ଓଡ଼ିଆ ଭାଷାରେ ଅଧିଆ ଵା ଅଧ୍ୟା ବୋଲି ଏକ ଶବ୍ଦ ରହିଛି ଯାହାର ଉଭୟ କଥିତ ଭାଷା ଓ ସାହିତ୍ୟରେ ଵ୍ଯଵହାର ପ୍ରଚଳିତ ଥିଵା ଦୃଷ୍ଟିଗୋଚର ହୋଇଥାଏ । ଅଧ୍ଯା ଵା ଅଧିଆ ଶବ୍ଦଟି ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହେଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ...
୧]ଅଧିଆ /ଅଧ୍ୟା(ଅଧ୍ଯାୟ)
ସଂସ୍କୃତର ‘ଅଧ୍ଯାୟ’ ଶବ୍ଦ ସହ ସମଦ୍ଧୃତ ଓ ସମାନ ଅର୍ଥରେ ଵ୍ଯଵହୃତ ହୋଇଥାଏ । ସାଧାରଣତଃ ପ୍ରାଚୀନ ସାହିତ୍ୟରେ ଏହା ଅଧ୍ଯା ଭାବେ ଉଲ୍ଲେଖ କରାଯାଇଛି ।
କୃଷ୍ଣସଂହ ମହାଭାରତର ଶାନ୍ତିପର୍ଵରେ ଅଧ୍ଯାୟ ଅର୍ଥରେ ଅଧ୍ଯା ଶବ୍ଦର ଅଧ୍ଯାୟ
ପିଙ୍ଗଳା ଗୀତା ଅଧ୍ଯା ହେଲା ସମାପତି। 2
୨]ଅଧିଆ/ଆଧ୍ଯା(ଅଧ୍ଯାୟ)
କୃଷ୍ଣ ମହାଭାରତର ଆଦିପର୍ଵରେ ଅଧ୍ୟୟନ ଅର୍ଥରେ ଅଧ୍ୟା ଶବ୍ଦର ଏମନ୍ତ ପ୍ରୟୋଗ କରାଯାଇଛି...
"ଏ ଭରତ ଅଧ୍ଯାରେ ଶ୍ରଦ୍ଧା କରି ମନ ପାଦେ ୟେଉଁ ଲୋକ କରଇ ଅଧ୍ୟୟନ।"
୨]ଅଧିଆ
ସଂସ୍କୃତ ଅଧିବାସ ଶବ୍ଦଜ
ଏହାର ଅର୍ଥ—
ଅଭୀଷ୍ଟ ଫଳପ୍ରାପ୍ତି କାମନାପୂର୍ବକ ଦେବତାଙ୍କ ନିକଟରେ ଅନୁସରଣ କରି ପଡ଼ିରହିବା
ଆକୁଳେ ଗରୁଡସ୍ତମ୍ବ ପାଶେ ବିଳେ ଅଧ୍ଯା ପଡିଥିଲେ ରାଣୀ ନିଦ୍ରାବେଣେ ଦିନେ ନଶୀଥେ ଶୁଣିଲେ ଅଶରୀରୀ ଶୂନ୍ୟବାଣୀ।
(ପାର୍ଵତୀ—ରାଧାନାଥ ରାୟ)
ଧାରଣ/ଧାରଣା
୩]ଅଧିଆ
ସଂସ୍କୃତ ଅର୍ଦ୍ଧ ଶବ୍ଦଜ
ଏହାର ଅର୍ଥ—
ତାଡ଼ି ରଖିବାର ଛୋଟ ମାଠିଆ
ଏହି ଅଧିଆ ଉରାଠାରୁ ବଡ଼ ଓ ଘଡ଼ାଠାରୁ ସାନ।
ଓଡ଼ିଆ ସାହିତ୍ୟରେ ଅଧିଆ ଶବ୍ଦ ସାଧାରଣତଃ ଏଇ ତିନିଗୋଟି ଅର୍ଥରେ ଵ୍ଯଵହୃତ ହେଉଥିଲେ ହେଁ ଦେଵତାଙ୍କ ନିକଟରେ ଆପଣା କାମନା ପୂରଣ ହେତୁ ପଡି଼ ରହିଵା ଅର୍ଥରେ ଅଧିଆ ଶବ୍ଦଟି ଵିଶେଷ ଭାବେ ଵ୍ଯଵହୃତ ହୋଇଥାଏ ।
ପୁନଶ୍ଚ କେତେକ ଶବ୍ଦରେ ଅଧିଆ ଶବ୍ଦ ଅଧା ଅର୍ଥରେ ଵ୍ଯଵହାର ହୋଇଥାଏ ଯଥା —
ଅଧା ଅଧିଆ
ରାତି ଅଧିଆ
ଇତ୍ୟାଦି
ଅଧିଆ ଦେବ କଳା ଘେନି ଗୋ ଦେବେ ହୁଅନ୍ତି ଜନମ ଛାଡିବ ଦୁପାତକ ଉଦିତ ହେବ ଧର୍ମ ।
(ସାରଳା ମହାଭାରତ)
No comments:
Post a Comment