ଆମ ଭାଷାର ଶବ୍ଦ ବିଭଵ କେତେ ଵିଶାଳ ତାହା ଜାଣିଵା ପାଇଁ ଯେକୋୖଣସି ଵର୍ଣ୍ଣ ନିଅନ୍ତୁ ଓ ତା ସହିତ ଗୋଟାଏ ଗୋଟିଏ ଵର୍ଣ୍ଣ ଯୋଡି଼ ଦେଖନ୍ତୁ ଯେଉଁ ଶବ୍ଦ ସବୁ ସୃଷ୍ଟି ହେଵ ତହିଁର କିଛି ନା କିଛି ଅର୍ଥ ଆମ ଭାଷାରେ ନିଶ୍ଚୟ ରହିଥିଵ । ଉଦାହରଣ ସ୍ଵରୂପ ଆମେ କ ଵର୍ଣ୍ଣକୁ ଉଦାହରଣ ଭାଵେ ନେଇ ଦେଖିଵା ଯେ କେମିତି ଏକ ଵର୍ଣ୍ଣ ସହ ଅନ୍ୟ ଅକ୍ଷର ଯୋଡି଼ଲେ ଆମ ଭାଷାରେ ତହିଁର ଅର୍ଥ ବଦଳୁଅଛି ।
■୧)କ
●କହ; କହିଵା କ୍ରିୟାର ଏକ ରୂପ
"ସେ ଆଇଅ କି ନାଇଁ ଟିକେ କ ତ !"
●କହ ଵା ଅର୍ଜୁନ ଗଛ
●ପଦ ପୁରଣାର୍ଥକ(କଲେକ),ନିଶ୍ଚୟାର୍ଥକ(ଲାଗିଵାକ),ମାତ୍ର ଅର୍ଥଜ(ଆଜକ),ଏକ ଵଚନାର୍ଥକ(ପଣକ,ଜଣକ),ଏକ ସଂଖ୍ୟକ(କ୍ଷଣକ),ପ୍ରତ୍ଯକାରର୍ଥେ(ରୋମକ)ଵ୍ଯାପ୍ତାର୍ଥକ(ପୋଖରୀକ),ସଂଖ୍ୟାଵାଚକ(ତିନିକ,ପାଞ୍ଚକ),ପରିମାଣ ଵାଚକ(ଏତେକ,ସେତେକ) ଓଡ଼ିଆ ଅଵ୍ଯୟ
●ସ୍ଵାର୍ଥବୋଧକ(ବାଳ+କ),କ୍ଷୁଦ୍ରାର୍ଥବୋଧକ (ମାଣବକ; ପୁତ୍ରକ; ଅଶ୍ବକ),ଭଵାର୍ଥକ(ସସ୍ତ୍ରୀକ; ଅରାଜକ; ବିପତ୍ନୀକ) ଭାରତୀୟ ପ୍ରତ୍ଯୟ
■୨)କଁ
●କ'ଣ(କଁ'ଟା= ଢେଙ୍କାନାଳୀ ଓଡ଼ିଆ)
"କଁ କହିଉ କହୁନୁ"
●କଅଁ କଅଁ କ୍ରନ୍ଦନ
●ଅନ୍ତକୋଷରୁ ପବନ ଉଠିଵା ଶବ୍ଦ
■୩)କଆ = କହା ; କହାଯିଵା କ୍ରିୟାର ଏକ ରୂପ
■୪)କଇ
●ବମନ; ବାନ୍ତି; ଉକାର(ଝାଡ଼ାକଇ)
●ପ୍ରାଚୀନ ଓଡ଼ିଆରେ ଵ୍ଯଵହୃତ ୨ୟା ଓ ୪ର୍ଥୀ ଵିଭକ୍ତିର ଚିହ୍ନ(କୁ)
ଦ୍ବିତୀୟା ଵିଭକ୍ତିରେ—
"ଵିଧାତା ପ୍ରସାଦେଣ ଜିଣିଲା ତିନିପୁର ,
ଯମକଇ ବଳେ ଜିଣିଲା ନିଶାଚର।"
(ଵଳରାମ, ରାମାୟଣ।)
ଚତୁର୍ଥୀ ଵିଭକ୍ତିରେ—
"ପୁତ୍ରକଇ ଚରୁ କରସି ମହାମୁନି
ପଛେ ତପଜପ ଯାଗ କର ହୋ ମହାଜ୍ଞାନି।"
(ବଳରାମ ରାମାୟଣ।)
●କଉମାଛ(ଉତ୍ତର ଓଡ଼ିଆ ଶୈଳୀ)
■କଉ
●ଏକ ଜାତୀୟ ମାଛ
●କେଉଁ/କି
●କଉ ଫଳ
●କାଉ
■କଏ
●କି,କଅଣ,କେଉଁ
■କକ
●କକା(ଉତ୍ତର ଓଡ଼ିଶା)
●ମାଂସ(ସୁନ୍ଦରଗଡ଼)
●କୁକୁର(ଢେଙ୍କାନାଳ)
●କୋକ;ଭୟଙ୍କର ଜୀଵ ଵିଶେଷ
■କଖ ?
