ହତକ ବୋଲି ଗୋଟିଏ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ରହିଛି । ଵିଭିନ୍ନ ଗ୍ରନ୍ଥରେ ଏହି ହତକ ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହୋଇଛି ।
ଯଥା―
୧)ନଷ୍ଟପ୍ରାୟ
୨)କାପୁରୁଷ
୩)ନୀଚ
୪)ହତଭାଗ୍ୟ
୫)ଦୁର୍ଦ୍ଦୁଶାଗ୍ରସ୍ତ
୬)ମୃତ
୭)ନୀଚଲୋକ
ଶାସ୍ତ୍ରୀୟ ହତକ ଶବ୍ଦଟି ‛ହତ’ ଶବ୍ଦ ସହ ହେଵା ଅର୍ଥେ ‛କ’ ପରପ୍ରତ୍ୟୟ ଯୁକ୍ତ ହୋଇ ଗଠିତ ହୋଇଅଛି ।
ତେଵେ ଶାସ୍ତ୍ରୀୟ ହତକ ଶବ୍ଦଠାରୁ ଭିନ୍ନ ଗଡ଼ଜାତରେ ହତକ ଶବ୍ଦ ଅପମାନ ବା Insultର ଏକ ପ୍ରତିଶବ୍ଦ ଭାବେ ବ୍ୟବହୃତ ହୋଇଥାଏ ।
ଗଡ଼ଜାତରେ ହତକ ଶବ୍ଦର ଏଭଳି ଭିନ୍ନ ଅର୍ଥରେ ଵ୍ଯଵହାର ପଛରେ କି କାରଣ ଥାଇପାରେ ତାହା ଗଵେଷଣା ସାପେକ୍ଷ ତେଵେ ଏ ଵିଷୟରେ କେତେକ ମତ ଦିଆଯାଇପାରିଵ ।
ଯଥା―
★କ)ସଂସ୍କୃତ ହତ ଶବ୍ଦରୁ ଗଡ଼ଜାତର ହତକ ଶବ୍ଦ ଆସିଥାଇପାରେ ...
→■ଅଭିହତ(ଅପମାନିତ),ହତମାନ୍ଯ(ଅପମାନ,ଅପମାନିତ),ହତାଦର(ଅବଜ୍ଞାତ,ଅପମାନିତ,ଅନାଦୃତ ଉପେକ୍ଷିତ)
ଏ ସବୁ ଶବ୍ଦରେ ‛ହତ’ ଶବ୍ଦ ରହିଛି ଏଵଂ ସମସ୍ତ ଶବ୍ଦ ଅପମାନ ତଥା ଅପମାନିତ ହେଵା ଅର୍ଥକୁ ବୁଝାଉଛି ।
ତେଵେ ଆମର ଦେଶଜ ହତକ ଶବ୍ଦରେ ମଧ୍ୟ ଏହି ହତ ଶବ୍ଦ ରହିଛି କି ?
ସଂସ୍କୃତ ହତ ଶବ୍ଦରେ ସମ୍ଭଵତଃ ଏହାର ଉତ୍ତର ଲୁଚିଥିଵ ଚାଲନ୍ତୁ ଦେଖିଵା...
ହତ ଶବ୍ଦକୁ ହନ୍ ଧାତୁରୁ ନିଷ୍ପନ୍ନ କରାଯାଇଛି ଏଵଂ ଏ ଶବ୍ଦ ମୃତ ଅର୍ଥରେ ଵିଶେଷ ଭାଵେ ଵ୍ଯଵହୃତ ହେଉଥିଲେ ହେଁ ଏହାର ଆହୁରି ଅନେକ ଅର୍ଥ ରହିଛି ।
ନିମ୍ନରେ ହତ ଶବ୍ଦର କେତେକ ଅର୍ଥ ଉଲ୍ଲେଖ କରାଗଲା ―
୧)ନିହତ
୨)ଵିନିଷ୍ଟ
୩) ନିର୍ପାତିତ,ଲୁପ୍ତ
୪)ପ୍ରତିହତ(Obstructed)
୫)ଆହତ, ଆଘାତପ୍ରାପ୍ତ
୬)ଗତାସୁ; ମୃତ
୭)ମନ୍ଦ; କୁତ୍ସିତ
୮)ଭଗ୍ନ
୯)ଵ୍ଯାହତ; ଵିଫଳୀକୃତ
୧୦)ତୁଚ୍ଛ; ହେୟ
୧୧)ଗୁଣିତ(Multipied.)
