ପଇସାମୁଣ୍ଡିବାହା ଓଡ଼ିଶାରେ ଏକପ୍ରକାରର ଜନଜାତୀୟ ଵିଵାହ ପ୍ରଥା l ଏହି ଵିଵାହ ପ୍ରଥାର ନିୟମାନୁସାରେ ଯୁଵତୀ ଵିଵାହ ପାଇଁ ନିଜ ପସନ୍ଦ ଯୁଵକର ଘରେ ଯାଇ ରହିଥାଏ ।
ଯୁଵକର ମନ ଜିଣିଵାକୁ ଯୁଵତୀ ଚେଷ୍ଟା କରିଥାଏ । ଆଵଶ୍ଯକ ହେଲେ ରୂପ ଯୌଵନ ଦ୍ଵାରା ଯୁଵକ ଆକୃଷ୍ଟ ପ୍ରଲୋଭିତ କରିଵାକୁ ଚେଷ୍ଟା କରେ ।
ଜନଜାତୀୟ ସମାଜରେ ଦେଖାଯାଏ ଅଧିକାଂଶ ଯୁଵକମାନେ ଏହିପ୍ରକାରଧ ନାରୀମାୟାରେ ପଡି଼ ହିଁ ଯାଆନ୍ତି ଓ ଵିଵାହ କରିନିଅନ୍ତି ।
କିନ୍ତୁ କିଛି ଯୁଵକ ଯେଉଁମାନଙ୍କର ଵିଵାହ କରିଵାକୁ ଇଛା ନଥାଏ ସେମାନେ “ପଇସାମୁଣ୍ଡିବାହା” ପ୍ରଥାରେ ପ୍ରାପ୍ତ ଯୁଵତୀମାନଙ୍କ ଉପରେ ଅତ୍ଯାଚାର କରୁଥିଵା ଦୃଷ୍ଟିଗୋଚର ହୋଇଥାଏ ।
ନିଜର ପ୍ରିୟପୁରୁଷକୁ ପାଇଵା ପାଇଁ ଯଦି ଯୁଵତୀଟି ଗାଳି ଶୁଣି, ମାଡ଼ ଖାଇ ସହିଯାଏ ତେଵେ ସେଇ ଯୁବକ ତାକୁ ବିବାହ କରିଵାକୁ ବାଧ୍ୟ ହୁଏ...
ଆମ ଅଞ୍ଚଳରେ ଆଧୁନିକ “ଲିଵ୍ ଇନ୍ ରିଲେସନସିପ୍” ଧରଣର ଏହି “ପଇସାମୁଣ୍ଡିବାହା” ପ୍ରାଚୀନ ପ୍ରଥା କାହିଁ କେତେ ଯୁଗରୁ ଚଳୁଅଛି...
ପଇସାମୁଣ୍ଡିବାହା
ଶବ୍ଦରେ ଯେଉଁ ତିନୋଟି ଶବ୍ଦ ରହିଛି ସେଗୁଡ଼ିକ ଵିଷୟରେ ସମ୍ଯକ ଆଲୋଚନା କରି ଦେଖାଯାଉ ।
ଏ ଶବ୍ଦଟି ତିନୋଟି ଶବ୍ଦ ସଂଯୋଗରେ ଗଠିତ ହୋଇଛି ।
୧)ପଇସା
୨)ମୁଣ୍ଡି
୩)ବାହା
ପଇସା ଅର୍ଥ ଓଡ଼ିଶାରେ ଟଙ୍କା ଅର୍ଥରେ ହୋଇଥାଏ ସେଇଭଳି ମୁଣ୍ଡି ଶବ୍ଦର ଅର୍ଥ ମୁଣ୍ଡ କିଂଵା ମୁଣ୍ଡାଜାତୀୟ ଲୋକ ହୋଇଥାଇପାରେ ।
No comments:
Post a Comment