Saturday, November 16, 2019

ଆମ ଭାଷାରେ ହେଁ ଶବ୍ଦର ଵିଭିନ୍ନ ଵ୍ଯଵହାର

ଆମର ସମଗ୍ର ଓଡ଼ିଆ ଭାଷା ଵା ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ‛ହେଁ’ ଏକ ଅଵ୍ଯୟ ଓ ସର୍ଵନାମ ଶବ୍ଦ ଭାଵେ ଵ୍ଯଵହାର ହୋଇଥାଏ ।

■■■■■■■■■■■■■■■■■■■■■■
ହେଁ' ର ଅଵ୍ଯୟ ଅର୍ଥ →
■■■■■■■■■■■■■■■■■■■■■■

୧). ତଥାପି, ହେଲେ,ସୁଦ୍ଧା, ମଧ୍ୟ, ଅବା, ଭଲା ଇତ୍ୟାଦି ଅର୍ଥରେ ହେଁ ଶବ୍ଦଟି ପ୍ରୟୋଗ ହୁଏ ।

ଉ―
●―"ଜଣେ ଉଚ୍ଚପଦସ୍ଥ ଅଧିକାରୀ ହେଲେ ହେଁ ରାମବାବୁଙ୍କ ଜୀବନଯାପନ ସାଧାରଣ !"

●―“ସେ ଜଣେ ଦରିଦ୍ର ହେଲେହେଁ ଭଗାଵାନଙ୍କ କୃପା ଦୃଷ୍ଟି ତା ଉପରେ ସବୁଵେଳେ ରହିଛି”

୨). ଉପହାସ, ଅସୂୟା  ଵା ଅଵଜ୍ଞା ସୂଚକ ଶବ୍ଦ

●—“ହେଁ ! ସେମିତି ହୁଏ ନା ?”

●—“ହେଁ ! ସେସବୁ ବାଜେ କଥା ରଖ ହୋ,ମଞ୍ଜ କଥାଟା କହୁନା !”

୩). ଯାକ, ଜଣ ,ସମସ୍ତେ,ସର୍ଵ,ମାନେ,ପ୍ରତ୍ୟେକ

●—ଦୁଇ,ତିନି,ଚାରି ଇତ୍ୟାଦି ସଂଖ୍ୟାଵାଚକ ଶବ୍ଦ ସହ ଯୁକ୍ତ ହୋଇ ହେଁ ଅଵ୍ଯୟ ଵ୍ୟଵହାର ହୋଇଥାଏ ।

●—“ସେ ଦିହେଁ ଆମକୁ ଭୁଆଁ ବୁଲେଇ ପଳେଇଲେ ହୋ”
●—ତାଙ୍କେ ଦୁହେଁ ନକହି ଚାଲିଗଲେ ଵା !

୪).ହାଁ,ଆଁ,ଆଁଇ ଆଦି ଵିସ୍ମୟାଦିବୋଧକ ଅଵ୍ଯୟର ଏକ ରୂପ

●―“ହେଁ ! ମର ମୁଟେ ବିଶାସ ହେଉନି ମ ! ସତିଆ କ'ଣ ସତରେ ସତୀକି ଧରି ପଳେଇଲା ?”

୫).ଉଚ୍ଚହାସ୍ଯ କରିବା ଶବ୍ଦ
ହେଁ ହେଁ ଖେଁ ଖେଁ ଇତ୍ୟାଦି ଧ୍ଵନ୍ଯାନୁକରଣ ଅଵ୍ଯୟ ଵିଶେଷ ।

●— “ହେଁ ହେଁ ! ମୁଁ କ'ଣ ମୂଷା ଯେ ଏଡିକି ଗାତରେ ଗଳିଯିଵି ?“

୬)ଘୋଡ଼ାଙ୍କର ହ୍ରେଷାରବ ଇଂରାଜୀରେ ଘୋଡ଼ାର ରାବକୁ ଦର୍ଶାଇଵା ହେତୁ ପାଇଁ ତିନୋଟି ଶବ୍ଦ ରହିଛି
✓neigh
✓whinny
✓nicker
ସେଇଭଳି ଆମଭାଷାରେ ହ୍ରେଷାରବର ପ୍ରତିଶବ୍ଦ ଭାଵେ ଅନେକ ଶବ୍ଦ ଚଳେ
ଯଥା―
ହେଷ୍ରା, ଅଶ୍ଵହାସ,ଅଶ୍ଵହସ,ଖିରିସାଣି, ଖିନଖିନାଵା ଇତ୍ୟାଦି

୭) ସମ୍ବୋଧନଵାଚକ ଅଵ୍ଯୟ ‘ହେ’ ଆମରାଜ୍ଯର କେତେକ ଅଞ୍ଚଳରେ ହେଁ ଭାଵେ ଵ୍ଯଵହୃତ ହୋଇଥାଏ ।
ଯଥା
>ମାମୁଁ ହେଁ !
>ମାଇଁ ହେଁ !

■■■■■■■■■■■■■■■■■■■■■     ହେଁ  ର ସର୍ଵନାମ ଅର୍ଥ
■■■■■■■■■■■■■■■■■■■■■

୧).ଏହା; ଏ(ଏହି ‛ହେଁ’ ସହ ସମଦ୍ଧୃତ ―ଏହା ଓ ଇଦଂ)
●―ହେଁଟା ବେଗି ଦେଲୁଁ

୨).ତାହା; ସେ

●―ହେଁ ଲୁକକେ ମୁଇଁ ନାଇଁ ଜାନି !

ସ ଵର୍ଣ୍ଣ ମଧ୍ଯକଳିଙ୍ଗାଞ୍ଚଳରେ
ଅର୍ଥାତ୍ ନୟାଗଡ଼, କଟକ,ଢେଙ୍କାନାଳ,ଦେଓଗଡ଼, ସମ୍ବଲପୁର, ଯଶପୁର ଓ ମହାସମୁନ୍ଦ ଇତ୍ୟାଦି ଅଞ୍ଚଳରେ  ‛ହ’ ରେ ପରିଵୃତ୍ତ ହୋଇଥାଏ । ଉଦାହରଣ ସ୍ୱରୂପ ଢେଙ୍କାନାଳରେ ସେଇଟା=ହେଟା,ସେମିତି=ହେଁତି,ହିମିତି ଆଦି ହୁଏ ।
ସେଇଭଳି ଏଠାରେ ସେ ସର୍ଵନାମ ହେଁ ରେ ରୂପାନ୍ତରିତ ହୋଇଛି । ସେ ,ହେଁ ଏ ଉଭୟ ସଂସ୍କୃତ ତସ୍ଯ ଶବ୍ଦ ସହିତ ସମଦ୍ଧୃତ ।

୩).ଏହି ବ୍ଯକ୍ତି(ଏ,ୟେ ସହିତ ସମଦ୍ଧୃତ)
●―ହେଁ ବାବୁ ଆମ ଘରେ ରଅନ୍ତି

ଏତଦ୍ବ୍ୟତୀତ ଓଡ଼ିଆ ଭାଷା ସାଗରରେ ‛ହେଁ’ର ଆଉ କୌଣସି ଭିନ୍ନ ଅର୍ଥରେ ପ୍ରୟୋଗ ହେଉଥିଲେ ନିଶ୍ଚୟ ଜଣାନ୍ତୁ !

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...