କିନ୍ତୁ ଏଠାରେ ଏକକାଳୀନ
ହ,ର,ଯ,ଲ ଇତ୍ୟାଦି ପରସ୍ପର ପରିଵୃତ୍ତ ସକ୍ଷମ ଅଵର୍ଗ୍ଯ ଵର୍ଣ୍ଣ ଆସିଯାଉଥିଵାରୁ ପୁଣି ‛ର’ ପୂର୍ଵେ ଉଚ୍ଚାରଣ ହେଉଥିଵା ହେତୁ ପରଵର୍ତ୍ତୀ ‛ଲ’ ଵର୍ଣ୍ଣ ଉଚ୍ଚାରଣ କଷ୍ଟ ତେଣୁ ତାହା ଲୋପପାଇଛି ଏଵଂ ଯେଉଁ ଶବ୍ଦଟି ମିଳିଛି ତାହା ହେଉଛି
ହର୍ଯଙ୍ଗା
ତେଣୁ
ଯେମିତି
ଯଥେଷ୍ଟରୁ ଯହ ଶବ୍ଦ ସୃଷ୍ଟି ହୋଇଛି ତେଣୁ
ଅଵର୍ଗ୍ଯ ‛ଯ’ ଲେଖା ହୁଏ
ମୟୂର = ମଯୂର ଲେଖାଯାଏ
ଠିକ୍ ସେଇଭଳି
ଏ ଶବ୍ଦ ମଧ୍ୟ ହର୍ଯଙ୍ଗା ଲେଖାଯିଵା କଥା । ତେଵେ ଏ ଭାଷାର ଶବ୍ଦଗୁଡି଼କ ଵିଷୟରେ ସେତେଟା ଗଵେଷଣା ହୋଇନଥିଵାରୁ ଲୋକେ ମନଇଛା ଶବ୍ଦ ଲେଖନ୍ତି ଯାହା ଫଳରେ ଦୁଇଟି କଥା ଘଟିତ ହେଉଛି ।
୧)ହିନ୍ଦୀ ହନୁକରଣରେ ଶବ୍ଦଲିଖନ
୨)ଵୈଜ୍ଞାନିକ ଭାଷାକୁ ଅଵୈଜ୍ଞାନିକ କରିଦେଵାର ଜ୍ଞାତ ହେଉ ଵା ଅଜ୍ଞାତସାରରେ ଚେଷ୍ଟା କରିଵା
ନିଶ୍ଚିତ ଭାଵେ ଓଡ଼ିଆ ଭାଷାର ଅନ୍ଯତମ କନ୍ୟା ସମ୍ବଲପୁରୀ ମଧ୍ୟ ସେହି ଵୈଜ୍ଞାନିକତାରେ ପରିପୂର୍ଣ୍ଣ ଭାଷାଟିଏ କିନ୍ତୁ ଏ ଭାଷାକୁ ,ଏହାର ଶବ୍ଦଗୁଡ଼ିକ
ଉପରେ ଗଵେଷଣା ନକରି
ମନ ଇଛା ଲେଖିଵା ଦ୍ଵାରା ଏ ଭାଷାଟି ହିନ୍ଦୀ ଭଳି ଅଶାସ୍ତ୍ରୀୟ ଦିଗକୁ ଗତି କରୁନି ତ ? ଶାସ୍ତ୍ରୀୟ ଲିଖିନ ଵିନା କୌଣସି ଭାଷା ସମୃଦ୍ଧ ହୋଇନପାରେ !
No comments:
Post a Comment