Thursday, April 23, 2020

ତେତିଶି କୋଟି ଦେଵତା ନା ତେତିଶ ଶ୍ରେଣୀର ଦେଵତା ?

ସନାତନୀ ଧର୍ମରେ ୩୩କୋଟି ଦେଵତା ଥିଵା ଧର୍ମଶାସ୍ତ୍ରରେ କୁହାଯାଇଛି । ପ୍ରାୟ ଲୋକ ଭାଵନ୍ତି ଏଠାରେ କୋଟି = ୧୦୦ ଲକ୍ଷ  କିନ୍ତୁ ପ୍ରକୃତରେ ଏଠି କୋଟି ଶବ୍ଦ ଶ୍ରେଣୀ ଵା ଵିଭାଗ ଅର୍ଥରେ ଵ୍ଯଵହୃତ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୋଟି ଶବ୍ଦର ମୋଟ ୨୬ଗୋଟି ଅର୍ଥ ଉଲ୍ଲେଖ ରହିଛି ତନ୍ମଧ୍ୟରୁ ୨୪ଟି ଅର୍ଥ ତତ୍ସମ କୋଟି ଶବ୍ଦର ଓ ଦୁଇଗୋଟି ଅର୍ଥ ଓଡ଼ିଆ ଦେଶଜ କୋଟି ଶବ୍ଦର ଅଟଇ ।

ତତ୍ସମ(ସଂସ୍କୃତ) କୋଟି ଶବ୍ଦଟି ଵିଶେଷ୍ଯ ଶବ୍ଦ ଭାଵେ
ନିମ୍ନଲିଖିତ ଅର୍ଥରେ ଵ୍ଯଵହୃତ ହୋଇଥାଏ...

୧)ମୁନିଆଁ ଅଗ
୨)ଖଡ଼୍ଗାଦିର ଅଗ୍ରଭାଗ ଵା ମୁନ
୩)ଖଡ଼୍ଗାଦିର ଦାଢ଼ ଵା ଧାର
୪)ଧନୁଷ୍କୋଟି; ଧନୁର ଵକ୍ରାଗ୍ରଭାଗ
୫)ଅସମ୍ପୂର୍ଣ୍ଣ ଚନ୍ଦ୍ରଙ୍କର ଶେଷ କୋଣ
୬)ପରାକାଷ୍ଠା
୭)ଶହେ ଲକ୍ଷ(Ten million in number)
୮)ଜଟିଳ ସମସ୍ଯାର ଵା ଵିଵଦର ଦୁଇ ପକ୍ଷରୁ ଏକ ପକ୍ଷ
୯)ଉତ୍କର୍ଷ
୧୦)ସମକୋଣୀ ତ୍ରିଭୁଜର ଭୂମି ଓ କର୍ଣ୍ଣ ରେଖା ଭିନ୍ନ ଅନ୍ୟ ରେଖା
୧୧)ପକ୍ଷାନ୍ତର
୧୨)ଦ୍ଯୁତକ୍ରୀଡ଼ାରେ ବନ୍ଧାଯିଵା ହୁଡ଼ ଵା ବାଜୀ
୧୩)ଅଙ୍ଗୀକାର
୧୪)ପ୍ରତିଜ୍ଞା
୧୫)(ମନୁଷ୍ଯ ଵା ପ୍ରାଣୀ ଆଦିଙ୍କ) ଶ୍ରେଣୀ★
୧୬)ଵିଭାଗ★
୧୭)ରାଜ୍ଯ
୧୮) ୯ ଡ଼ିଗ୍ରୀ ଵା ସମକୋଣର ପୂର୍ଣ୍ଣ ଵ୍ଯାପକ ଵୃତ୍ତାଂଶ ପୂରିବାକୁ ଯେଉଁ ଵୃତ୍ତାଂଶ ବାକି ଥାଏ ତାକୁ କୋଟି କୁହାଯାଏ । ଅର୍ଥାତ୍ ୯ ଡ଼ିଗ୍ରୀ ଵ୍ଯାପୀ ଚାପର ଦୁଇ ଭାଗରୁ ଏକ ଭାଗ ! ସମକୋଣରୁ ଵ୍ଯାପିଥିଵା ୯ ଡ଼ିଗ୍ରୀର ଵୃତ୍ତାଂଶ ଗୋଟିଏ ଵିନ୍ଦୁଦ୍ବାର ଦୁଇ ଭାଗରେ ବଡ଼ ସାନ ହୋଇ ଵିଭକ୍ତ ହେଲେ ଉକ୍ତ ବୃତ୍ତାଂଶର ପ୍ରଥମ ଭାଗ ଦ୍ବିତୀୟ ଭାଗର କୋଟି ଓ ଦ୍ବିତୀୟ ଭାଗ ପ୍ରଥମ ଭାଗର କୋଟି ଅଟେ।
୧୯)ରାଶିଚକ୍ରର ତୃତୀୟ ଅଂଶ
୨୦)ସମକୋଣ ଉତ୍ଥାପନ କରିଥିଵା ଲମ୍ବ
୨୧)ଔଷଧ ଗୁଳ୍ମ ବିଶେଷ(Medicago Esculenta)
୨୨)ପଶୁପକ୍ଷୀଙ୍କ ନଖର ବକ୍ର ଅଗ୍ରଭାଗ

