Sunday, February 2, 2020

ଜଣାଅଜଣା ଓଡ଼ିଆ ଶବ୍ଦ―୧

●ଅଅଡି଼― ଭାଲୁ(କୁଈ―ଅଲି)
●ଅଇଜା―କେତେ
●ଅଇଣ୍ଡା― ପାଣିକଖାରୁ
●ଅଇନ―ଅତିସୁନ୍ଦର
●ଅଇନି―ଯିଦ୍
●ଅଇଁନି― ଜଗତସିଂହପୁର ଅଞ୍ଚଳର ଏକପ୍ରକାର ଖଜା
●ଅଉଖ―ଅଭ୍ଯାସ
●ଅଉତା―ଓଳି
●ଅଏଲି― ଵିଵାହ ସମୟର ଗୀତ
●ଅକଇ―ତୋରାଣି
●ଅକକଥନ―ହୃଦ୍ଯ
●ଅକନ ଗଛ―ଅରଖ ଗଛ
●ଅକବନା―ଦୁଃଖ(କଟକର ଗ୍ରାମାଞ୍ଚଳରୁ ସଂଗୃହିତ)
●ଅକରା― ନିଷ୍କର ଭୂମି
●ଅକର―ତାହାର
●ଅକଲିବିଡା଼―ଏକଶତ
●ଅକାଢ଼― ଲୋଭୀ
●ଅକାମିନି―କଟକାଞ୍ଚଳର ଏକ ଜାତୀୟ ଗଛ
●ଅକାଲ― ନିର୍ବୋଧ
●ଅକୁଣ୍ଡ―ନିର୍ମଳ,ପଵିତ୍ର
●ଅକୁଚ୍ଚାଣ/ଅକୁଚ୍ଚାନ―ନିଅଣ୍ଟ,ଅଭାଵ
●ଅକୂର୍ଚ୍ଚିଆ― କପଟ ସ୍ଵଭାଵ
●ଅକ୍ତ―ଅରୁଆ
●ଅକ୍ରାକଥା―ମିଛକଥା(ଅକ୍ରା>ଅକରା>ଅକାର୍ଯ୍ଯ ?)
●ଅଖଟ―ନିଅଣ୍ଟ, ଅଭାଵ ଅନଟନ
●ଅଖଳା― ସରଳହୃଦୟ
●ଅଖାବାୟା―ପାଗଳ(ଅଖା ପିନ୍ଧୁଥିଵା ପାଗଳ)
●ଅଖିନି― କୋରାପୁଟରେ ଦହିରେ ତିଆରି ଏକପ୍ରକାର ଵ୍ଯଞ୍ଜନ ଵିଶେଷ
●ଅଖେଡ଼―ଜଣା ନପଡି଼ଵା ଭଳି ଘୁଞ୍ଚିଵା
●ଅଗଵାର―କେଵଳ
●ଅଗଲାଖଡା଼―ଏକଜାତୀୟ ଖଡା଼ଶାଗ
●ଅଗଲାଚଟୁ―ଉପରେ ପଡି଼ କହିଵା ଲୋକ
●ଅଗଟିପ―ଶୀର୍ଷ,ଉପର ଅଂଶ
●ଅଗଣ୍ଡ ଭୋଜନ― ପୂର୍ଣ୍ଣ ଭୋଜନ
●ଅଗଭଙ୍ଗା―କୌଣସି କାର୍ଯ୍ୟ ଆରମ୍ଭ ପୂର୍ଵରୁ ନିରାଶାଜନକ କଥା କହିଵା
●ଅଗମଚା―ଖାଇଵା ପୂର୍ଵରୁ ଯାହା ରଖାଯାଏ
●ଅଗୟ―ସାହସ(ଅଗୟ> ଅଭୟ ?)
