ସଂସ୍କୃତର ଅଘମର୍ଷଣ ଶବ୍ଦଟି ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ଵିଶେଷଣ ଭାଵେ ଏ ଶବ୍ଦର ଅର୍ଥ ପାପନାଶକ ଏଵଂ ଵିଶେଷ୍ଯ ହେଲେ ଏହା ଶ୍ରୀଭଗଵାନ ଵିଷ୍ଣୁଙ୍କ ନାମକୁ ବୁଝାଇଥାଏ ।
ଷଷ୍ଠୀ ତତ୍ ପୁରୁଷ ସମାସ ଦ୍ଵାରା ଅଘ ସହ ମର୍ଷଣ ଶବ୍ଦ ଯୁକ୍ତ କରାଯାଇ ଅଘମର୍ଷଣ ଶବ୍ଦଟି ସୃଷ୍ଟି କରାଯାଇଛି । ଅଘ ଶବ୍ଦର ଅର୍ଥ ପାପ ଆଉ ଶ୍ରୀଭଗଵାନ ଅଘ ଅର୍ଥାତ୍ ପାପକୁ ମର୍ଷଣ କରନ୍ତି ।
ଭାରତୀୟ ପୁରାଣାଦିରେ ଅଘମର୍ଷଣ ନାମକ ଜଣେ ଋଷିଙ୍କ ଵିଷୟରେ ଵିଭିନ୍ନ କଥା ଥିଵା ଜଣାଯାଏ ।
ଵିଶ୍ବାମିତ୍ରାଦି ୧୩ ଜଣ ପ୍ରସିଦ୍ଧ ଋଷିଙ୍କ ମଧ୍ୟରୁ ସେ ଥିଲେ ଏକତମ । ଏ ଋଷି ଅଘମର୍ଷଣ ସୂକ୍ତର ଦ୍ରଷ୍ଟା ଥିଲେ ଏଵଂ ମଧୁଚ୍ଛନ୍ଦସ ଋଷି ଏହାଙ୍କ ପିତା ଥିଲେ ।
ଋଗଵେଦର ଅଘମର୍ଷଣ ସୂକ୍ତ ଏହି ଋଷିଙ୍କ ଦ୍ଵାରା ରଚିତ ହୋଇଥିଲା । ଏହି ସୂକ୍ତଟି ପ୍ରକୃତରେ ରୁଗ୍ବେଦୋକ୍ତ ଅଶ୍ବମେଧଯଜ୍ଞର ଅବଭୃଥ ସ୍ନାନମନ୍ତ୍ର ଅଟେ ।
ଦିନ ଥିଲା ଭାରତର ଅଧିକାଂଶ ବ୍ରାହ୍ମଣ ଦୈନିକ ସନ୍ଧ୍ଯାଵନ୍ଦନା କଲାଵେଳେ ଏ ମନ୍ତ୍ରପାଠ ପୂର୍ଵକ ଦେହକୁ ଜଳଦ୍ବାରା ମାର୍ଜନ କରୁଥିଲେ ।
ଅଘମର୍ଷଣ ସୂକ୍ତଟି ଋଗ୍ବେଦର ୧ମ ଖଣ୍ଡର ୧୯ତମ ସୂକ୍ତ । ଏହି ମନ୍ତ୍ରଟି ନିମ୍ନରେ ପ୍ରଦତ୍ତ ହେଲା...
“ଅଘମର୍ଷଣ ସୂକ୍ତସ୍ଯ, ଅଘମର୍ଷଣ ଋଷିଃ, ଅନୂଷ୍ଟୁ ପଚ୍ଛନ୍ଦଃ, ଆପୋ ଦେଵତା, ଅଶ୍ବମେଧାଵଭୃଥେ ବିନିଯୋଗଃ କିମ୍ବା ମାର୍ଜନେ ବିନିଯୋଗଃ:―
"ଓଁ ଋତଂ ଚ ସତ୍ୟଂ ଚାଭିଦ୍ଧା ତପସୋଽଧ୍ଯଜାୟତ, ତତୋ ରାତ୍ର୍ଯଜାୟତ, ତତଃ ସମୁଦ୍ରୋଽର୍ଣ୍ଣଵଃ ସମୁଦ୍ରା ଦଧିସମ୍ବତ୍ସରୋଽଜାୟତ, ଅହୋରାତ୍ରାଣି ଵିଦଧଦ୍ବିଶ୍ବସ୍ଯ ମିଷତୋ ବସୀ”
ଇତ୍ୟାଦି.
ଏବଂ
ଓଁ ଦ୍ରୁପଦାଦିଵମୁମୁଚାନଃ ସନ୍ନଃ ସ୍ନାତୋ ମାଳାଦିଵ ଇତ୍ୟାଦି"
ଆଗେ ଏହି ମନ୍ତ୍ର ପାଠ କରି ଅଧିକାଂଶ ଵୈଷ୍ଣଵ ନୈଷ୍ଠିକ ବ୍ରାହ୍ମଣ ସ୍ନାନ ଵା ଜଳରେ ଶରୀର ମାର୍ଜନ କରୁଥିଲେ ।
©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
No comments:
Post a Comment