ଅନିଳ (ପବନ) : ଅନୀଳ (ଯାହା ନୀଳ ନୁହେଁ)
ଅଂସ (କାନ୍ଧ) : ଅଂଶ (ଭାଗ)
ଆଭାସ (ଇଙ୍ଗିତ) : ଆଭାଷ (ଭାଷଣ)
ଇତି (ଶେଷ) : ଇତି (ଅନାବୃଷ୍ଟି ରୂପକ ବିପର୍ଯ୍ୟୟ)
ଈଶ (ଈଶ୍ୱର) : ଇଷ (ଲଙ୍ଗଳର ଦଣ୍ଡ)
କାଳି (କଳାରଙ୍ଗ) : କାଳୀ (ଆଦ୍ୟାଶକ୍ତି ଭଗବତୀ)
କୁଳ (ବଂଶ) : କୂଳ (ସମୁଦ୍ର ବା ନଦୀ-ତଟ)
କୁଟ (ପର୍ବତ-ଶୃଙ୍ଗ) : କୂଟ (ମାୟା)
କୁଜନ (ମନ୍ଦ ଲୋକ) : କୂଜନ (ପକ୍ଷୀର କାକଳି)
କେସର (ପୁଷ୍ପ ମଧ୍ୟସ୍ଥ କେଶ ସଦୃଶ ଅଂଶ) : କେଶର (ସିଂହ ବା ଘୋଡା ବେକରେ ଥିବା ବାଳ)
କୋଟି (କୋଟିଏ ସଂଖ୍ୟା) : କୋଟୀ (ଅଗ୍ରଭାଗ ବା ଶୀର୍ଷ)
କୃତି (କାର୍ଯ୍ୟ) : କୃତୀ (ଦକ୍ଷ)
ଗିରିଶ (ମହାଦେବ) : ଗିରୀଶ (ଗିରିମାନଙ୍କ ମଧ୍ୟରେ ଶ୍ରେଷ୍ଠ/ ହିମାଳୟ)
ଗୁଣି (ତନ୍ତ୍ରବିଦ୍ୟା ): ଗୁଣୀ (ଗୁଣବାନ୍)
ଚିର (ଦୀର୍ଘକାଳ) : ଚୀର (ଚୀରାଲୁଗା)
ଚୁଡା (ଏକପ୍ରକାର ଖାଦ୍ୟ) : ଚୂଡା (ଶୀର୍ଷ ବା ଅଗ୍ରଭାଗ)
ଜବ (ବେଗ) : ଯବ (ଯଅ ଶସ୍ୟ)
ତରଣି (ସୂର୍ଯ୍ୟ) : ତରଣୀ (ନୌକା)
ଦିନ (ଦିବସ) : ଦୀନ (ଦରିଦ୍ର)
ଦ୍ୱିପ (ହାତୀ) : ଦ୍ୱୀପ (ଟାପୁ)
ନିତି (ପ୍ରତିଦିନ/ପ୍ରତ୍ୟହ) : ନୀତି (ନିୟମ ବା ବିଧାନ)
ନିବାର (ବାରଣ) : ନୀବାର (ତୃଣଧାନ୍ୟ ବିଶେଷ)
ପରସ୍ୱ (ପରଧନ) : ପରଶ୍ୱ (ପଅରିଦିନ)
ପରିକ୍ଷା (ପରିଚ୍ଛା ସେବକ) : ପରୀକ୍ଷା (ଉତ୍ତମ ରୂପେ ଦେଖିବା )
ପରି (ତୁଲ୍ୟ) : ପରୀ - (ଅପ୍ସରା)
ପାବନି (ପବନପୁତ୍ର) : ପାବନୀ (ପବିତ୍ରକାରିଣୀ)
ପୁତ (ପୁତ୍ର) : ପୂତ (ପବିତ୍ର)
ପୁର (ନଗର) : ପୂର (ପିଠାର ପୂର)
ପ୍ରତିକ୍ଷଣ (ସର୍ବଦା) : ପ୍ରତୀକ୍ଷଣ (ସମ୍ୟକ୍ ଦେଖିବା)
ବଳି (ଯଜ୍ଞାଦି ଉପଲକ୍ଷେ ହନ୍ତବ୍ୟ ପ୍ରାଣୀ) : ବଳୀ (ବଳଶାଳୀ)
ବାଳିଶ (ମୂର୍ଖ) : ବାଳୀଶ (ନାରୀରତ୍ନ)
ବିସ (ମୃଶାଳ) : ବିଷ (ଜହର)
ଯମକ (ଶବ୍ଦାଳଙ୍କାର ବିଶେଷ) : ଜମକ (ଆଡମ୍ବର)
ସକଳ (ସମସ୍ତ) : ଶକଳ (ଖଣ୍ଡ ବା ଅଂଶ)
ସକ୍ତ (ଆସକ୍ତ ବା ଅନୁରକ୍ତ) : ଶକ୍ତ (ଦୃଢ଼/ଟାଣ)
ସଙ୍କର (ବିଭିନ୍ନ ଜାତିର ମିଶ୍ରଣରେ ଜାତ ପ୍ରାଣୀ ବା ଉଦ୍ଭିଦ) : ଶଙ୍କର (ଶିବ)
ସପ୍ତ (ସାତ ସଂଖ୍ୟା) : ଶପ୍ତ (ଶାପଗ୍ରସ୍ତ)
ସବଳ (ବଳଶାଳୀ) : ଶବଳ (ନାନା ବର୍ଣ୍ଣବିଶିଷ୍ଟ)
ସମ (ସମାନ) : ଶମ (ଶାନ୍ତି)
ସର (ପୋଖରୀ/ଦୁଧସର) : ଶର (ଧନୁଶର)
ସିତ (ଶୁକ୍ଳ ବର୍ଣ୍ଣ) : ଶୀତ (ଥଣ୍ଡା)
ଶିଳ (ବଟାହେବା ନିମନ୍ତେ ବ୍ୟବହୃତ ପ୍ରସ୍ତର) : ଶୀଳ (ସ୍ୱଭାବ)
ଶିର (ମୁଣ୍ଡ) : ସୀର (ସିଆର)
ଶୁକ (ଶୁଆପକ୍ଷୀ) : ଶୂକ (ଶସ୍ୟାଦିର ସୂକ୍ଷ୍ମ ଅଗ୍ରଭାଗ)
ଶୁକର (ଘୁଷୁରି) : ସୁକର (ସହଜ)
ଶୁକ୍ତି (ଶାମୁକା) : ସୂକ୍ତି (ନୀତିବାକ୍ୟ)
ଶୁଚି(ଶୁଦ୍ଧ ବା ପବିତ୍ର) : ସୂଚୀ (ତାଲିକା/ ଛୁଞ୍ôଚ)
ସୁତ (ପୁତ୍ର) : ସୂତ (ସାରଥି)
ସୁତା (କନ୍ୟା): ସୂତା (ଡୋର)
ସୁର (ଦେବତା) : ଶୂର (ବୀର)
ସ୍ରବଣ (କ୍ଷରଣ/ଝରିବା): ଶ୍ରବଣ (କାନ)
No comments:
Post a Comment