●ଅଗର―ଆଲୋଡ଼ନ ସୃଷ୍ଟି କରିଵା,ଭ୍ରମର ଵିଶେଷ
●ଅଗରଝାଟିଆ―ଅନୁଗୁଳର ଏକଜାତୀୟ ଗଛ
●ଅଗରବଳକା―ଅବାଧ୍ଯ
●ଅଗଲଟପିଆ―ଆଗପଛ ଵିଚାର ନକରି ହଟାତ୍ ଅକଥା କହୁଥିଵା ଲୋକ
●ଅଗା―ମୂର୍ଖ,ଓଲୁ,ବୋକା
●ଅଗାଧର―ଵିଚିତ୍ର,ଅଜଵ
●ଅଗାପଘା―ମନଭରି(ବୌଦ),ବାଧାବନ୍ଧନ(କେଉଁଝର)
●ଅଗାର―ଜଳଭଣ୍ଡାର ଠାରୁ ଦୂର,ଶସ୍ଯ ଭଣ୍ଡାର,ଭାଡି଼
●ଅଗାଲ―ଚିନ୍ତା କରିଵା
●ଅଗିଖାଡି଼―ଦିଆସିଲି
●ଅଗିଣ୍ଡିଆ―ଯେଉଁ ପାତ୍ର ତଳେ ବଇଠା ନଥାଏ
●ଅଗିରା―କଣ୍ଟାପତ୍ର,ଫଳଯୁକ୍ତ ଗଛ,ଅଗଡାଳ,ବାଉଁଶ ଝଟା
●ଅଗୁଳି―ଭଗାରି
●ଅଗୁଳିଆ―ଓସାରିଆ
●ଅଗୁଳିମେଣ୍ଢା―ଅଵରଣରେ ପ୍ରତିକଥା ମଧ୍ୟେ ମୁଣ୍ଡ ପୁରେଇଵା
●ଅଗେଇବେହେରା―ମୁଖିଆ
●ଅଗ୍ନିଝାଳ―ଏକ ଜାତୀୟ ଔଷଧୀୟ ଵୃକ୍ଷ
●ଅଘ―ଅସୁର,ପାପ
●ଅଘନା―କିଞ୍ଚିତ ନିର୍ବୋଧ,ବୋକା
●ଅଘରି―ଅଵିଵାହିତା
●ଅଘା―ଓଲୁ,ନିର୍ବୋଧ
●ଅଘାଇଵା―ଖାଇ ଖାଇ ଅରୁଚି ଧରିଵା
●ଅଘାର―ଦେଵତାଙ୍କ ଭୋଗ
●ଅଘୁଟ ବଥା― ଭୀଷଣ ଵ୍ଯଥା
●ଅଘେର―ପ୍ରଚୁର,ବହୁତ(ଵାଧା କିଛି ଘେରି ନାହିଁ ତେଣୁ ଅଘେର ? )
●ଅଙ୍କନୀ―ପେନସିଲ୍
●ଅଙ୍କବିଷ―ପର୍ଵ
●ଅଙ୍କରାନ୍ତି―ଭେଜି ବାଇଗଣ
●ଅଙ୍କୀ―ମୃଦଙ୍ଗ
●ଅଙ୍କେମୋଡି଼ଆ―ବୁଲାଣିଆବାଟ
●ଅଙ୍ଗଛି―ଗାମୁଛା
●ଅଙ୍ଗଦ―ବାଜୁବନ୍ଧ ଗାମୁଛା
●ଅଙ୍ଗନ―ଶଗଡ଼ ଚକରେ ଵ୍ଯଵହୃତ ତେଲ
●ଅଙ୍ଗନାଇ―ଓଡ଼ିଶାର ନୃତ୍ୟ ଵିଶେଷ
●ଅଙ୍ଗପଡି଼ଵା―ଶଯ୍ୟାଶାୟୀ ହେଵା
●ଅଙ୍ଗରା―କୋଇଲା
●ଅଙ୍ଗା କରିଵା―କୋଳେଇଵା,ଆଲିଙ୍ଗନ କରିଵା
