ଓଡ଼ିଆ ଗଣମାଧ୍ୟମରେ ଏଵଂ ଲୋକଙ୍କ ଦ୍ଵାରା ଆଜିକାଲି ହିନ୍ଦୀରୁ ସିଧାସଳଖ “ଠିକ୍ ସେ” ଶବ୍ଦ ଆଣି ଵ୍ଯଵହାର ହେଉଅଛି ।
ଯେଉଁଠି ଲୋକେ କହିଵା କଥା―
-----ତମେ ଠିକରେ କାମ କରୁନାହଁ
ସେଠି ଆଜିକାଲି ଲୋକେ କହିଛନ୍ତି―
-----ତମେ ଠିକସେ କାମ କରୁନାହଁ
ଏଠାରେ ଠିକ୍ ଶବ୍ଦରେ ଯେଉଁ ସେ ଲାଗୁଛି ତାହା ହିନ୍ଦୀ ଵିଭକ୍ତି ଶବ୍ଦଟିଏ ଯାହାକୁ ହିନ୍ଦୀ ଶବ୍ଦସାଗରରେ ପ୍ରତ୍ଯୟ ଅଭିହିତ କରାଯାଇଛି । ଓଡ଼ିଆ ଭାଷାର ରେ,ରୁ,ଠାରୁ ଇତ୍ୟାଦି ଵିଭକ୍ତି ଶବ୍ଦ ଅର୍ଥରେ ହିନ୍ଦୀ ସେ ପ୍ରତ୍ୟୟ ଵ୍ଯଵହୃତ ହୋଇଥାଏ । କିନ୍ତୁ ମାନକ ଓଡ଼ିଆ ଭାଷାରେ ସେ ଶବ୍ଦ କେଵଳ ସର୍ଵନାମ ଭାଵେ he/she ଓ that ଅର୍ଥରେ ପ୍ରୟୋଗ କରାଯାଏ ଏଵଂ ଏହା ସଂସ୍କୃତ ସଃ ଓ ସାଃ ସହିତ ସମଦ୍ଧୃତ ।
ଯଥା ― ସେ ରାମକୁ ୧୦୦ଟଙ୍କା ଦେଵ ।
― ସେ ଗାଡ଼ିଟା ୧୦ଟାରେ ଲାଗିଵ ।
କିନ୍ତୁ
ହିନ୍ଦୀରେ से ର ପ୍ରତ୍ୟୟ,ସର୍ଵନାମ ଓ ଵିଶେଷଣ ଇତ୍ୟାଦି ଵିଭିନ୍ନ ଵ୍ଯଵହାର ରହିଛି ।
■■■■ପ୍ରତ୍ଯୟ ଵ୍ଯଵହାର■■■■
[ପ୍ରାକୃତ―सुंतो,ପୁ.ହି–सेंति]
କରଣ ଓ ଅପାଦାନ କାରକର ଛିହ୍ନ ।
ତୃତୀୟା ଓ ପଞ୍ଚମୀର ଵିଭକ୍ତି ।
ଉଦାହରଣ―
(କ) मैंने अपनी आँखों से देखा ।
(ଖ) पेड़ से फल गिरा ।
(ଗ) वह तुमसे बढ़ जायगा ।
■■■■ଵିଶେଷଣ ଵ୍ଯଵହାର■■■■
[ହିନ୍ଦୀ 'सा' ର ବହୁଵଚନ]
→ସମାନ,ସଦୃଶ,ସମ
ଉଦାହରଣ―
(କ)इसमें अनार से फल लगते हैं ।
(नासिका सरोज गंधवाह से सुगंधवाह, दारयो से दसन, कैसे बीजुरो सो हास है ।)
— केशव (शब्द॰) ।
ସର୍ଵନାମ ଵ୍ଯଵହାର
[ହିନ୍ଦୀ 'सो' ର ବହୁଵଚନ]
ଓଡ଼ିଆ ଭାଷାରେ ‛ସେ’ ସହ ସମଦ୍ଧୃତ ହିନ୍ଦୀରେ ଏହି ଅର୍ଥରେ ଆଜିକାଲି ‛ଵେ’ ଓ 'ଵହ’ ଇତ୍ୟାଦି ପ୍ରୟୋଗ କରାଯାଏ ।
ତୁଳସୀଦାସ କୃତ ରାମଚରିତ ମାନସରେ ଏହି ସର୍ଵନାମ ‛ସେ’ର ବହୁଳ ପ୍ରୟୋଗ ହୋଇଛି ।
ଯଥା―
“अवलोकिहौं सोच विमोचन को ठगि सी रही, जो न ठगे धिक से ।”
ସେ ର ଵିଶେଷ୍ଯ ଅର୍ଥ
୧.ସେଵା,ଚାକିରୀ
୨.କାମଦେଵଙ୍କ ପତ୍ନୀ
से ‡ ର ଲୁପ୍ତ ଵିଶେଷଣ ଵ୍ୟଵହାର
[ଫାର୍ସୀ सेहର ହିନ୍ଦୀ ଵ୍ଯଵହାର]
→ତିନି ସଂଖ୍ୟାଵାଚକ
ଉଦାହରଣ―
“उन्हें से चहार दिन हो जजबे बहोश ।
आपस के जात कूँकर कर फरामोश
(दक्खिनी॰, पृ॰ १९६ ।)
ହିନ୍ଦୀରେ ‘ସେ’ ର ବହୁତ ଵ୍ଯଵହାର ଥିଲେ ହେଁ ଓଡ଼ିଆ ଭାଷାରେ ଏହା କେଵଳ ସର୍ଵନାମ ଭାଵେ ହିଁ ଵ୍ଯଵହୃତ ହୋଇଥାଏ । ତାହେଲେ ଆମ ଭାଷାରେ ରେ,ରୁ ଓ ଠାରୁ ଵିଭକ୍ତି ଚିହ୍ନ ଥାଇ ଆମେ କାହିଁକି ହିନ୍ଦୀ ହନୁକରଣ କରି ଠିକସେ ଲେଖିଵା ?
No comments:
Post a Comment