ଭାରତରେ ପାରସ୍ୟ ଦେଶର ପାର୍ସୀ ଭାଷାର ପ୍ରଚଳନ ମୋଗଲକାଳରେ ପ୍ରଶାସନିକ ଭାଷା ଭାବେ ହୋଇଥିଲା । ଏହି ସମୟରେ ପାର୍ସୀ ଭାଷାର ଗୋଟିଏ ଶବ୍ଦ ولایت (wilāyat) ଆସି ଵିଦେଶୀ ଵା ଵୈଦେଶିକ ଶବ୍ଦ ଅର୍ଥରେ ଚଳିଵାକୁ ଲାଗିଲା । ଏହି ଶବ୍ଦ ଓଡ଼ିଆ ଭାଷାରେ ବିଲାତ ହେଲା ବେଳେ ହିନ୍ଦୀରେ विलायती ହେଲା । କିନ୍ତୁ ପ୍ରକୃତରେ ପାର୍ସୀର ଏହି ولایت(wilāyat)ଶବ୍ଦଟି ବି ମୂଳତଃ ପାର୍ସୀ ଶବ୍ଦ ନୁହେଁ ଵରଂ ଆରବୀ ଭାଷାରୁ ଗୃହୀତ ହୋଇଛି । ଆରବୀ ଭାଷାରେ وِلَايَة(wilāya) ବୋଲି ଏକ ଶବ୍ଦ ପଡ଼ୋଶୀ ଓ ବନ୍ଧୁ ଆଦି ଅର୍ଥରେ ଚଳୁଥିଲା ଯାହା ପାର୍ସୀ ଭାଷାରେ ଆସି ପଡ଼ୋଶୀ ଅର୍ଥରେ ଚଳୁ ଚଳୁ ଏହା କ୍ରମଶଃ ولایت(wilāyat) ରୂପେ ପରିଵର୍ତ୍ତିତ ହୋଇ ବିଦେଶୀ ଅର୍ଥରେ ଚଳିଵାକୁ ଲାଗିଲା । ତେଣୁ ଯେମିତି ବିଲାତି ଶବ୍ଦଟି ମୂଳତଃ ଵିଦେଶୀ ଶବ୍ଦ ଠିକ୍ ସେହିପରି ବିଲାତି ଆଳୁ ଓ ବିଲାତି ବାଇଗଣ ବି ଵିଦେଶୀ ପରିବା ।
Monday, July 29, 2024
Subscribe to:
Post Comments (Atom)
ଵିଶିଷ୍ଟ ଆଲେଖ୍ୟ
ଵଶା ଠାରୁ ବୋଉ ଯାଏଁ
ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...
-
ଜଣେ ପଚାରିଲେ ପକ୍ଵ ଶବ୍ଦରେ ଥିଵା ଫଳାଟି ଵ ଫଳା ନା ୱ ଫଳା ? ଅଷ୍ଟାଧ୍ଯାୟୀର ସୂତ୍ର “ପଚୋ ଵଃ ” (୮.୨.୫୨) ସୂତ୍ର ତଥା ପକ୍ଵ ଶବ୍ଦର ନିରୁକ୍ତି ପାଠରେ ତହିଁର ଉତ୍ତର ଅ...
-
ଭାଷା ଆମକୁ ପରସ୍ପର ସହିତ ଯୋଡ଼ି ରଖିଛି । ଭାଷାର ବହୁବିଧ ଶକ୍ତିକୁ ଉପଲବ୍ଧି କରି ହିଁ ବେଦରେ ଏହାକୁ ଈଶ୍ବରଦତ୍ତ କୁହାଯାଇଛି ! ଭାଷା ଶବ୍ଦର ନିରୁକ୍ତି=>ଭ...
No comments:
Post a Comment