ସେହିପରି କୋଟି ଶବ୍ଦର ତତ୍ସମ (ସଂସ୍କୃତ) ଵିଶେଷଣ ଅର୍ଥ ଦୁଇଗୋଟି

୧)କୋଟିଏ ସଂଖ୍ଯକ; ଶହେ ଲକ୍ଷ
୨)ଅସଂଖ୍ଯ

କଵିସୂର୍ଯ୍ୟ ଵଳଦେଵ ରଥ କିଶୋରୀ ଚନ୍ଦ୍ରାନନ୍ଦ ଚମ୍ପୁରେ ଅସଂଖ୍ୟ ଅର୍ଥରେ କୋଟି ଶବ୍ଦର ପ୍ରୟୋଗ କରି ପଦେ ଲେଖିଛନ୍ତି...

"କି ମୋହନ ଲୀଳା ଧରି କୋଟି କଳାକାର
ଶିରୀ ପୂରିଛି ସେ ଶ୍ୟାମ ପୀରତିରେ।"

ସେମିତି ଓଡ଼ିଆ ଭାଷାରେ ମଧ୍ୟ କୋଟି ଶବ୍ଦର ଏକ ଵିଶେଷ୍ଯ ଭାଵେ ଦୁଇଟି ସ୍ଵତନ୍ତ୍ର ଵ୍ଯଵହାର ରହିଛି
ଯଥା―

୧)ସାମାଜିକ ମୂଲ୍ଯ ଵା ଅଵସ୍ଥାର ସମକକ୍ଷତା— 1. ଉ―"ମୋ ପୁତୁରା ଆମ କୋଟିରେ ଵିଵାହ ନ କରିଵାରୁ ମୁଁ ତା ଵିଵାରେ ଯୋଗ ଦେଲି ନାହିଁ ।"

୨)ସମ ଶ୍ରେଣୀ
ଉ―"ରଥେ ଆପଣେ ଆମ କୋଟିର ବ୍ରାହ୍ମଣ !"

ତେଣୁ ସଂସ୍କୃତ ତତ୍ସମ କୋଟି ଶବ୍ଦର ପ୍ରୋକ୍ତ ଵିଶେଷ୍ଯ ଅର୍ଥ ମଧ୍ୟରେ “ମନୁଷ୍ଯ ବା ପ୍ରାଣୀ ଆଦିଙ୍କ ଶ୍ରେଣୀ” ଓ “ଵିଭାଗ” ଅର୍ଥ ଆଧାରରେ ହିଁ "୩୩କୋଟି ଦେଵତା" କୁହାଯାଇଛି । ଏଣୁ ଏଠାରେ ୩୩କୋଟି = ୩୩ଶ୍ରେଣୀ ଵା ୩୩ ଵିଭାଗ ଅଟେ ।

ଦେଵତାଙ୍କର ସେହି ୩୩କୋଟି ଵା ଶ୍ରେଣୀ ନିମ୍ନଲିଖିତ ବୋଲି ପୁରାଣଶାସ୍ତ୍ରରେ ଵର୍ଣ୍ଣିତ ...

କ)୧୨ ଜଣ ଆଦିତ୍ୟ
୧)ଅଂଶୁମାନ
୨)ଅର୍ଯ୍ୟମନ
୩)ଇନ୍ଦ୍ର
୪)ତ୍ଵଷ୍ଟା
୫)ଧାତୁ
୬)ପର୍ଜନ୍ଯ
୭)ପୂଷା
୮)ଭଗ
୯)ମିତ୍ର
୧୦)ଵରୁଣ
୧୧)ଵିଵସ୍ଵାନ
୧୨)ଵିଷ୍ଣୁ

ଖ)୮ ଜଣ ଵସୁ ଵା ଅଷ୍ଟଵସୁ
୧)ଆପ
୨)ଧ୍ରୁଵ
୩)ସୋମ
୪)ଧର
୫)ଅନିଳ
୬)ଅନଳ
୭)ପ୍ରତ୍ଯୂଷ
୮)ପ୍ରଭାଷ

ଗ)୧୧ ରୁଦ୍ର
୧)ଶମ୍ଭୁ
୨)ପିନାକୀ
୩)ଗିରୀଶ
୪)ସ୍ଥାଣୁ
୫)ଭର୍ଗ
୬)ଭଵ
୭)ସଦାଶିଵ
୮)ଶିଵ
୯)ହର
୧୦)ଶର୍ଵ
୧୧)କପାଳୀ

ଘ)ଅଶ୍ଵିନୀକୁମାର ଦ୍ଵୟ
୧)ନାସତ୍ୟ
୨)ଦ୍'ସ୍ତ୍ର

ବାରଜଣ ଆଦିତ୍ୟ, ଅଷ୍ଟଵସୁ, ଏଗାରଜଣ ରୁଦ୍ର ଓ ଅଶ୍ଵିନୀକୁମାରଦ୍ଵୟଙ୍କୁ ମିଶାଇ ମୋଟ ଦେଵତାଙ୍କର ଶ୍ରେଣୀ ୩୩ଟି ହେଉଅଛି ।

No comments:

Post a Comment

ଵିଶିଷ୍ଟ ଆଲେଖ୍ୟ

ଵଶା ଠାରୁ ବୋଉ ଯାଏଁ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସା...