Monday, April 13, 2020

ନିଉଛଣା ଓ ନୁଛୁଣା

ଓଡ଼ିଶାର ଭଦ୍ରକ ଅଞ୍ଚଳରେ ଏଇ #ନୁଛୁଣା ଶବ୍ଦଟି ହୀନ ଓ ଦୁଷ୍ଟ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ସମ୍ଭଵତଃ ଏହା ସଂସ୍କୃତ #ନୀଚ୍ଚ କିଂଵା #ନିକୃଷ୍ଟ ସହିତ ସମଦ୍ଧୃତ ହୋଇଥାଇପାରେ କାରଣ ଓଡ଼ିଆ ଭାଷାରେ ନୀଚ୍ଚ ଶବ୍ଦ ସହ ସମଦ୍ଧୃତ ତଦ୍ଭଵ ଶବ୍ଦ ରହିଛି ନିଉଛ
ନିଉଛଣା ,ନିଉଁଛୁଣା, ନୁଉଁଛଣା ଵା ନୁଉଁଛୁଣା । ଏହି ଶବ୍ଦଟି ସାମାନ୍ୟ ପରିଵର୍ତ୍ତିତ ହୋଇ ନୁଛଣା ହୋଇଥିଵା ସମ୍ଭଵ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଉଛଣା ଶବ୍ଦକୁ ନୀଚ କିଂଵା ନିକୃଷ୍ଟ ଶବ୍ଦ ସହିତ ସମଦ୍ଧୃତ ବୋଲି ଉଲ୍ଲେଖ କରିଯାଇଛନ୍ତି ଶ୍ରୀପ୍ରହରାଜ ମହାଶୟ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଉଛଣା ଶବ୍ଦର ନିମ୍ନଲିଖିତ ଅର୍ଥଗୁଡି଼କ ଉଲ୍ଲେଖ କରାଯାଇଛି...

୧)ତୁଚ୍ଛ; ହୀନ; ଘୃଣ୍ଯ

(ଏ ଗୋଵିନ୍ଦପୁର ଗାଁଟା ପୃଥିଵୀର ନିଉଛୁଣୀ ।) (ଫକୀରମୋହନ. ଛମାଣଆଠଗୁଣ୍ଠ )

୨)ନିଷ୍ପ୍ରୟୋଜନ;ଅନାଵଶ୍ଯକ

୩)ମନ୍ଦପ୍ରକୃତିଵିଶିଷ୍ଟ; ହୀନପ୍ରକୃତିଜ(ଲୋକ)

ସେଇଭଳି ପୂର୍ଵାଞ୍ଚଳରେ ଖଳପ୍ରକୃତିର ଲୋକଙ୍କୁ #ନୁଙ୍ଗୁଡା଼  କୁହାଯାଉଥିଲା ଵେଳେ #ନୁଟକୁଟିଆ ଶବ୍ଦ ଦୁଷ୍ଟବୁଦ୍ଧି ଅର୍ଥରେ ଵ୍ଯଵହାର ହୋଇଥାଏ । ସେହିପରି #ନୁଟୁଖୁଟିଆ ଶବ୍ଦ ପୁରୀରେ ଦୁଷ୍ଟ ଅର୍ଥରେ ଏଵଂ #ନଖରା ଶବ୍ଦ କେନ୍ଦ୍ରାପଡା଼ରେ “ଖଳପ୍ରକୃତିର ଲୋକ” ଅର୍ଥରେ ଵ୍ଯଵହାର ହୋଇଥାଏ ।

କେତେକ ଅଞ୍ଚଳରେ #ନଟ = ଛଳନା କରୁଥିଵା ଲୋକ ଓ #ନଟୀ = ଛଳନାକାରିଣୀ ଦୁଷ୍ଟା ନାରୀ ଅର୍ଥରେ ଵ୍ଯଵହାର ହେଉଥିଵା ଦେଖାଯାଏ ।

ଆପଣଙ୍କ ଅଞ୍ଚଳରେ ଏଇଭଳି କୌଣସି ଶବ୍ଦ ଚଳୁଥିଲେ ଏଠାରେ ନିଶ୍ଚୟ ଜଣାନ୍ତୁ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...