Monday, June 29, 2020

ଓଡ଼ିଆଭାଷାର ଅଦ୍ଭୁତ ପ୍ରଶ୍ନଵାଚକ ଅଵ୍ଯୟ କେଜାଣି

ଓଡ଼ିଆ ଭାଷାରେ ଗୋଟାଏ ଅଦ୍ଭୁତ ପ୍ରଶ୍ନଵାଚକ ଅଵ୍ଯୟ ହେଉଛି "କେଜାଣି"

ଏ ଶବ୍ଦକୁ ସଂକ୍ଷେପରେ ପ୍ରକାଶ କରିଵା କଷ୍ଟକର ଏଵଂ

"କି ନିମନ୍ତେ କାହିଁକି ମୁଁ କହି ପାରିବି ନାହିଁ ମତେ ଜଣା ନାହିଁ ଅନ୍ୟ କେହି ଅବା ଜାଣିଥିଵ"

ଏତେବଡ଼ କଥାକୁ ସଂକ୍ଷେପରେ କହିଵାକୁ ହେଲେ ଆପଣ କେଵଳ "କେଜାଣି" କହିପାରନ୍ତି  ।

ଓଡ଼ିଆ ଭାଗଵତରେ କେଜାଣି ଶବ୍ଦକୁ "ଅଜ୍ଞାତ ଵସ୍ତୁ/ଵ୍ଯକ୍ତି" ଅର୍ଥରେ ମଧ୍ୟରେ ପ୍ରୟୋଗ କରାଯାଇଛି
ଯଥା―
"ଜୀବନ ହୁଡ଼ ଯୁଆରଣେ
କେଜାଣି କେ ହାରେ କେ ଜିଣେ ।"

ସଂସ୍କୃତ କେନଃ ଜ୍ଞାୟତେ ? = କିଏ ଜାଣେ ? ସହ ଓଡ଼ିଆ କେଜାଣି ଅଵ୍ଯୟ ସମଦ୍ଧୃତ ଏଵଂ ବଙ୍ଗାଳୀରେ ଏ ଶବ୍ଦ কিজানী ଆଉ ହିନ୍ଦୀରେ  कौन जाने ହୋଇ ମଧ୍ୟ ପ୍ରଚଳିତ ।

ତେଵେ ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଏହି କେଜାଣି ଶବ୍ଦର ପ୍ରୟୋଗ ହୋଇଥିଵାର ସାହିତ୍ୟ ଭିତ୍ତିକ ତଥ୍ୟ ଏହାକୁ ଏକ ମୌଳିକ ଓଡ଼ିଆ ଶବ୍ଦ ବୋଲି ପ୍ରମାଣିତ କରିଥାଏ ।

ଏହି କେଜାଣି ଶବ୍ଦର ଆନ ଓଡ଼ିଆ ରୂପ କିଜାଣି ତଥା ଆମ ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ କେଜେବେ ହୋଇ ଚଳୁଥିଵା ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷରେ ଉଲ୍ଲେଖ ରହିଛି ।

ସେଇଭଳି କଳାହାଣ୍ଡିରେ କେଜାଣି ଶବ୍ଦ କେଜାନେ ହୋଇ ଚଳୁଥିଵାଟା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ ରହିଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...