ଓଡ଼ିଆ ଭାଷାରେ ମଳଦ୍ୱାର ପାଇଁ ଶବ୍ଦ ନାହିଁ ବୋଲି ଅନେକଙ୍କ ଧାରଣା । କଥିତ ଓଡ଼ିଆ ଶବ୍ଦକୋଷରେ ମଳଦ୍ୱାର ଅର୍ଥରେ ନୟାଗଡ଼ ଜିଲ୍ଲାରେ ପ୍ରଚଳିତ ସୋତି ଶବ୍ଦର ଉଲ୍ଲେଖ କରାଯାଇଛି । ସଂସ୍କୃତର ‘ଚ୍ୟୁତି’ ଶବ୍ଦ ସହ ଏ ଶବ୍ଦ ସମଦ୍ଧୃତ ହୋଇଥାଇପାରେ । ସଂସ୍କୃତରେ ଚ୍ୟୁତି ଶବ୍ଦର ଚଉଦରୁ ଅଧିକ ଅର୍ଥରେ ଵ୍ୟଵହାର ରହିଛି । ଯଥା—
🔴ଭ୍ରଂଶ; ନାଶ ଵା ହାନି(ଯଥା—ଧୈର୍ଯ୍ୟଚ୍ଯୁତି)
🔴ପତନ
🔴ଅଵନତି
🔴ଖଳନ; କ୍ଷରଣ
🔴ସ୍ପୁଳନ
🔴ଗତି ଵା ଗମନ
🔴ମୁକ୍ତି
🔴ଝଡ଼ି ପଡ଼ିଵା
🔴ଅଭାଵ
🔴ତ୍ରୁଟି
🔴କର୍ତ୍ତବ୍ୟଵିମୁଖତା ଵା କର୍ତ୍ତବ୍ଯ ସାଧନରେ ଅଵହେଳା
🔴ଗୁଦଦ୍ବାର🔸
🔴ଭଗ🔸
🔴ଗତି
🔴ସୁସ୍ଥାନରୁ ହଟିଯିଵା
ଚ୍ୟୁ ଧାତୁରୁ ଚ୍ୟୁତି ଶବ୍ଦ ନିଷ୍ପନ୍ନ ହୋଇଅଛି ଯାହାର ନିମ୍ନୋକ୍ତ ଅର୍ଥରେ ପ୍ରୟୋଗ ଉପଲବ୍ଧ...
💠ପତିତ ହେଵା
💠କ୍ଷରିତ ହେଵା ଵା ଝରିଵା
💠ତରଳ ପଦାର୍ଥ ବୋହିଯିଵା
💠ଖସିପଡ଼ିଵା
💠ହସିଵା
ତନ୍ମଧ୍ୟରୁ ‘ଭଗ’ ଓ ‘ଗୁଦଦ୍ଵାର’ ଅର୍ଥରେ ଏ ଶବ୍ଦର ଵ୍ୟଵହାର ସାହିତ୍ୟ କ୍ଷେତ୍ରରେ ସୀମିତ । ସାଧାରଣତଃ ଭଗରୁ ତରଳ ପଦାର୍ଥ କ୍ଷରଣ ହୁଏ ଓ ଗୁଦଦ୍ଵାରରୁ କଠିନ ଵର୍ଯ୍ୟଵସ୍ତୁ ତଥା ବେଳେବେଳେ ସ୍ଵାସ୍ଥ୍ୟ ହାନୀ ଯୋଗୁଁ ପୁରୀଷ ତରଳ ରୂପେ ମଧ୍ୟ ନିର୍ଗତ ହୋଇଥାଏ । ତେଣୁ ବହୁତ ସମ୍ଭଵ ନୟାଗଡ଼ର କଥିତ ଶୈଳୀରେ ପ୍ରଚଳିତ ସୋତି ଶବ୍ଦଟି ଚ୍ୟୁତି ଶବ୍ଦ ସହିତ ସମଦ୍ଧୃତ ହୋଇଥିଵା ସମ୍ଭଵ ।
ସୁଉତି ବୋଲି ଏକ ଶବ୍ଦ କୁଈ ଭାଷାରେ ନାରୀ ଯୌନାଙ୍ଗ ଅର୍ଥରେ ରେ ପ୍ରଚଳିତ ଯଥାସମ୍ଭଵ ଏହା ସହ ଚ୍ୟୁତି ଓ ସୋତି ଶବ୍ଦର ସମଦ୍ଧୃତଗତ ସମ୍ପର୍କ ରହିଛି । ସେହିପରି ହିନ୍ଦୀରେ ଏହି ଚ୍ୟୁତି ଶବ୍ଦ ସହ ସମଦ୍ଧୃତ ଚୁତ ଶବ୍ଦ ସମ ଅର୍ଥରେ ଵ୍ୟଵହୃତ ହେଉଅଛି ।
ଶବ୍ଦ ସରଳୀକରଣ ପ୍ରକ୍ରିୟାରେ ଓଡ଼ିଆ ଭାଷାରେ ଅନେକ ତତ୍ସମ ଶବ୍ଦ ତଦ୍ଭଵ ହୋଇଅଛି । ଏହି ପ୍ରକ୍ରିୟାରେ ଚ୍ୟୁତି ଶବ୍ଦଟି ସୋତିରେ ପରିଣତ ହୋଇଥିଵା ଅସମ୍ଭଵ ନୁହେଁ କାରଣ ‘ଚ’ ଓ ‘ସ’ ଵର୍ଣ୍ଣ ପରସ୍ପର ପରିଵୃତ୍ତ ହୋଇପାରନ୍ତି । ତେବେ ସୋତି ଶବ୍ଦଟି ନୟାଗଡ଼ର କଥିତ ଶୈଳୀରେ ଗୁରୁଦ୍ୱାର ଅର୍ଥରେ ଶିଳ କି ଅଶ୍ଳୀଳ ଶବ୍ଦ ଭାବେ ପ୍ରଚଳିତ ତାହା ସ୍ଥାନୀୟ ଲୋକେ ହିଁ ଠିକ୍ ରେ ଜଣାଇପାରିବେ । "ସୋତି" ଶବ୍ଦ ଭଳି ଗୁଦଦ୍ଵାର ପାଇଁ ଆମ ଭାଷାରେ ଟିରକି ଶବ୍ଦ ମଧ୍ୟ ଚଳୁଅଛି ।
No comments:
Post a Comment