■କଗ ?
■କଚ
●କେଶ; ମୁଣ୍ଡବାଳ
●କେଶ ଵିନ୍ଯାସ ଵାଶେଷ
●ଶୁଷ୍କ ବ୍ରଣ; ବ୍ରଣର ଦାଗ
●ମେଘ
●ବନ୍ଧ
●ବନ୍ଧନ
●ଶୋଭା
●ସାରୁ(ତୁ―କଚୁ = ପାଣିସାରୁ)
■କଛ
●ମାପ(ଜଗତସିଂହପୁର)
●କିସମ ମାପ(ଜଗତସିଂହପୁର)
● ସମାନ ସମାନ(କଟକ)
●ସମକକ୍ଷ
(ସାତ୍ଯକି ବଳକୁ ତ ଡରି ପଳାଉଛୁ କି ରୂପେ ପାଣ୍ଡବେ ଯୁଝିଵ ହୋଇ କଛ ! କୃଷ୍ଣସିଂହ. ମହାଭାରତ. ଦ୍ରୋଣ)
●ତୁଳନୀୟ
(ଭୁରୁ ବେନି କାମଧେନୁକୁ ହେବ କଚ୍ଛ । କୃଷ୍ଣସଂହ. ମହାଭାରତ. ସଭା।)
●ସରି,ତୁଲ୍ୟ,ସରିସା
●ଵଣ୍ଟନ ସମୟରେ ଜଣକ ଅଂଶରେ ପଡ଼ିଥିଵା ସମ୍ପତ୍ତି; ବାଣ୍ଟ
■କଜ
●ସଜଳ
●ଜଳୀୟ
●ଯାହା ଜଳରେ ଜାତ ହୁଏ
●ପଦ୍ମ
■କଝ ?
■କଞ ?
■କଟ
●ହସ୍ତୀର ଗଣ୍ଡଦେଶ
●ପିଚା; ଶ୍ରେଣୀ; କଟିପ୍ରଦେଶ
●କଡ଼; ଏକପ୍ରାନ୍ତ
"ହେକଟେ ଯାଆନି ବାଟ ବଅନ୍ଦ ଅଛି"
●କ୍ରିୟାକାର; ଚାକର
●ନୂତନ ଛାତ୍ର
●ତୃଣାଦି ନିର୍ମିତ ଆସନ ଵା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ଵା ଛାପା
●ଵାଣ; ଶର
●ତୃଣନିର୍ମିତ ପରଦା ଵା ତାଟି
●ତୃଣନିର୍ମିତ ରଜ୍ଜୁ
●ଶଵ
●ଶଵରଥ; କୋକେଇ
●ତକ୍ତା; ପଟା
●କଣ୍ଟ; ସମୟ; ମିଆଦ
●ଅତିଶୟ
●ଶ୍ମଶାନ
●ଖେଳିବା କଉଡ଼ି ଏକ କଡ଼ା
●କଟବନ୍ଧକ
●କଟକବାଲା
■କଠ
●କ୍ଲେଷ
●ଦଶ
■କଡ଼
●ପାଖ
●ଖାଇଵା
●ଦର୍ପ କରିଵା
●ପୃଥକ କରିଵା
●କଢି଼
●ବନସୀ ସୂତା
●ଏକ ଜାତୀୟ ମାଛ
●ଉନ୍ମତ୍ତ
●ମୂର୍ଖ
●ଭକ୍ଷ୍ଯ
■କଢ଼
●କଢି଼
●ଗଛର ଅଗ୍ରଭାଗର କୋମଳ ଅଂଶ, ଯହିଁରୁ ଶାଖାପ୍ରଶାଖା ବାହାରି ଥାଏ
●ଅସ୍ଫୁଟ,ଅପ୍ରକାଶ
●କଢା଼(ଅଙ୍କୁର,ଗଛର କୁଆଁ)
●କାଢ଼;ବାହାର କର
■କଣ
●କ'ଣ
●କୋଣ
●ଅନ୍ତଃପୁର
●ଦାଗ
●ତରଳ କଷାୟ ରସ
●ବସ୍ତୁର ଅତ୍ଯଳ୍ପ ଅଂଶ; ଲବ; ବିନ୍ଦୁ
"ନିଶା ରମଣ କର—କଳିକା କଣ ତୋର,
ହୋଇୟିବ କଳ୍ପାନ୍ତ କାଳ ଖରା"
(କଵିସୂର୍ଯ୍ୟ. କିଶୋରୀଚମ୍ପୁ ନ ଗୀତ)
