କିଛି ଲୋକ ଆଜିକାଲି ପ୍ରଚାର କରୁଛନ୍ତି ଯେ #ଆଇଏଏସ୍ ପରୀକ୍ଷାର୍ଥୀଙ୍କୁ ପଚରା ଯାଏ #ଆମ୍ବୁଲାନ୍ସ’ର #ଓଡ଼ିଆ ପ୍ରତିଶବ୍ଦ କ'ଣ ୯୯ଭାଗ #ଓଡ଼ିଆ ଜାଣିନଥିଵେ ! ଠିକ୍ ଅଛି ବହୁତ ଓଡ଼ିଆ ଏ ଶବ୍ଦର ହଠାତ୍ ଗୋଟିଏ #ପ୍ରତିଶବ୍ଦ ମନେ ପକେଇ ପାରନ୍ତି ନାହିଁ ତେଵେ ପ୍ରଶ୍ନକଲା ଲୋକେ ଯେଉଁ ଶବ୍ଦଟି ଆମ୍ବୁଲାନ୍ସର ପ୍ରତିଶବ୍ଦ ଭାଵରେ ଉତ୍ତର ବୋଲି କହୁଛନ୍ତି ତାହା ମଧ୍ୟ ଏତେ ଲମ୍ବା ଯେ ସମସ୍ତେ ମନେ ରଖିଵେ କି ନାହିଁ ସନ୍ଦେହ !!!
ସେମାନେ ଆମ୍ବୁଲାନ୍ସର ଓଡ଼ିଆ ପ୍ରତିଶବ୍ଦ ଭାଵରେ
#ଆପାତ_କାଳ_ବାହାନ ବୋଲି ପ୍ରଚାର କରୁଛନ୍ତି !
ପ୍ରଥମତଃ ଏହା କୌଣସି ହିନ୍ଦୀ ଆଲେଖ୍ୟରୁ ସିଧାସଳଖ ଓଡ଼ିଆ ଅନୁକରଣ ଭଳି ଲାଗୁଛି କାରଣ ଅନେକ #ହିନ୍ଦୀଭାଷୀ #ଇଂରାଜୀ ଶବ୍ଦଗୁଡ଼ିକର ଏଭଳି ଲମ୍ବାଳିଆ ପ୍ରତିଶବ୍ଦ ସବୁ ଅନୁମାନ କରିଥାନ୍ତି । ପ୍ରକୃତରେ ଏଭଳି ଶବ୍ଦ ସବୁ ବନେଇ ଲୋକଙ୍କ ମନରେ ହାସ୍ଯ ଉତ୍ପନ କରିଵା ସେମାନଙ୍କର ମୂଳ ଲକ୍ଷ୍ୟ ଥାଏ ।
ତେଵେ ସତରେ କ'ଣ ଆମ୍ବୁଲାନ୍ସର ଏଇ ଏକମାତ୍ର ପ୍ରତିଶବ୍ଦ ରହିଛି ଆଉ ପ୍ରତିଶବ୍ଦ ନାହିଁ ?
ଚାଲନ୍ତୁ ଟିକିଏ ଵିଭିନ୍ନ ଭାଷାରେ ଏହାର ଆଧୁନିକ ପ୍ରତିଶବ୍ଦଗୁଡ଼ିକୁ ଅନୁଧ୍ୟାନ କରିନେଵା ...
