#Hardwareକୁ #ଯନ୍ତ୍ରାଂଶ କୁହାଯାଏ । Hardware ଶବ୍ଦର ଵ୍ୟଵହାର ଇଂରାଜୀରେ ପନ୍ଦର ଶହ ଶତାବ୍ଦୀ ବେଳକୁ ହେଵା ଆରମ୍ଭ ହୋଇଥିଲା ତେବେ software ଶବ୍ଦଟି Paul Niquette ୧୯୫୩ ମସିହାରେ ପ୍ରଥମେ ଵ୍ୟଵହାର କରିଥିଲେ ।
Softwareକୁ କାହିଁକି ତନ୍ତ୍ରାଂଶ କୁହାଗଲା ?
ତନ୍ତ୍ର ମାନେ ଖାଲି ଦେଵାଦେଵୀ ଆସ୍ଥାନରେ ଵିଶେଷ ଧରଣର ମନ୍ତ୍ରପାଠ କରି ବଳି ପକେଇଵା ନୁହେଁ ଏ ଶବ୍ଦର ତିରିଶରୁ ଅଧିକ ଅର୍ଥ ରହିଛି ତନ୍ମଧ୍ୟରୁ ତନ୍ତ(loom),ସୂତ୍ର ଵା ସୂତା,ତନ୍ତି ,ଵୀଣା ଆଦି ଵାଦ୍ଯର ଚର୍ମନିର୍ମିତ ସୂଷ୍ମ ସୂତ୍ର ଆଦି ଅର୍ଥଗୁଡ଼ିକୁ ଵିଚାର କରି software ଶବ୍ଦର ପ୍ରତିଶବ୍ଦ ତନ୍ତ୍ରାଂଶ ସୃଷ୍ଟି ହୋଇଥାଇପାରେ । ଏବେ ସିନା ଵୈଦୁତିକ ଯନ୍ତ୍ରଗୁଡି଼କରେ ଆଉ ଆଗ ଭଳି ମେଞ୍ଚେ ମେଞ୍ଚେ ତାର ନାହିଁ କିନ୍ତୁ ପୂର୍ଵେ ଵୈଦୁତିକ ଯନ୍ତ୍ର ମଧ୍ୟରେ ଗୁଡା଼ଏ ତାର ରହୁଥିଲା । ଆଗେ ତାରଗୁଡ଼ିକ softwareର ମୁଖ୍ୟ ଅଂଶ ଥିଲା ଆଜିକାଲି ସବୁକିଛି ସର୍କିଟମୟ ହୋଇଗଲାଣି । ତାରଗୁଡ଼ିକ ଦେଖିଵାକୁ ସୂତ୍ରପରି ବୋଲି softwareକୁ ତନ୍ତ୍ରାଂଶ କୁହାଯାଇଥିଵ ।
ତନ୍ତ୍ର ଶବ୍ଦର କାରଣ,ହେତୁ ଓ ମୂଳ ଅର୍ଥରେ ଵ୍ୟଵହାର ରହିଛି । Software ମଧ୍ୟ ଯେକୌଣସି hardwareର ମୂଳ । Software ନଥିଲେ ଵା ଅକାମୀ ହୋଇଗଲେ ସମ୍ବନ୍ଧିତ hardware ଅକାରଣ ହୋଇଯାଏ ।
ତନ୍ତ୍ର ଶବ୍ଦର ଦୁଇଗୋଟି ଅର୍ଥ ଉପାୟ ଓ କୌଶଳ ।
ଯେକୌଣସି ଯନ୍ତ୍ରାଂଶ ଵା hardwareର ଚାଳନା ଉପାୟ ଓ କୌଶଳ software ମଧ୍ୟରେ ଥାଏ ।
ମୋବାଇଲ ମଧ୍ୟରେ software ନଥିଲେ ଵା କାର୍ଯ୍ୟହୀନ ହୋଇଯାଇଥିଲେ ସେ ମୋବାଇଲ୍ କୋଉ କାମର ହୁଏ ନାହିଁ । hardware ଚାଳିତ ହେଵାର ସବୁ ଉପାୟ କୌଶଳ software ମଧ୍ୟରେ ନିହିତ ଥାଏ ।
ତନ୍ତ୍ର ଶବ୍ଦର ଚାରୋଟି ଅର୍ଥ ଵିଧାନ, ଵିଧି ,ଅନ୍ତର୍ନିହିତ ନିୟମ ଓ ନିଶ୍ଚିତ ସିଦ୍ଧାନ୍ତ । ଯେକୌଣସି ଯନ୍ତ୍ରରେ ଯନ୍ତ୍ରାଂଶ ଵା Hardware ଚାଳିତ ହେଵାର ସବୁ ଵିଧି, ଵିଧାନ ,ନିୟମ ଓ ସିଦ୍ଧାନ୍ତ software ମଧ୍ୟରେ ରହିଥାଏ । Software ଵା ତନ୍ତ୍ରାଂଶ ଅଖଞ୍ଜ ହୋଇଗଲେ ଯେକୌଣସି ଯନ୍ତ୍ରର ସବୁ ତନ୍ତ୍ର କାର୍ଯ୍ୟହୀନ ହୋଇଯାଏ ।
ତନ୍ତ୍ର ଶବ୍ଦର ଆଉ ତିନୋଟି ଅର୍ଥ ହେଲା ଶାସିତ,ଅଧୀନ ଓ ଆୟତ୍ତ । ଯେକୌଣସି ଯନ୍ତ୍ର ଓ ତହିଁର ଯନ୍ତ୍ରାଂଶ ଓ ତନ୍ତ୍ରାଦି ଦରଵ ତନ୍ତ୍ରାଂଶ ଦ୍ଵାରା ଶାସିତ ଓ ଆୟତ୍ତ ହୋଇଥାନ୍ତି ।
ତନ୍ତ୍ର ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକ ଆଧାରରେ କୁହାଯାଇପାରେ ଯେ Software ପାଇଁ ତନ୍ତ୍ର ଶବ୍ଦ ଯୁକ୍ତ ତନ୍ତ୍ରାଂଶ ଏକ ଉପଯୁକ୍ତ ଶବ୍ଦ ।
No comments:
Post a Comment