●ଅଙ୍ଗାଟିଆ―ବୋକା
●ଅଙ୍ଗାବରଣ―ପୋଷାକ,କୁରୁତା
●ଅଙ୍ଗାରକ―ରାକ୍ଷସ
●ଅଙ୍ଗାସିଆ―ହାଲୁକା,ବୋକା
●ଅଙ୍ଗେଇଵା―ଏକପାଖିଆ ହୋଇଯିଵା
●ଅଙ୍ଗି/ଅଙ୍ଘି―ସାର୍ଟ,ଜାମା
●ଅଚକଟିଆ―ଅତ୍ଯନ୍ତ ଅରୁଚିକର
●ଅଚକନ―ପ୍ରାଚୀନ ଭାରତୀୟ ପୋଷାକ ଵିଶେଷ
●ଅଚକରା―ଅତିଶୟ(ମନ୍ଦାର୍ଥେ ପ୍ରୟୋଗ ହୁଏ)
●ଅଚକିବା―ଦୋହଲିଵା
●ଅଚଞ୍ଛା―ଦୁଃଖଦାୟକ,କଷ୍ଟ,ଚଞ୍ଛା ହୋଇନଥିଵା
●ଅଚା―ସ୍ଵର,ପଥ(ହିଡ଼),ଚାଷଜମିର ପରିମାଣ
●ଅଚା ଜଗିଵା―ନିୟମ ଭିତରେ ରହି କାର୍ଯ୍ୟ କରିଵା
●ଅଚାବୁଆ/ଅଚାଭୁଆ/ଅଚାବୁହା―ଭୟ କରିଵା,ଵ୍ଯତିଵ୍ଯସ୍ତ,ଆଶ୍ଚର୍ଯ୍ୟ
●ଅଚି―ଶିଘ୍ର
●ଅଚିଣ୍ଡା―ଅମାନିଆ ଦୁଷ୍ଟା ସ୍ତ୍ରୀ
●ଅଚ୍ଛମର―ଦୀର୍ଘାୟୁ
●ଅଚ୍ଛ୍ଵା―ଛାଉଣୀ
●ଅଛରା/ଅଛ୍ରା―କାଦୁଅରେ ଧାନବୁଣା,କାଦୁଅ କରି ଧାନ ଚାରା ଲଗାଇଵା ପଦ୍ଧତି
●ଅଚ୍ଛରା―ଥର,ଗଜାଵିହନ
●ଅଛଟକେ―ଆକସ୍ମିକ, ଅଜ୍ଞାତ
●ଅଛଦରା―ଦୁଷ୍ଟ
●ଅଛନଅଛୁ―ଅନିର୍ଦ୍ଦିଷ୍ଟ
●ଅଛଵ―ଅଛୁଆଁ
●ଅଛମର―ଅମର
●ଅଛାଡ଼―ଶକ୍ତିହୀନ(ଅସାଡ଼)
●ଅଛାରିଵା―ପାଛୁଡି଼ଵା
●ଅଛାଣ୍ଡ―ବଳଦଗାଡି଼ ଵା ଶଗଡ଼ର ସେହି ଅଂଶ ଯହିଁ ଚକ ଲାଗେ
●ଅଛିଆଣି―ଛପର ହୋଇନଥିଵା ଘର
●ଅଛିଣ୍ଡା―କଳିଆଲୋକ,ଅସମାଧିତ
●ଅଛେଦରୀ―ଅସଣ୍ଠଣା ସ୍ତ୍ରୀ
●ଅଜ―ଅଭ୍ଯାସ
●ଅଜଗନ୍ଧା―ବଣତୁଳସୀ
●ଅଜବଜିଆ―ଚଗଲା
●ଅଜମେତ―ଅସଫଳ,ଵିଫଳ
●ଅଜଗବ―ଅଯୋଗ୍ୟ
●ଅଜଗର ପିତା―ଅତି ପିତା(ଅଜଗର ଏକ ଵିଶାଳ ସର୍ପ ହୋଇଥିଵା ହେତୁ ବହୁତ ଅଧିକ ଅର୍ଥରେ ଅଜଗର ଶବ୍ଦର ଵ୍ଯଵହାର ହୋଇଥିଵା ସମ୍ଭଵ)
