ଭାଷା ଓ ଉପଭାଷା ମଧ୍ୟରେ ପରସ୍ପର ବୋଧଗମ୍ୟତା ଅନୁସାରେ ଭେଦ ଦେଖାଯାଏ । ଏହି ବୋଧଗମ୍ୟତା ର ଚାରୋଟି ସ୍ତର ଅଛି ।
୧.ପୂର୍ଣ୍ଣ ବୋଧଗମ୍ୟତା
୨.ଅପୂର୍ଣ୍ଣ ବୋଧଗମ୍ୟତା
୩.ଆଂଶିକ ବୋଧଗମ୍ୟତା
୪.ଶୂନ୍ୟ ବୋଧଗମ୍ୟତା
ଏହି ସ୍ତର ଗୁଡିକ ର ଆଧାର ରେ ହିଁ
ବ୍ୟକ୍ତିବୋଲୀ,ଉପବୋଲୀ,ବୋଲୀ ଵା ଉପଭାଷା ତଥା ଭାଷା ମଧ୍ୟରେ ପୃଥକୀକରଣ ନିର୍ଦ୍ଧାରିତ ହୋଇଥାଏ ।
ପୂର୍ଣ୍ଣ ବୋଧଗମ୍ୟତା ଏକ ଉପଭାଷା କ୍ଷେତ୍ରରେ ରହୁଥିବା ଵ୍ୟକ୍ତି ଵିଶେଷ ଙ୍କ ପ୍ରାୟ ସମାନ
ଵାକ୍ୟପ୍ରଵୃତ୍ତି ର ସଂକେତ ଦେଇଥାଏ ।
ଅନ୍ୟ ବୋଧଗମ୍ୟତା ସ୍ତର ଗୁଡ଼ିକରେ ଏହାର ମାତ୍ରା ଧୀରେ ଧୀରେ କମିକମିଯାଏ ।
ଗୋଟିଏ ଭାଷାର ଲୋକ ଯଦି ତହିଁର ଏକ
ଉପଭାଷା କୁ ଭଲ ଭାବରେ ବୁଝି ପାରନ୍ତି ତେବେ ତାହା ସଂପୂର୍ଣ୍ଣ ବୋଧଗମ୍ୟତା ଅଟେ । ସେଇଭଳି
ଯଦି କୋୖଣସି ଉପଭାଷାକୁ ତହିଁ ର ମୂଳ ଭାଷା ଜାଣିଥିବା ଵ୍ୟକ୍ତି ଆଦୌ ବୁଝିପାରନ୍ତି ନାହିଁ ତେବେ ତାହା ଶୂନ୍ୟ ବୋଧଗମ୍ୟତା ଵିବେଚିତ ହୋଇଥାଏ ।
ଵର୍ଣ୍ଣନାତ୍ମକଭାଷାଵିଜ୍ଞାନର ଆଧୁନିକତମ ମାନ୍ୟତା ଅନୁଯାୟୀ ପ୍ରତ୍ୟେକ ଵ୍ୟକ୍ତିର ଅନ୍ୟ ଵ୍ୟକ୍ତି ଠାରୁ ଵାକ୍ୟପ୍ରଵୃତ୍ତି ପୂର୍ଣ୍ଣତଃ ସମାନ ହୋଇନଥାଏ । କିନ୍ତୁ ତଥାପି ଏହି ଵିଭିନ୍ନତା ଏତେ ସ୍ଥୁଳ ହୋଇନଥାଏ ଯେ ସେମାନେ ପରସ୍ପରର କଥା ଆଦୌ ବୁଝିପାରିବେନି ।
ଏହି ଭଳି ଵ୍ୟକ୍ତି ଗତ ଵାକ୍ୟପ୍ରଵୃତ୍ତି ଗୁଡ଼ିକ ର ସମନ୍ୱୟ କୁ ଵ୍ୟକ୍ତିବୋଲୀ କୁହାଯାଏ ଏବଂ ଵ୍ୟକ୍ତିବୋଲୀ ଗୁଡ଼ିକ ର ସମନ୍ୱୟ ରେ ଉପବୋଲୀ ଗଠିତ ହୋଇଥାଏ ।
ଉପବୋଲୀ ଗୁଡିକ ସମ୍ମିଶ୍ରଣ ରେ ବୋଲୀ ବା ଉପଭାଷା ର ସୃଷ୍ଟି ହୋଇଥାଏ । ଵିଭିନ୍ନ ଅଞ୍ଚଳର ବୋଲୀ ବା ଉପଭାଷା ଗୁଡ଼ିକ ର ସମନ୍ୱୟ ରେ ଗୋଟିଏ ଭାଷା ଵିକାଶ ଲାଭ କରିଥାଏ ।
ଏ କଥାକୁ ଆହୁରି ସହଜରେ ବୁଝିବା ହେତୁ
ନିଜ ଅଞ୍ଚଳରେ ଟିକିଏ ଅନୁଧ୍ୟାନ କରି ଦେଖନ୍ତୁ ।
ଦେଖିବେ ପ୍ରତ୍ୟେକ ମଣିଷର ଵାକ୍ୟପ୍ରଵୃତ୍ତି
ମଧ୍ୟରେ ତାରତମ୍ୟ ,ବ୍ରାହ୍ମଣ, କ୍ଷତ୍ରିୟ, ଖଣ୍ଡାଏତ ବୈଶ୍ୟ ଠାରୁ ଶୁଦ୍ର
ଏମିତି କି ସାହି ସାହି ମଧ୍ୟରେ ପରସ୍ପର ର ଶବ୍ଦ ଓ ତହିଁ ର ଵ୍ୟଵହାର ମଧ୍ୟରେ କିଛି କିଛି ଫରକ ଦେଖାଯାଇଥାଏ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଇଭଳି ଭିନ୍ନ ଭିନ୍ନ ବୋଲୀ ବା ଉପଭାଷା ପ୍ରଚଳିତ ଅଛି । ଦକ୍ଷିଣ ଓଡ଼ିଶାର ଲୋକଭାଷା ଠାରୁ ଉତ୍ତର ଓଡ଼ିଶାର, ପୂର୍ବ ଓଡ଼ିଶାର ଲୋକଭାଷା ଠାରୁ ମଧ୍ୟ ଓଡ଼ିଶା ଏବଂ ପଶ୍ଚିମ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଭାଷା ମଧ୍ୟରେ କିଛି କିଛି ଶବ୍ଦ ଓ ତହିଁ ର ଵ୍ୟଵହାରଗତ ପାର୍ଥକ୍ୟ ଦୃଷ୍ଟିଗୋଚର ହୋଇଥାଏ କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେସବୁ ଉପଭାଷା ମାନ ଓଡ଼ିଆ ଭାଷାର ଅଙ୍ଗ ନୁହେଁ....
ଭାଷା ବିଜ୍ଞାନ ର ଏହି ସାଧାରଣ ନିୟମଟିକୁ ନଜାଣି ଥିବା ହେତୁ ଓଡ଼ିଶାର ସୀମାଵର୍ତ୍ତୀ ଅଞ୍ଚଳର କିଛି ଶିକ୍ଷିତ ଲୋକେ ନିଜର କଥିତ ଆର୍ଯ୍ୟ ବୋଲୀକୁ ଓଡ଼ିଆ ଭାଷାଠାରୁ ଭିନ୍ନ ମନେ କରନ୍ତି ।
No comments:
Post a Comment