Saturday, June 19, 2021

ଓଡ଼ିଆ ଭାଷାରେ Hypocrite ଲୋକ ପାଇଁ ବିରାଡ଼ି ଵୈଷ୍ଣଵ ଶବ୍ଦ କାହିଁକି ଵ୍ୟଵହୃତ ହୋଇଥାଏ ?

ଆମ ଭାଷାରେ ବିରାଡି଼ ଵୈଷ୍ଣଵ , ଵିଡା଼ଳ ଵ୍ରତୀ ଓ ବିଡ଼ାଳତପସ୍ବୀ ଇତ୍ୟାଦି ଶବ୍ଦ "hypocrite" ଵ୍ୟକ୍ତି ପାଇଁ କାହିଁକି ଵ୍ୟଵହାର ହୋଇଥାଏ ?

ବିରାଡ଼ି ତ ଗୋଟେ ମୁକ ଜୀଵ ଓ ମାଂସ ମାଛ ଖାଇଵାକୁ ବଡ଼ ଆଦର କରେ ତା ସହିତ ଵୈଷ୍ଣଵ,ଵ୍ରତ ଓ ତପସ୍ୟା ଇତ୍ୟାଦିର କ'ଣ ସମ୍ବନ୍ଧ ରହିଛି ?

ଭାରତୀୟ ସଂସ୍କୃତି ସହିତ ପରିଚିତ ନଥିଵା ଲୋକ ଏ ଶବ୍ଦଟି କେମିତି ସୃଷ୍ଟି ହୋଇଅଛି ତାହା ଆଦୌ ଜାଣିପାରିଵ ନାହିଁ ।

ପ୍ରକୃତରେ ହିତୋପଦେଶର ଏକ ଗଳ୍ପ ସହିତ ଏହି ସବୁ ଶବ୍ଦର ସମ୍ବନ୍ଧ ରହିଛି...

ସଂକ୍ଷେପରେ ଗଳ୍ପଟି ଏହିପରି...

ଗୋଟିଏ ବିରାଡ଼ି ଏକ ଗ୍ରାମରେ ଆହାର ନ ପାଇ ଵୃକ୍ଷ କୋଟରସ୍ଥ ପିକ୍ଷିଶାଵକମାଂସାର୍ଥୀ ହୋଇ ସେଠାରେ ପହଞ୍ଚି ପକ୍ଷୀମାନଙ୍କୁ କହିଲା

“ମୁଁ ନିରାମିଷାଶୀ ତପସ୍ବୀ, ମୁଁ ଧର୍ମୋପଦେଶ ଶୁଣାଇଵାକୁ ଆସିଅଛି।”

ବିରାଡ଼ିର କପଟ ପକ୍ଷୀମାନେ ବୁଝି ନ ପାରି ତାଠାରେ ଵିଶ୍ବାସ କରି ବିରାଡ଼ିକୁ ସେଠାରେ ରହିଵାକୁ ଅନୁମତି ଦେଲେ ଓ ବିରାଡ଼ି ସୁବିଧା ଓ ସୁଯୋଗ ଦେଖି ଗୁପ୍ତରେ ଏକ ଏକ ପକ୍ଷିଶାଵକମାନଙ୍କୁ ଖାଇଵାକୁ ଲାଗଲା । କ୍ରମଶଃ ଶାବକମାନଙ୍କର ସଂଖ୍ଯା କମିଵାର ଦେଖି କେତେ ଦିନ ପରେ ପକ୍ଷୀମାନଙ୍କର ବିରାଡ଼ି ଉପରେ ସନ୍ଦେହ ହେବାରୁ ବିରାଡ଼ି ସେଠାରୁ ପଳାଇ ଆସିଲା।
ବିରାଡ଼ି କପଟ କରି ନିଜକୁ ଧାର୍ମିକ ବୋଲି ପରିଚିତ କରାଇ ପକ୍ଷୀମାନଙ୍କୁ ଠକିଵାରେ ସଫଳ ହୋଇଥିଲା । ମାନଵଙ୍କ ମଧ୍ୟରେ ସେଭଳି ପ୍ରକୃତିର ଲୋକଙ୍କୁ ତେଣୁ ବିରାଡ଼ି ଵୈଷ୍ଣଵ କୁହାଯାଏ ।

ତେବେ hypocrite ପାଇଁ ଆମ ଭାଷାରେ ଆହୁରି ଅନେକ ଶବ୍ଦ ଅଛି ଯଥା ଭଣ୍ଡ,ଧର୍ମ ଵକ,ସତିଆ ପୁରୁଷ(ଵ୍ୟଙ୍ଗ୍ୟ),ସାଧୁ(ଵ୍ୟଙ୍ଗ୍ୟ),କପଟୀ,ଗୋଳିଆ,ଧର୍ମଚୋର,ପାଷାଣ୍ଡ ଇତ୍ୟାଦି ଇତ୍ୟାଦି ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...