Friday, October 29, 2021

ଦୁକୂଳ ଓ ଦୁକୂଳିଆ

ଦୁକୂଳରୁ ଦୁକୂଳିଆ । ଭଗଵାନ ଶ୍ରୀକୃଷ୍ଣଙ୍କର ଏକ ଓଡ଼ିଆ ନାମ ଦୁକୂଳିଆ । ଦୁକୂଳ ଶବ୍ଦର
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦୁଇଗୋଟି ସମ୍ଭାଵିତ ନିରୁକ୍ତି ଉଲ୍ଲେଖ ଅଛି ।

(କ)ଦୁ ଧାତୁ(ଉତ୍ତପ୍ତ କରିଵା ଅର୍ଥରେ ନିଷ୍ପନ୍ନ)+ଊଳ; କୁ ଆଗମ ଅର୍ଥାତ୍ — ଯେଉଁ ଵସ୍ତ୍ର ଉତ୍ତାପଜନକ

(ଖ)ଦୁର୍+କୁଳ୍ ଧାତୁ+କର୍ତ୍ତୃ. ଅ

ପାଟଲୁଗା,ପଟ୍ଟଵସ୍ତ୍ର,ଶୁଭ୍ର ଵା ଧଳା ଵସ୍ତ୍ର,ଵୃକ୍ଷର ବକଳାର ତନ୍ତୁରେ ନିର୍ମିତ ସୂକ୍ଷ୍ମ ଵସ୍ତ୍ର, ସୂକ୍ଷ୍ମ ଵସ୍ତ୍ର ଓ ଉତ୍ତରୀୟ ଵସ୍ତ୍ରକୁ ଦୁକୂଳ କୁହାଯାଏ । ଦୁକୂଳ ଏକ ଵିଶେଷ୍ୟ ଶବ୍ଦ । ଓଡ଼ିଆ ଭାଷାରେ ଏହାର ଵିଶେଷଣ ରୂପ  ଦୁକୂଳିଆ ।

ପଟ୍ଟ ଵସ୍ତ୍ର ପରିଧାନକାରୀ ଵା ଯେ ପାଟ ଲୁଗା ସର୍ଵଦା ପିନ୍ଧି ଥାଏ ସେ ଦୁକୂଳିଆ । ଏହି ଶବ୍ଦ ସାଧାରଣତଃ ଶ୍ରୀକୃଷ୍ଣଙ୍କର ନାମ ଭାବରେ ଓଡ଼ିଆ ସାହିତ୍ୟରେ ଵ୍ୟଵହାର ହୋଇଥାଏ । ଲୋକ ଵିଶ୍ଵାସ ରହିଛି ଯେ ଶ୍ରୀକୃଷ୍ଣ ସଦାସର୍ଵଦା ପଟ୍ଟଵସ୍ତ୍ର ପରିଧାନ କରୁଥିଲେ ଫଳତଃ ଶ୍ରୀକୃଷ୍ଣଙ୍କର ଏହି ଓଡ଼ିଆ ନାମ ସାହିତ୍ୟରେ ସ୍ଥାନ ଲଭିଛି ।



No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...