★★★★★★★★★★★★★★★★★★★★
ଭାରତର କେତେକ ଭାଷାରେ ଆମ୍ବୁଲାନ୍ସର ପ୍ରତିଶବ୍ଦ
★★★★★★★★★★★★★★★★★★★★
ତାମିଳରେ ଆମ୍ବୁଲାନ୍ସ ପାଇଁ
நோயாளர் ஊர்தி(Nōyar ūrti) ବୋଲି ଏକ ପ୍ରତିଶବ୍ଦ ସୃଷ୍ଟି କରାଯାଇଛି । ଏଠାରେ ନୋୟାର୍ ର ଅର୍ଥ ରୋଗୀ ଏଵଂ ଉର୍ଟୀର ଅର୍ଥ ଯାନ ଵା ଵାହନ ଅଟେ । ଏଇ ଆଧାରରେ ଆମେ ମଧ୍ୟ ଆମ୍ବୁଲାନ୍ସକୁ ରୋଗୀ ଵାହକ,ରୋଗୀ ଯାନ ଆଦି କହିପାରିଵା । ସଂସ୍କୃତରେ ମଧ୍ୟ ଏହି ପ୍ରଣାଳୀରେ ✓ଋଗ୍ଣଵାହନ,
✓ରୋଗୀ ଵାହନ
✓ଋଗ୍ଣଵାହନ ଆଦି ପ୍ରତିଶବ୍ଦ ଚୟନ କରାଯାଇଛି । ତେଵେ ଆମ୍ବୁଲାନ୍ସରେ କେଵଳ ରୋଗୀ ନୁହେଁ ଵେଳେ ଵେଳେ ଦୁର୍ଘଟଣା ଆଦିରେ ମଧ୍ୟ ଆହତ ଲୋକ ଆସିଥାନ୍ତି ତେଣୁ ସଂସ୍କୃତରେ ଏହାକୁ
✓ଆହତ ଵାହକ ବି କୁହାଗଲା ।
କେହି କେହି ଏ ଉଭୟର ମିଶ୍ରଣ ଘଟାଇ
ଋଗ୍ଣାହତ(ଋଗ୍ଣ+ଆହତ) ଯାନ ମଧ୍ୟ ଲେଖିଥାନ୍ତି ।
★★★★★★★★★★★★★★★★★★★★
#ଵିଭିନ୍ନ #ଵୈଦେଶିକ #ଭାଷାରେ #ଆମ୍ବୁଲାନ୍ସ
★★★★★★★★★★★★★★★★★★★★
ଗ୍ରୀକ୍ ଭାଷାରେ ଆମ୍ବୁଲାନ୍ସକୁ
ασθενοφόρο(asthenofóro) କୁହାଯାଏ ।
ଏଥିରେ ଦୁଇଗୋଟି ଶବ୍ଦ ରହିଛି
✓ασθενής(asthenís) ଏହାର ଅର୍ଥ ରୋଗୀ
✓-φόρος(-fóros) ଏହାର ଅର୍ଥ ଵାହକ
ସେହିପରି ରୁଷୀ ଭାଷାରେ ଆମ୍ବୁଲାନ୍ସକୁ скорая помощь(skóraja pómoščʹ) କୁହାଯାଏ ।
ଏଠାରେ скораяର ଅର୍ଥ #କ୍ଷୀପ୍ରଗତି ଏଵଂ помощьର ଅର୍ଥ #ସାହାଯ୍ୟ ଏଣୁ ଏହାର ଆକ୍ଷରିକ ଅର୍ଥ ହେଵ #ତ୍ଵରିତ_ସହାୟକ_ଯାନ ।
ଭାରତୀୟ ଶାସ୍ତ୍ରୀୟ ଭାଷାରେ ମଧ୍ୟ ଅନୁରୂପ ଶବ୍ଦ ସୃଷ୍ଟି କରାଯାଇପାରେ । ତାହେଲେ ଆମ୍ବୁଲାନ୍ସ ପାଇଁ ଗୋଟାଏ ଭାରତୀୟ ଶବ୍ଦ ସୃଷ୍ଟି କରି ଦେଖାଯାଉ...
ସଂସ୍କୃତରେ ଏକ ଶବ୍ଦ ରହିଛି "ସତ୍ତ୍ର" । ଏ ଶବ୍ଦର ଅନେକ ଅର୍ଥ ରହିଛି ତନ୍ମଧ୍ୟରୁ ଗୋଟିଏ ହେଲା "ଚିକିତ୍ସାଳୟ" । ତାହାଲେ ଏହି ସତ୍ତ୍ର ଶବ୍ଦ ସହ "ବାହନ" କି "ଯାନ" ଯୋଡ଼ି ମଧ୍ୟ ଶବ୍ଦ ସୃଷ୍ଟି ହୋଇପାରେ ଯଥା "ସତ୍ତ୍ରଯାନ","ସତ୍ତ୍ରଵାହନ" ଓ "ସତ୍ତ୍ରଶକଟ" ଇତ୍ୟାଦି। ...
No comments:
Post a Comment