Thursday, January 23, 2020

ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଧ୍ଵନିଗତ ଭିନ୍ନତା

୧)ଓଡ଼ିଆ ଭାଷାରେ ପ୍ରତ୍ୟେକ ଶବ୍ଦ ଅକାରାନ୍ତ ହୋଇଥିଲାଵେଳେ  ବଙ୍ଗାଳି ଭାଷାରେ କେତେକ ଶବ୍ଦକୁ ଛଡି଼ଦେଲେ ପ୍ରାୟ ଶବ୍ଦ ଓକାରାନ୍ତ ହୋଇଥାଏ ।
ଉଦାହରଣ ସ୍ଵରୂପ
― ଭଲ = ଭଲୋ

୨)ଓଡ଼ିଆ ଭାଷାରେ ପ୍ରରମ୍ଭିକ ଏ ଓ ଇ ଧ୍ଵନିଯୁକ୍ତ ଶବ୍ଦ
ବଙ୍ଗାଳି ଭାଷାରେ ୟେ,ୟେୟ ହୋଇଥାଏ
ଉଦାହରଣ ସ୍ଵରୂପ―
ଏକ=ୟାକ୍,ଦେଖ=ଦ୍ଯାଖ୍

୩)ଋ ଵର୍ଣ୍ଣ ଓଡ଼ିଆ ଭାଷାର ଅଧିକାଂଶ ଶବ୍ଦରେ ଅପରିଵର୍ତ୍ତିତ ରହେ କିନ୍ତୁ ବଙ୍ଗାଳି ଭାଷାରେ ତାହା ରି ରେ ପରିଣତ ହୋଇଥାଏ
ଯଥା―ଋଷି = ରିଷି
(ଓଡ଼ିଆ ଭାଷାରେ ମଧ୍ୟ ଘୃତ ଶବ୍ଦ ଏଇ ଆଧାରରେ ଘିଅ ହୋଇଥିଵା କେତେକ ଭାଷାଵିଦ୍ ମତ ଦିଅନ୍ତି)

୪)ଓଡ଼ିଆ ଭାଷାରେ ଦନ୍ତ୍ଯ ସ ଯୁକ୍ତ ଉଚ୍ଚାରଣ ବଙ୍ଗାଳିରେ  ଶ ହୋଇ ଉଚ୍ଚାରିତ ହୋଇଥାଏ ।

୫)ଓଡ଼ିଆ ଭାଷାରେ ‛ଣ’ ଓ ‛ଳ’ ତଥା ‛ନ’ ଓ ‛ଲ’ ଭିନ୍ନ ଭିନ୍ନ କ୍ଷେତ୍ରରେ ପ୍ରଚଳିତ ଥିଵାଵେଳେ ବଙ୍ଗାଳି ଭାଷାରେ  ଣ,ଳ, ଇତ୍ୟାଦି ଲେଖାଯାଉଥିଲେ ହେଁ
ନ,ଲ, ପଢା଼ଯାଏ ।

୬)ଓଡ଼ିଆ ଭାଷାରେ ଢ ଧ୍ବନି ବଙ୍ଗାଳିରେ କେତେକ କ୍ଷେତ୍ରରେ ଡ଼ ହୁଏ ।

୭)ଓଡ଼ିଆ ଭାଷାରେ ଶବ୍ଦାନ୍ତ ଭଳି ପଦାନ୍ତ ମଧ୍ୟ ଅକାରାନ୍ତ ହୋଇଥାଏ କିନ୍ତୁ ବଙ୍ଗାଳି ଭାଷାରେ ତାହା ହଳନ୍ତଵତ୍ ହେଵା ଦୃଷ୍ଟିଗୋଚର ହୁଏ ।


୮)ଓଡ଼ିଆ ଭାଷାରେ ଯୁକ୍ତଵର୍ଣ୍ଣର ମକାର ସଂସ୍କୃତ ପରି ଅପରିଵର୍ତ୍ତିତ ରହୁଥିଵାଵେଳେ  ବଙ୍ଗାଳି ଭାଷାରେ ପ୍ରଥମଵର୍ଣ୍ଣ ଦ୍ଵିତ ହୋଇ ମକାର ଉଚ୍ଚାରଣ ଲୁପ୍ତ ହୁଏ
ଯଥା― ପଦ୍ମ=ପଦ୍'ଦ,ଋକ୍ମଣୀ = ରିକ୍'କନୀ

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...