ବହୁତ କମ୍ ଲୋକ ଜାଣିଥିଵେ ଯେ ଇଂରାଜୀରେ Diner ଓ Dinner ଦୁଇଟି ଶବ୍ଦ ରହିଛି କିନ୍ତୁ ଏ ଉଭୟ ଶବ୍ଦ ମଧ୍ୟରେ ଅର୍ଥଗତ ଭିନ୍ନତା ସେତିକି ଯେତିକି ସାମ୍ୟତା ରହିଛି ।
ଆମର ଚିରପରିଚିତ dinner ଶବ୍ଦ ଟି ଇଂରାଜୀ ଲୋକେ ଫ୍ରେଞ୍ଚ ଭାଷାର disner ଶବ୍ଦ କୁ ବଦଳେଇ କରିଅଛନ୍ତି ।
ଆଜିକାଲି ଫ୍ରେଞ୍ଚରେ disner ଶବ୍ଦ ପରିଵର୍ତ୍ତେ dîner ଶବ୍ଦ ର ପ୍ରଚଳନ ବଢିଛି । ତେବେ disner ଶବ୍ଦର କ୍ଵଚିତ ଵ୍ୟଵହାର ଇଂରାଜୀ ପରି ଦିପହରିଆ ଭୋଜନ,ମଧ୍ୟାହ୍ନ ଭୋଜନ ଵା “lunch” ଭାବରେ ହେଲେ ହେଁ ବହୁ ପୂର୍ବରୁ ଏ ଶବ୍ଦର ଵ୍ୟଵହାର ଜଳଖିଆ/“breakfast” ଅର୍ଥରେ ହେଉଥିବାର ପ୍ରମାଣ ପ୍ରାଚୀନ ଫ୍ରେଞ୍ଚ ଓ ଲାଟିନ ସାହିତ୍ୟରୁ ଜଣାପଡ଼ିଛି ।
କେତେକ ଭାଷାଵିଦ ଫ୍ରେଞ୍ଚ disner ଶବ୍ଦର ଲାଟିନ ମୂଳ disiēiūnō(dis-+iēiūnō) ବୋଲି ମତ ଦିଅନ୍ତି ଯାହାର ଅର୍ଥ ଉକ୍ତ ଭାଷାରେ ଜଳଖିଆ ଅଟେ ।
ତେବେ କେହି କେହି ସଂଧ୍ୟାକାଳିନ ଭୋଜନ ଅର୍ଥରେ ମଧ୍ଯ ଡିନର୍ ଶବ୍ଦ ର ଵ୍ୟଵହାର କରୁଥିବା ଦେଖାଯାଏ ।
କିନ୍ତୁ
ଇଂରାଜୀ ର diner ଶବ୍ଦ ର ଅର୍ଥ ଭିନ୍ନ ଭିନ୍ନ ଅଟେ
ଏହାର ଏକ ଅର୍ଥ ହେଲା ‛One who dines’ ଅର୍ଥାତ୍ ‛ସେ ଯିଏ ଖାଏ’ ଆହୁରି ମଧ୍ଯ ଯେଉଁ “dining car” ଵା road train ଯେଉଁଥିରେ ଖାଦ୍ୟ ପରସିବା ଓ ଭୋଜନ କରିବାର ଅତ୍ୟାଧୁନିକ ଵ୍ୟଵସ୍ଥା ଥାଏ ତାକୁ ମଧ୍ଯ diner କୁହାଯାଏ ।
ବ୍ରିଟିଶ୍ ଓ ଅନ୍ୟ କେତେକ ୟୁରୋପୀୟ ଜାତିର ଲୋକେ “lower-class restaurant:pub” ଅର୍ଥରେ ମଧ୍ଯ ବେଳେବେଳେ ଏ ଶବ୍ଦ କୁ ଵ୍ୟଵହାର କରନ୍ତି ।
ହେଲେ ଇଂରାଜୀ ର ଏହି diner ଶବ୍ଦ ପରି ଦେଖାଯାଉଥିବା ଶବ୍ଦ ଅନ୍ୟ ୟୁରୋପୀୟ ଭାଷାଗୁଡିକରେ ଭିନ୍ନ ଭିନ୍ନ ଅର୍ଥରେ ମଧ୍ଯ ଵ୍ୟଵହୃତ ହୋଇପାରେ ...
ଯେମିତିକି Breton ଭାଷାର diner ଵା denary(ମୂଳ ଲାଟିନ-denarius) ମୁଦ୍ରା ଅର୍ଥରେ ଏବଂ Catalan ଭାଷାରେ ଧନ ଅର୍ଥରେ ଵ୍ୟଵହୃତ ହୁଏ
ପୁଣି ଇଂରାଜୀର dinner ଅର୍ଥରେ ଡଚ୍,ପର୍ତ୍ତୁଗୀଜ ଓ ଫ୍ରେଞ୍ଚ ଭାଷାରେ diner ଶବ୍ଦ କୁ ଵ୍ୟଵହାର କରାଯାଉଛି ।
ତେବେ ଇଂରାଜୀ ଶବ୍ଦ dinner ହେଉ ଵା diner ଉଭୟ ଶବ୍ଦ ର ମୂଳ ଗୋଟିଏ ଏବଂ ସେମାନେ ସମଗୋତ୍ରୀୟ ଶବ୍ଦ ଅଟନ୍ତି ।
No comments:
Post a Comment