Wednesday, May 10, 2023

family : ଲାଟିନ୍ ମୂଳର ଇଂରାଜୀ ଶବ୍ଦ

ପରିଵାର କହିଲେ ଭାରତର କିଛି ନଗରଵାସୀ ହୁଏତ ବୁଝିନପାରନ୍ତି କିନ୍ତୁ family କହିଲେ ସମସ୍ତେ ଆଜିକାଲି ଝଟ୍ ବୁଝିଯାଆନ୍ତି । ଅନେକେ ଭାବୁଥିବେ family ତ ଇଂରାଜୀ ଶବ୍ଦ ଆଉ ...
କିନ୍ତୁ ପ୍ରକୃତରେ Family ଶବ୍ଦଟି ମୂଳତଃ ଏକ ଇଂରାଜୀ ଶବ୍ଦ ନୁହେଁ କି କେବେ ନଥିଲା । Family ଶବ୍ଦଟିର ପୁରୁଣା ଇଂରାଜୀ ରୂପ familie ଏଵଂ ଏ ଶବ୍ଦଟି ଲାଟିନ ଭାଷାର familia ଶବ୍ଦ ମୂଳର ଅଟେ । ଲାଟିନ ଭାଷାରେ familia ଶବ୍ଦର ଅର୍ଥ ଥିଲା ଘରର ଭୃତ୍ୟ ସମୂହ, ସାମୁହିକ ଭାବରେ ଘରେ ରହୁଥିଵା ଏକାଧିକ ଲୋକଙ୍କ ସମୂହ । ପୁଣି ଯେଉଁ ଲାଟିନ୍ ଶବ୍ଦ familiaରୁ ଇଂରାଜୀ ଭାଷାରେ family ଶବ୍ଦ ସୃଷ୍ଟି ହୋଇଛି ତାହାର ମୂଳ ଲାଟିନ୍ ରୂପ ହେଉଛି famulus ଓ famula ଏଵଂ ଏହି ଦୁଇଗୋଟି ଶବ୍ଦର ମୂଳ ଅର୍ଥ ଯଥାକ୍ରମେ ଚାକର ଓ ଚାକରାଣୀ ଥିଲା ‌। 
ସେହିପରି ଲାଟିନ୍ ଭାଷାରେ ଚାକର ଓ ଚାକରାଣୀ ଅର୍ଥରେ ଵ୍ୟଵହୃତ famulus ଓ famula ଶବ୍ଦଟି ପ୍ରୋଟୋ ଇଟାଲିକ୍ *famelos (“ଦାସ, ଗୋଲାମ୍”) ଶବ୍ଦରୁ ସୃଷ୍ଟି ହୋଇଛି । ଅର୍ଥାତ୍ family ଏମିତି ଏକ ଶବ୍ଦ ଯହିଁର ମୂଳ ଶବ୍ଦର ଅର୍ଥ ଦାସ ଓ ଚାକର ଥିଲା । 

କିନ୍ତୁ ପ୍ରାଚୀନ ଇଂରାଜୀ ଭାଷାରେ family ବୋଲି କୌଣସି ଶବ୍ଦ ନଥିଲା ଵରଂ ପରିଵାର ଅର୍ଥରେ ପ୍ରାଚୀନ କାଳର ଇଂଲଣ୍ଡଵାସୀ hīred(ଅନ୍ୟରୂପ : hēored, hīered, hīorad, hīræd, hīrd, hȳred) ବୋଲି ଏକ ଶବ୍ଦ ପରିଵାର ଅର୍ଥରେ ଵ୍ୟଵହାର କରୁଥିଲେ । ଆଧୁନିକ ଯୁଗରେ ପ୍ରଚଳିତ ଇଂରାଜୀ hire ସହିତ ଏହି ଶବ୍ଦର କୌଣସି ସମ୍ପର୍କ ନାହିଁ ।‌ ଇଂରାଜୀ ଏକ ଜର୍ମାନିକ୍ ଭାଷା , ଲାଟିନ୍ ଏକ ଇଟାଲିକ୍ ଭାଷା । ଇଟାଲିକ୍ ଭାଷାରୁ family ଶବ୍ଦ ନେଵାରୁ ଇଂରାଜୀ ଭାଷା ତାହାର ନିଜ ଜର୍ମାନିକ ମୂଳର ପରିଵାର ଅର୍ଥଜ hīred ଶବ୍ଦକୁ ହରାଇ ଦେଲା ।‌ 

ହଁ ! ଗୋଟିଏ ଭାଷାର ଶବ୍ଦ ଆଣି ନିଜ ଭାଷାରେ ପୁରେଇଲେ ନିଜ ଭାଷାର ସମାର୍ଥକ ପ୍ରତିଶବ୍ଦକୁ ବଳି ଦେଵାକୁ ହିଁ ହୁଏ ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...