Thursday, February 20, 2020

ହିନ୍ଦୀ ଚଳଚ୍ଚିତ୍ର ଗୀତରେ ଵୈଦେଶିକ ଶବ୍ଦ

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଯେଉଁ ଗୀତ ସବୁ ହୁଏ ତହିଁରେ ମାତ୍ରାଧିକ ଵୈଦେଶିକ ଶବ୍ଦ ଥାଏ ତେଵେ ସବୁଠାରୁ ଅଧିକ ପାର୍ସୀ ଶବ୍ଦ ମିଶାଯାଇଥାଏ । କେତେକ ଭାଷାଵିଦ୍ ଙ୍କ ମତରେ ହିନ୍ଦୀରେ ଦିଲ୍ ଦିୱାନା ଆଶିକି ଇତ୍ୟାଦି ଶବ୍ଦ ନମିଶାଇ ପ୍ରେମ ଗୀତ ହେଵା କାଠିକର ପାଠ । ଏଠାରେ ଆମେ ହିନ୍ଦୀରେ ଗୋଟିଏ ଲୋକପ୍ରିୟ ଗୀତ
*ଦିଲ୍ କେ ଅରମାନ୍ ଆଶୁଁଓ ମେଁ ବହଗୟେ*
ରେ ଵୈଦେଶିକ ଶବ୍ଦର କେତେ ଆଧିକ୍ଯତା ତାହା ଜାଣିଵା ...

ଏହି ଗୀତରେ
ୱଫା(ନିଷ୍ଠା) ଓ ଫା଼ସଲେ(ଦୂରତା)
ଏହି ଦୁଇଟି ଶବ୍ଦ ଆରବୀ ଏଵଂ ଅରମାନ୍ ଶବ୍ଦଟି ତୁର୍କ୍ ଭାଷାରୁ ନିଆଯାଇଛି ।  ଏତଦ୍ବ୍ୟତୀତ ଅନ୍ୟ ଅଧିକାଂଶ ଵିଶେଷ୍ଯ ଓ ଵିଶେଷଣ ଶବ୍ଦ ପାର୍ସୀ ଭାଷାରୁ ନିଆଯାଇଛି ।

ଏହି ଗୀତରେ ଥିଵା କେତେ ପାର୍ସୀ ଶବ୍ଦ ହେଲା

●ଦିଲ୍
ଏହାର ମୂଳ ହୃ ଧାତୁ ଏଵଂ ସଂସ୍କୃତ  ହୃଦୟ।ଏଵଂ ଓଡ଼ିଆ ହିଆ ସହିତ ସମଦ୍ଧୃତ

●ତନହା(ଏକାକି,ଏକଲା)
●ଜିନ୍ଦେଗୀ
ଜୀ ଧାତୁ ତଥା ଜୀଵ ଓ ଜୀଵନ ସହିତ ସମଦ୍ଧୃତ

●ପ୍ଯାସ
ପିପାସା ଶବ୍ଦ ସହିତ ସମଦ୍ଧୃତ

●ପ୍ଯାର
ପ୍ରେମ ଶବ୍ଦ ସହିତ ସମଦ୍ଧୃତ

●ଶାୟଦ
ବୋଧହୁଏ ଏ ଶବ୍ଦ ସମ୍ଭଵତଃ ଶବ୍ଦ ସହିତ ସମଦ୍ଧୃତ ଏଵଂ ଯଥା ସମ୍ଭଵ ଓ କଦାଚିତ ଇତ୍ୟାଦି ଅର୍ଥରେ ଵ୍ଯଵହାର ହୁଜ
●ଆଖରୀ
ଅନ୍ତିମ,ଶେଷ ଅର୍ଥରେ ପ୍ରୟୋଗ ହୋଇଥାଏ

●ସିତମ୍
ଅତ୍ଯାଚାର, ଅନର୍ଥ, ଅନୀତି ଇତ୍ୟାଦି ଅର୍ଥରେ ଵ୍ଯଵହାର ହୁଏ

●ଖୁଦ୍
ଏ ଶବ୍ଦର ମୂଳ ଏକ ସଂସ୍କୃତ ଶବ୍ଦ ସ୍ଵ ଯାହାର ଅର୍ଥ ନିଜେ,ସ୍ଵୟଂ

●ମଗର
ଏ ଶବ୍ଦର ମ ଆସିଛି ସଂସ୍କୃତ ମା ଧାତୁରୁ ଯାହା ନାହିଁ ଅର୍ଥରେ ପ୍ରୟୋଗ ହୋଇଥାଏ ସେଇଭଳି  ଗର୍ ଶବ୍ଦଟି ମୂଳତଃ ଆର୍ମାଇକ୍ ଭାଷାର ଏଵଂ ଏହାର ଅର୍ଥ ଯଦି ଵା if  । ମଗର ଶବ୍ଦ କିନ୍ତୁ, ପରନ୍ତୁ, ମାତ୍ର ଇତ୍ୟାଦି ଅର୍ଥରେ ଵ୍ଯଵହାର ହୋଇଥାଏ ।

●ଦରମିୟାନ୍
ଏ ଶବ୍ଦର ଦର୍ ଶବ୍ଦର ମୂଳ ଅନ୍ତର ଏଵଂ ମିୟାନ୍ ଶବ୍ଦର ମୂଳ ତଥା ଅର୍ଥ ହେଉଛି ମଧ୍ୟ  । ଏ ଶବ୍ଦ ଭିତରେ,ମଧ୍ୟରେ ଇତ୍ୟାଦି ଅର୍ଥରେ ପ୍ରୟୋଗ ହୋଇଥାଏ ।

ଗୀତରେ ପ୍ରୋକ୍ତ ସମସ୍ତ ଶବ୍ଦ ପାର୍ସୀ ଭାଷାରୁ ନିଆଯାଇଛି ।

ଏହି ଗୀତରେ ଆଉ ଏକ ଵୈଦେଶିକ ଶବ୍ଦ ମଧ୍ୟ ରହିଛି ଅରମାନ୍ । ଏ ଶବ୍ଦଟି ମୂଳତଃ ତୁର୍କ୍ ଭାଷାର ଅର୍ମାନ୍'ର ହିନ୍ଦୀ ଧାରକରଣ ଅଟେ ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...