●ଅଜଗରିଆ―ଅଳସୁଆ
●ଅଜଟ―ଅଡୁ଼ଆ,ଅଝଟ
●ଅଜଟା―ଭୁଇଁ ଅଅଁଳା
●ଅଜନ୍ତରା―ଅପରିଷ୍କାର, ଅକାମିକା
●ଅଜନ୍ତରିଆ―ଅସନା
●ଅଜବଜ―ଗୋଳମାଳିଆ
●ଅଜମ୍ଵର କଥା― ଆଶ୍ଚର୍ଯ୍ୟ କଥା(ଅଜଵ)
●ଅଜରା―ଦୁଷ୍ଟ, ଜାରଜ,ନିର୍ଲଜ
●ଅଜରାଅମରା―ଅମର(ଅଜରଅମର)
●ଅଜା―ମାତାମହ,ପିତାମହ,ବାପା ଓ ମାଆଙ୍କ ବାପା,ଭାଇ,ମାମୁଁ ଆଦି ସମ୍ପର୍କୀୟଙ୍କୁ ମଧ୍ୟ ଅଜା ବୋଲାଯାଏ
●ଅଜାଗା―ଗୁପ୍ତାଙ୍ଗ , ଅନୁପଯୁକ୍ତ ସ୍ଥାନ
●ଅଜାଜି―ଧଳା ଓ କଳା ଜିରା
●ଅଜାରିଵା―ଢାଳିଦେଵା(ଅଜାଡି଼ଵା)
●ଅଜାଶୁର―ସ୍ତ୍ରୀ ଵା ସ୍ଵାମୀର ଅଜା(ଅଜା ଶଶୁର)
●ଅଜିନ―ଚମଡା଼(ଅଜୀନ―ଅଜୀର୍ଣ୍ଣ)
●ଅଜିରା―ଅମାର୍ଜିତ
●ଅଜୀଵା―ଜୀଵନ ନଥିଵା ଭଳି ମୁଖମଣ୍ଡଳ
●ଅଜୁ―ପଵିତ୍ର
●ଅଜେଇଵା―ଆଉଜାଇଵା,ଗୋଟିଏ କଣରେ ରଖିଵା,ଓଳେଇଵା
●ଅଜେଇ ହେଵା―ଅନ୍ଯକୁ ଦେଖା ନଦେଇ ଚୁପ୍ ଚାପ୍ ଛିଡା଼ ହେଵା
●ଅଜ୍ଞାନ ଘାଣ୍ଟ― କେଉଝରିଆ ଘାଣ୍ଟ ତିଅଣ ଵିଶେଷ
●ଅଜ୍ଞାନ ଚାପୁଡ଼ା― ଶକ୍ତ ଚାପୁଡ଼ା
●ଅଝାଡ଼―ଘଞ୍ଚ
●ଅଝିଟ―ଏକଜିଦିଆ
●ଅଝୁଆଁ―ଗୋଟାପୁଣି
●ଅଞ୍ଚଳ―ପଣତ
●ଅଞ୍ଚା―ହଳଲଙ୍ଗଳରେ ଭୂମିଚାଷ
●ଅଞ୍ଜଡୋ଼―ବେଡୀ଼(ସ୍ତ୍ରୀ;ଯାହାର ବୁଦ୍ଧି ନାହିଁ)
●ଅଞ୍ଜନା/ଅନ୍ଦନା―ହରଗଉରା ଫୁଲ
●ଅଞ୍ଜନୀ―କାଳାଞ୍ଜନୀ ଗଛ
●ଅଞ୍ଜି―ଓଡ଼ିଶାର ଜନଜାତୀୟ ଗୋଷ୍ଠୀ ଵିଶେଷ
●ଅଟକାଳି―ଛପନଭୋଗ ମଧ୍ୟରେ ଅନ୍ଯତମ ଏକଜାତୀୟ ଜାଉ ।
●ଅଟକଳ―ଅନୁମାନ,
●ଅଟକା―ଛୋଟ ଧାନବିଡା଼
●ଅଟଙ୍ଗା―ଯେଉଁ ଧାନବିଡା଼ ବେଙ୍ଗେଳାକୁ ଯାଏ ନାହିଁ, କେରାଏ