●ରେଣୁ; ଗୁଣ୍ଡ
●ଶସ୍ଯର କ୍ଷୁଦ୍ରାଂଶ ବା କଣୀ; ଖୁଦ
●(ଅଗ୍ନି) ସ୍ଫୁଲିଙ୍ଗ
●(ଜଳ) ବିନ୍ଦୁ; ଟୋପା
●ଅରଣ୍ଯକୀରକ; ବଣଜୀରା
●କିମ୍ଭୀରିଆ ମାଛି
●ଭଗ୍ନାଂଶ
"ପଦ ନଖ କୋଣ କଣକୁ, ରସବତୀ ମଣି ପଣକୁ"
(କବିସୂର୍ଯ୍ୟ. ସଙ୍ଗୀତ।)
●ଅଣୁ
"କଣେ କଣେ ଈଶ୍ୱର ହିଁ ଈଶ୍ୱର ସମାହିତ"
●ପିପ୍ପଳୀ
●ମାର୍ଜିତ ରତ୍ନର ଗୋଟିଏ ପାଖ
■କତ■
●ନିରିମଳା
●ରିଠା
●ଲେଖିଵାପାଇଁ ପକ୍ଷୀକଲମ ଵା କାଠିକଲମ କଟାଯିଵା ଵା ଛୁରିଦ୍ବାରା କଲମର କାଟ
●କେତେ(ଉତ୍ତର ଓଡ଼ିଆ ଶୈଳୀ)
■କଥ(କଥଂ)
●କି ପ୍ରକାରେ
●କିଆଁ,କାହିଁକି
■କଦ
●ସୁଖଦାୟକ
●ମେଘ
■କଧ
●ଗଧ(ଦକ୍ଷିଣ ଓଡ଼ିଆ ଶୈଳୀ)
■କନ
●କୋଣ
●କନ କନ ହେଵା
■କପ
●କପକନା;କ୍ଷେତ୍ରକୁ ପାଣି ବୁହାଇଵା ନିମନ୍ତେ ତେଣ୍ଡାର ଵା ଯନ୍ତାର ଅଳସିରା ଯେଉଁ ଦୋକନା ଖୁଣ୍ଟ ଉପରେ ରହେ
●କମ୍ପିଵା କ୍ରିୟାର ଏକ ରୂପ
■କଫ
●ଶ୍ଳେଷ୍ମା
●ଶର୍ଦ୍ଦି
■କବ ?
■କଭ ?
■କମ
●ପରିକା(ଉତ୍ତର ଓଡ଼ିଆ ଶୈଳୀ)
●ବନ୍ଧ(କମ୍)
●କମ୍(ଵୈଦେଶିକ)
■କଯ
●ସମସ୍ତେ(ସଂସ୍କୃତରେ ଵିଶେଷ ଵ୍ଯଵହୃତ)
■କର
●କିରଣ
●କରା/କରକା/କୁଆପଥର
●ରାଜସ୍ବ; ଖଜଣା
●ଶୁଳ୍କ
●ହସ୍ତ
●ହସ୍ତିଶୁଣ୍ଢ
●ବ୍ରାହ୍ମଣମାନଙ୍କର ବଂଶୋପାଧିଵିଶେଷ
●କର୍ତ୍ତା
●କାରକ; ଜନକ (ଉପପଦର ପରେ ଥିଲେ ...ଯଥା—ଭଯଙ୍କର, ଅର୍ଥକର, ବଳକର, ଲଜ୍ଜାକର)
●ପାର୍ଶ୍ବ; କଡ଼
●ବଙ୍ଗଦେଶୀୟ ଉତ୍କଳ ନିଵାସୀ ତାମ୍ବୁଳୀ ଜାତୀୟ ଲୋକଙ୍କ ବଂଶପାଧି ଵିଶେଷ
●ଖ୍ରୀଷ୍ଟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଉତ୍କଳରେ ରାଜତ୍ବ କରୁଥିବା ରାଜବଂଶ । ଏହି ବଂଶୀୟ ରାଜାମାନେ ମହାଯାନ ବୌଦ୍ଧ ଥିଲେ। ଏହି ବଂଶର ଜଣେ ରାଜା ଶୁଭକର କେଶରୀ ଚୀନ୍ ସମ୍ରାଟଙ୍କ ନିକଟକୁ 'ବୁଦ୍ଧାବତଂସକ ସୂତ୍ର' ନାମରେ ଗୋଟିଏ ବୌଦ୍ଧଗ୍ରନ୍ଥ ଉପଢୌକନ ସ୍ବରୂପ ପଠାଇଥିଲେ।
