ଅପରୂପ ଶବ୍ଦଟି ପ୍ରଥମେ ଅସୁନ୍ଦର ଓ କୁରୂପ ଅର୍ଥରେ ଵ୍ୟଵହୃତ ହେଉଥିଲା ।କର୍ମ୍ମଧାରୟ ସମାସ ଅନୁସାରେ ଅପକୃଷ୍ଟଂ ରୂପଂ ଇତି ଅପରୂପମ୍ ।
କଳ୍ପଦ୍ରୁମ ଅଭିଧାନରେ କୁହାଯାଇଛି ଏ ଶବ୍ଦର ଅର୍ଥ ଅପକୃଷ୍ଟରୂପଂ ଓ ଵିକୃତରୂପଂ ।
ଅପୋପସର୍ଗେଣ ରୂପଶବ୍ଦସ୍ଯ ବହୁଵ୍ରୀହିସମାସଃ ॥ କର୍ମ୍ମଧାରୟସମାସେ କ୍ଲୀ ॥ ଲୋକେ ତୁ ଆଶ୍ଚର୍ଯ୍ଯମିତି ପ୍ରସିଦ୍ଧଂ ॥
ଅର୍ଥାତ୍ ଲୌକିକ ସଂସ୍କୃତରେ ଆଶ୍ଚର୍ଯ୍ୟ ଅର୍ଥରେ ମଧ୍ୟ ଅପରୂପ ଶବ୍ଦ ପ୍ରୟୋଗ ହେଉଥିଲା ।
ଆମେ ଆଶ୍ଚର୍ଯ୍ୟ କାହିଁକି ହୁଅନ୍ତି ?
ଭୟ ଯୋଗୁଁ ଆମେ ଆଶ୍ଚର୍ଯ୍ୟ ହୁଅନ୍ତି ...
ଅଜଣା କଥା ଜାଣିଲେ ନଦେଖିଵା ଚିଜ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୁଅନ୍ତି...
ହଠାତ୍ ଘଟିତ କୌଣସି ଘଟଣା କି ଦୁର୍ଘଟଣା ଘଟିତ ହେଲେ ଆମେ ବୁଝି ନପାରି ଆଶ୍ଚର୍ଯ୍ୟ ହୁଅନ୍ତି...
ସେହିପରି କୌଣସି ସୁନ୍ଦର ଦ୍ରଵ୍ୟ ଵା ଜୀଵକୁ ଦେଖି ଅତି ଆନନ୍ଦିତ ତଥା ଉତ୍କଣ୍ଠିତ ହେଲେ ମଧ୍ୟ ଆମେ ଆଶ୍ଚର୍ଯ୍ୟ ହୋଇଥାନ୍ତି ।
ତେଣୁ ଵିକୃତ ରୂପ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିଵାରୁ ଲୌକିକ ସଂସ୍କୃତରେ ଅପରୂପ ଶବ୍ଦ ଆଶ୍ଚର୍ଯ୍ୟ ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା ...
“ଲୋକେ ସୁନ୍ଦର ଦ୍ରଵ୍ୟ ଵା ଜୀଵକୁ ଦେଖିଲେ ଆଶ୍ଚର୍ଯ୍ୟ ହେଉଥିଲେ”
ଏହି ଭାଵଟି ପ୍ରାଧାନ୍ୟ ଲାଭ କଲା ଏଵଂ ଅପରୂପର ପ୍ରକୃତ ଅର୍ଥ ଵିକୃତ ରୂପ ଗୌଣ ହୋଇଗଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଅପରୂପ ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ ଅଛି
୧/ଅସୁନ୍ଦର
୨/ଅଦ୍ଭୁତ
୩/ଵିସ୍ମୟକର
୪/ଅପ୍ରତିମ
୫/ତୁଳନାରହିତ
୬/ଅଦ୍ଭୁତରୂପ
୭/କୁରୂପ
ଆଜି ଅପରୂପ ଶବ୍ଦ ତାହାର ମୂଳ ଅର୍ଥକୁ ତ୍ୟାଗ କରିଦେଇଛି ସତ କିନ୍ତୁ ତା ମଧ୍ୟରେ
ଆଶ୍ଚର୍ଯ୍ୟ ହେଵାର ଭାଵ ଆଜି ମଧ୍ୟ ବଞ୍ଚି ରହିଛି ।
ଆଗେ ଲୋକେ ଵିକୃତ ଵ୍ୟକ୍ତିକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ତାକୁ ଓ ତାହାର ରୂପକୁ ଅପରୂପ କହୁଥିଲେ ଆଉ ଆଜି
ସୁନ୍ଦର ଲୋକଙ୍କ ରୂପରେ ଆଶ୍ଚର୍ଯ୍ୟ ହୋଇ ତାକୁ ଓ ତା ରୂପକୁ ଅପରୂପ କହୁଅଛନ୍ତି ।
ଅପରୂପ କିଂଵା ଅପରୂପା ଶବ୍ଦ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସେତେଟା ଦୃଶ୍ୟ ହୁଏ ନାହିଁ । ଅଵଶ୍ୟ କଵିଵର ରାଧାନାଥ ରାୟଙ୍କ ମେଘଦୂତରେ ଅପରୂପ ଶବ୍ଦ ଏମନ୍ତ ଵ୍ୟଵହୃତ ହୋଇଅଛି...
“ଜାଗି କାନ୍ଦିଲୁ ଦିନେ କାତର ସ୍ୱରେ, ପଚାରନ୍ତେ କହିଲୁ ହସି ଉତ୍ତରେ । ଦେଖଲି ଅପରୂପ, ଶଠ ! ସ୍ୱପନେ, ଆନ ରଙ୍ଗିଣୀ ତୁମ୍ଭ ସଙ୍ଗେ ଶୟନେ ।।”
No comments:
Post a Comment