●ଅଟଙ୍ଗାର―ପିଲାଚୋର
●ଅଟଙ୍ଗୁ/ଅଟୁମୁ―ମୂଳଧନ
●ଅଟପା―ଅନୁମାନ
●ଅଟରା― ମନ୍ଦମାର୍ଗ
●ଅଟରି― ଜିଦିଧରି ବସିଥିଵା ଝିଅ
●ଅଟରିଆ― ଅବାଟକୁ ଯାଉଥିଵା ଵ୍ଯକ୍ତି
●ଅଟା― ଗହମଚୂର୍ଣ୍ଣ,ପାଳବରିହାଁ,ପାଳ ଦଉଡି଼ରେ ନିଆଁ ରହିଵା
●ଅଟାଲି/ଅଟାଳି―ଅଟ୍ଟାଳିକା, ଅଲରି ବଲରି ଝିଅ
●ଅଟାଳ―ନଦୀ ଉପରେ ଥିଵା ଭୂମି
●ଅଟି―କୁଟାବିଡା଼
●ଅଟେଇ― ଏହା ନଡା଼ରେ ତିଆରି ହୋଇଥାଏ ଏଵଂ ଏହାକୁ ଜଳାଇ ମଶା ଘଉଡା଼ଯାଏ,ବଡ଼,ପଶୁଙ୍କ ପାଇଁ ଘେରା,ଧାନଘର
●ଅଠରଖାଡି଼ଆ―ଜେଲ୍
●ଅଠା― ଦୁଇଟି ପଦାର୍ଥକୁ ଜଡି଼ଦେଉଥିଵା ଵୃକ୍ଷ ନିର୍ଯ୍ଯାସ ଵା ରସାୟନିକ ରସ
●ଅଠାକାଠି―ଅସୁଵିଧା, ପକ୍ଷୀଧରାର କାଣ୍ଡିଆ,ଚୋପ୍'କାଣ୍ଡିଆ
●ଅଠାଠିକ୍―ସାବାଡ଼, ବରାବର
●ଅଠାନ/ଅଥାନ―ଅଜାଗା(ଅସ୍ଥାନ)
●ଅଠାବୋଳା କଥା―ଦୋଷଦେଵା ପ୍ରସଙ୍ଗ
●ଅଠାଳ―ମାଂସ
●ଅଠସୁଆ―ଠାସକୁ ମରା ଵ୍ଯକ୍ତି,ଅନିର୍ଦ୍ଦିଷ୍ଟ ମତ ଦେଵା ଲୋକ
●ଅଠିପର―ସବୁଵେଳେ,ସବୁସମୟରେ(ଅଷ୍ଟ ପ୍ରହର=୨୪ ଘଣ୍ଟା) ଏହାର ଅନ୍ୟ ରୂପ ―ଅଠିପହର,
●ଅଠିଲ―ଵିନା ପରିଶ୍ରମରେ ବହୁତ ଖାଇ ହୃଷ୍ଟପୃଷ୍ଟ ହୋଇଥିଵା ଵ୍ଯକ୍ତି
●ଅଠିଲା―ଅଠାଳିଆ
●ଅଣ୍ଠିଵା―ଭିଡି଼ଵା
●ଅଠୁଖୁଣା/ଅଠୁଁକୁନୁ―ସବୁଵେଳେ,ଅହରହ
●ଅଡ଼ଙ୍ଗ―ଖଟା
●ଅଡ଼ଭି/ଅଡ଼ରି―ଅଝଟ,ଅଳି
●ଅଡା଼ ଚାଉଳିଆ― ବହୁତ ଖାଉଥିଵା ଲୋକ,ପୋଟେଖିଆ

କ୍ରମଶଃ...

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...