୧୨)ଦଗ୍ବ
୧୩)ବିଗତ
୧୪)ଆଶାରହିତ; ନିରାଶ
୧୫)ଅନ୍ତର୍ହିତ(Desperaed)
(ଵିଶେଷ୍ଯ ଵ୍ଯଵହାର)
୧)ନୈରାଶ୍ଯ
୨)ହନନ
୩)ଗୁଣନ
ସମ୍ଭଵତଃ କଥାରେ ମାରିଦେଵାକୁ ଚେଷ୍ଟା, କାହାକୁ ଅପମାନ ଦେଇ ନିରାଶକରିଵା ସେ ତୁଚ୍ଛ ବୋଲି ତା ମନରେ ଵିଶ୍ଵାସ ଜନ୍ମାଇଵା । ଶବ୍ଦଦ୍ଵାରା କାହାକୁ ଆହତ କରିଵା,ଆଘାତ ଦେଵା ଅର୍ଥରେ ହତ ଶବ୍ଦ ଵ୍ଯଵହାର ହୋଇ ଅଭିହତ ଶବ୍ଦ ଗଠିତ ହୋଇଥାଇପାରେ । ସେଇ ଆଧାରରେ ହତକ ଶବ୍ଦ ସୃଷ୍ଟ ହୋଇଥିଵା ଵିଚାର୍ଯ୍ୟ ।
★ଖ)ଆକ୍ଷିପ୍ତ ଶବ୍ଦରୁ ମଧ୍ୟ ପରିଵୃତ୍ତ ହୋଇ ଦେଶଜ ହତକ ସୃଷ୍ଟି ହେଵା ସମ୍ଭଵ । ଏ ଶବ୍ଦର ଅର୍ଥ ଅପମାନିତ ।
★ଗ)ଗଡ଼ଜାତରେ ଅସହନିକରିବା କ୍ରିୟାଶବ୍ଦର ଅର୍ଥ କୌଣସି ବ୍ୟକ୍ତିକୁ ଲାଞ୍ଛନା ବା ଅପମାନ ଦେବା ସେଇଭଳି ହିଚ୍କିରା ବୋଲି ଅନ୍ୟ ଏକ ଗଡ଼ଜାତ ଶବ୍ଦ ରହିଛି ଯାହାର ଅର୍ଥ ଅପମାନିତ ,ଲଜ୍ଜିତ । ସମ୍ଭଵତଃ ଏ ଉଭୟ ଶବ୍ଦମଧ୍ୟରେ କୌଣସିଥିରୁ ପରିଵୃତ୍ତ ହୋଇ ହତକ ଶବ୍ଦ ସୃଷ୍ଟ ହୋଇଥାଇପାରେ ।
★(ଘ)କାହାକୁ ହେତ୍ ଧେତ୍ କହି ଅପମାନିତ କରିଵା ଦେଖାଯାଏ । ସମ୍ଭଵତଃ ହତ୍କାରିଵା ବୋଲି କୌଣସି କ୍ରିୟାଶବ୍ଦ ପୂର୍ଵେ ଥାଇପାରେ ଯହିଁରୁ କାଳାନ୍ତରେ ହତକ ଓ ହିଚ୍କିରା ଆଦି ଗଡ଼ଜାତିଆ ଶବ୍ଦ ସୃଷ୍ଟି ହୋଇଥିଵ ।
ଆପଣଙ୍କ ଅନୁସାରେ ଗଡ଼ଜାତିଆ ହତକ ଶବ୍ଦର ମୂଳ ପ୍ରୋକ୍ତ କେଉଁ ଶବ୍ଦରୁ ହୋଇଛି ? ଦେଶଜ ହତକ ଶବ୍ଦଟି ଶାସ୍ତ୍ରୀୟ ହତକ ଶବ୍ଦର ସ୍ଵତନ୍ତ୍ର ସ୍ଥାନୀୟ ଵ୍ୟଵହାର ନୁହେଁ ତ ?
No comments:
Post a Comment