କିନ୍ତୁ ଓଡ଼ିଆ ଛଡ଼ା ହିନ୍ଦୀ ଭଳି ଭାଷାରେ ଵ୍ୟଵହୃତ ହେଉଥିଵାରୁ ସାଢ଼େ ଶବ୍ଦକୁ କେହି କେହି ଵୈଦେଶିକ ଶବ୍ଦ ମନେ କରନ୍ତି କିନ୍ତୁ ଏହା ଏକ ଭ୍ରମ ଧାରଣା ।
ସାଢ଼େ ଶବ୍ଦଟି ଶୁଣିଲେ ତାହା ଗୋଟିଏ ଆରବୀ କି ଇଂରାଜୀ ଆଦି ଭାଷାର ଵୈଦେଶିକ ଶବ୍ଦ ଭଳି ଲାଗିଲେ ବି ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ ।
ସାଢ଼େ ଏକ ସର୍ଵଭାରତୀୟ ଶବ୍ଦ। ଏହା ଅନେକ ଭାରତୀୟ ଭାଷାରେ ଵିଭିନ୍ନ ରୂପରେ ଚଳୁଅଛି। Sir Ralph lilley Turner ତାଙ୍କ ପୁସ୍ତକ A Comparative Dictionary Of Indo Aryan Languagesରେ ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାରେ ସାଢ଼େ ଶବ୍ଦର ପ୍ରଚଳନ ଵିଷୟରେ ଯାହା ଉଲ୍ଲେଖ କରିଛନ୍ତି ତାହା ନିମ୍ନରେ ପ୍ରଦତ୍ତ ହେଲା ...
•sārdha —'plus a half'
=>Mn. [sa-², ardhá-²]
Kashmiri— sāḍ 'plus a half' (whence söḍyumᵘ 'of 1½, 1½ times')
Sindhi— sāḍhu, L.awāṇ sāḍh;
Panjābī— sāḍh f. 'half' sāḍhe pl. 'plus a half'
ludh— sāḍḍhe, WPah.bhad. sāḍhō
Kumaunī,Gaṅgoī dialect of Kumaunī— śāṛe
Nepali—sāṛhe, sāṛe,
Bengali—sāṛe,
Odia,Awdhi,lakhnawi,Hindi— sāṛhe
Gujarati —sāṛā
Marathi —sāḍhe, sāḍe
Konkani—sāḍe(°ḍi.)
West Pahāṛī.kṭg— sáḍḍhɔ ('including one half')
Garhwali— sāṛe.
ଏହି ସାଢ଼େ ଶବ୍ଦଟି ଏବେର ଶବ୍ଦ ନୁହେଁ ।
ଏହି ସାର୍ଦ୍ଧ ଶବ୍ଦର ଏକ ରୂପ 'ସାର୍ଦ୍ଧଂ' ଯାହା
'ସହିତ' ଅର୍ଥରେ ପ୍ରୟୋଗ କରାଯାଏ । ସମାନ ଅର୍ଥରେ ଏହାର ଏକ ସଗୋତ୍ରୀୟ ଶବ୍ଦ Saddhiŋ (ଓ saddhi˚) ପାଲୀ ଭାଷାରେ 'ସହିତ' ଵ୍ୟଵହାର କରାଯାଉଥିଲା ।
ଯେମିତି ପାଲୀରେ ସାର୍ଦ୍ଧଂ ଶବ୍ଦ Saddhiŋ ରୂପେ ପ୍ରଚଳିତ ଥିଲା ଠିକ୍ ସେହିପରି
ସାର୍ଦ୍ଧ ଶବ୍ଦର ଏକ ରୂପ 'ସାଢ଼େ' ଓଡ଼ିଆ ଆଦି ଭାଷାରେ ଚଳିଵାକୁ ଲାଗିଲା ।
ସାର୍ଦ୍ଧ ଶବ୍ଦରେ 'ସ' ଉପସର୍ଗ ଓ ଅର୍ଦ୍ଧ ଶବ୍ଦ ଅଛି ଏଵଂ ଏହା "ଏକ ମାତ୍ରା ଓ ପୁଣି ଅର୍ଦ୍ଧ ମାତ୍ରା" ଅର୍ଥରେ ପ୍ରୟୋଗ କରାଯାଉଥିଲା ଯାହା ପରେ ସାଢ଼େ ରୂପେ ଚଳୁଅଛି ।
ତେଣୁ ସାଢ଼େ ଶବ୍ଦଟି ଵୈଦେଶିକ ଶବ୍ଦ ଭଳି ଲାଗୁଥିଲେ ବି ତାହା ପ୍ରକୃତରେ ଏକ ଭାରତୀୟ ଶବ୍ଦ ଅଟେ ।
"୧,୨,୩,୪...୧୦" ଆଦି କୌଣସି ମାତ୍ରା ସହିତ ଅର୍ଦ୍ଧ ଭାଗ ଯୁକ୍ତ ହେଵାକୁ ସାର୍ଦ୍ଧ କୁହାଯାଏ ।
ତେଣୁ ସବୁଠାରୁ ବଡ଼କଥା ହେଲା ଆମକୁ ଇଂରାଜୀ ଭଳି One and half ଵା two and half ଇତ୍ୟାଦି ଲମ୍ବାଇ କି କହିଵାର ଆଵଶ୍ୟକତା ନାହିଁ ସାର୍ଦ୍ଧ କୁହ କି ସାଢ଼େ ,ଛୋଟିଆ ଶବ୍ଦଟିରେ ଏହି କଥା କୁହାଯାଇପାରୁଛି ।
No comments:
Post a Comment