Monday, November 18, 2019

●ରଝୌ ରଝୌ ଓ ଫିମ୍ପି ବରଷା●

ବର୍ଷାର ବର୍ଷଣ ପ୍ରକାର ନେଇ
ଆମ ଭାଷାରେ
ଅନେକ ଶବ୍ଦ ଅଛି
ଯେମିତିକି
ମୁଷଳଧାରା ବର୍ଷା,ଝିପି ଝିପି ବର୍ଷା,ଟୁପୁରୁ ଟାପୁରୁ ବର୍ଷା,ଫିମ୍ପି ବରଷା,ରଝୌ ରଝୌ ବର୍ଷା ଆଦି ଆଦି.....

ସାହିତ୍ୟରେ ଭୀଷଣ ବର୍ଷାର ଅର୍ଥ ପ୍ରକାଶ ହେତୁ
ମୁଷଳଧାରରେ ବର୍ଷା ହେଉଛି ବୋଲି
କୁହାଯାଏ ।
ଢେଙ୍କାନାଳରେ ମୁଷଳଧାରର ଅର୍ଥ ପ୍ରକାଶ ହେତୁ
ଅଛି ନିଆରା ଶବ୍ଦ ଟିଏ
ରଝୌ ରଝୌ ....
ଏହାର ଉଚ୍ଚାରଣ କେତେକ ଲୋକ
ରଝଉ ରଝଉ କରିଥାନ୍ତି ।
ସ୍ଥାନୀୟ ଲୋକେ କଥା ଛଳରେ କୁହନ୍ତି
“ଆଜି କି ରଝୌ ରଝୌ ବର୍ଷା ହେଉଛି”

ଢେଙ୍କାନାଳରେ
କେହି କେହି ରଝୌ ରଝୌ ନକହି
କୁହନ୍ତି ବର୍ଷା କୁଟୁଛି 😂
ଧାନ କୁଟିଲା ଭଳିଆ.....
ସତରେ କଣ୍ ବର୍ଷା କୁଟେ କାହାକୁ ଢେଙ୍କୀରେ ପକେଇ ?
ନା ନା ଏହା ଆମ ଓଡ଼ିଆ ଭାଷାର ଏକ ମୁହାଵରା ଭଳି ...

ସେଇଭଳି ନିରବଚ୍ଛିନ୍ନ ଭାବରେ ଅଳ୍ପ ଦୃତ ବୃଷ୍ଟିପାତ କୁ ଝିପି ଝିପି ଓ ଟୁପୁରୁ ଟାପୁରୁ ବର୍ଷା କୁହାଯାଏ ।

ସେହିପରି
ଅତିକ୍ଷୁଦ୍ର ଓ ହାଲୁକା ଜଳବିନ୍ଦୁ ବରଷିଲେ
ତାହାକୁ ଫିମ୍ପି ବରଷା କୁହାଯାଏ ।
ଖାଦ୍ୟ ଦ୍ରବ୍ୟ ସଢିଲେ ତହିଁରେ ଜନମୁଥିବା
ଫିମ୍ପି ଆକାରର ହୋଇଥିବାରୁ
ଏଭଳି ପ୍ରକାରର ବରଷା ର ଏମନ୍ତ ନାମକରଣ କରାଯାଇଛି ବୋଧହୁଏ ।

କିଛି ଅଂଚଳ ରେ ବର୍ଷା ରାଜୁଛି ଏବଂ ବର୍ଷା କୁଢୋଉଛି ମଧ୍ୟ କହନ୍ତି .

ବର୍ଷା ନାଦୁଛି ବୋଲି ମଦ୍ୟ କହନ୍ତି, ଟୁପୁ ଟୁପୁ ବର୍ଷା ମଧ୍ୟ,କଥାରେ ଅଛି ଖରା ଅଉଛି ବର୍ଷା ଅଉଛି ବିଲୁଆ ନନା ବିବାହ ହେଉଛି

ଆମେ "ରଝୋ ରଝୋ  ବର୍ଷିଲା" ବଲିଁ କହେସୁଁ(ପଶ୍ଚିମ ଓଡିଶା ରେ )

ପ୍ରବଳରୁ ଅତି ପ୍ରବଳ ବର୍ଷା କୁ ଏଠାକାର କଥିତ ଭାଷାରେ
“ନିର୍ଦ୍ଧୁମ ବର୍ଷା” ହେଉଛି ମଧ୍ୟ କୁହାଯାଏ ....

ପ୍ରକୃତରେ ବି ଆଜି ଭୀଷଣ ବର୍ଷା ହେଉଅଛି
ରାତି ଅଧରୁ ବର୍ଷା ହେଉଛି ଯେ ଏଯାଏଁ ଛାଡି଼ନାହିଁ

ବାଦଲଫଟା,ଜୁଆଳିମୋଟ,ଓଳିଗଡା,କୁଣ୍ଡାଝଡା ବି କହନ୍ତି।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...