●କରିବା କ୍ରିୟାର ନିର୍ଦ୍ଦେଶାତ୍ମକ ଓ ଅନୁଜ୍ଞାଵାଚକ ରୂପ ।
"ଏଇ କାମଟା ଭଲରେ କର(କରନ୍ତୁ)"
"ତୁ ସେ କାମଟା ଭଲରେ କର ନା !"(କର୍,କରେ,ଅର)
■କଳ
●ଅଵ୍ଯକ୍ତ ମଧୂର ଧ୍ବନୀ
●ଧୀର ଅଵ୍ଯକ୍ତ ଶବ୍ଦ
●ଭ୍ରମରାଦିର ଗୁଣୁଗୁଣୁ ଶବ୍ଦ
●ଜଳସ୍ରୋତର ଅଵ୍ଯକ୍ତ ମଧୁର ଧ୍ବନି
●ଶାଳ ବୃକ୍ଷ; ଶାଳୁଆ ଗଛ
●ଶୁକ୍ର
●ଅଙ୍କୁର; ଗଜା
●ଅର୍ଜୀର୍ଣ୍ଣ
●ଯନ୍ତ୍ର
●କୌଶଳ
(ନ ମଣ୍ଡିବୁ ସିନା ମୋର ଵକ୍ଷ ସ୍ଥଳ,ହୃଦୟରୁ ଯିବୁ କରି କେଉଁ କଳ। କବିସୂର୍ଯ୍ୟ. ସଙ୍ଗୀତ।)
●ଗ୍ରାସ; ଥରେ ପାଟିରେ ୟେତେ ଖାଦ୍ଯ ବା ଜଳ ସମ୍ଭାଏ (କଳେ ଖାଅରେ କୂମରେ ଆସି କରି । ଦୀନକୃଷ୍ଣ ରସକଲ୍ଲୋଳ। )
●ଦାନ୍ତ ଓ ଗାଲ ମଧ୍ୟରେ ଥିବା ଗହ୍ବର ଦ୍ବୟ । ମୁଖ ଗହ୍ବରର ଏକ ପାଖ
(କହିଲେ କଳୁ ଜୀଭ କାଢ଼ୀ କର ଯୋଡ଼ି। କୃଷ୍ଣସିଂହ. ମହାଭାରତ ବନ। )
●ସୁବିଧା; କଦର; ଖଞ୍ଜ
●କୌଣସି ଯନ୍ତ୍ର ମଧ୍ୟରେ ଥିଵା ଉକ୍ତ ଯନ୍ତ୍ରର ପ୍ରଧାନ କାର୍ଯ୍ୟକାରୀ ଅଂଶ
●ଵଶ୍ଯତା; ଅଧୀନତା
(ଏହା ଜାଣି ସିନା ମୁଁ କହୁଛି ତୁମ୍ଭଙ୍କୁ ଦଣ୍ଡବିନା ନ ଆସନ୍ତି କେହି କଳକୁ। କୃଷ୍ଣସିଂହ. ମହାଭାରତ ଶାନ୍ତି।)
●ସୁଯୋଗ
(ସେହି ସକାଶୁଁ ତୁମ୍ଭ ନନ୍ଦନ ଦୁର୍ବଳ ହେଲେ ସବୁ ରଥୀ ବିନ୍ଧିଲେ ପାଇ କଳ। କୃଷ୍ଣସିଂହ. ମହାଭାରତ କର୍ମ।)
●ଯନ୍ତା
●କାମୁଡ଼ିଵାର ଥର ଵା ପୁଳା
(ବୋଲେ ଶିବରାମ ପୁଅ ନ ଥିଲେ ମୁଁ କାମୁଡ଼ି ଥାନ୍ତି କଳେ। ହାସ୍ୟତରଙ୍ଗ।)
●କଳନା କରିଵାକୁ ଜଣକୁ ନିର୍ଦ୍ଦେଶ ଦେଵା,ଆଦେଶ ଦେଵା
■କଲ
●କରିଵା କ୍ରିୟାର ପ୍ରଶ୍ନାର୍ଥକ ରୂପ
"ସେ ଯୋଉ କାମଟା ପେଇଁ ଯାଇଥେଲ କଲ ନା ନାହିଁ ବା ?"
●କଳ
●ଢେଙ୍କାନାଳରେ ଝିଅମାନଙ୍କ ଡାକନାମ ଵିଶେଷ
■କଵ
●ସ୍ଵାର୍ଥପର
●କୃପଣ
●ଶବ୍ଦ
■କଶ
●ଦୃଢ଼
●ଚାବୁକ
●ଜଳ
■କସ
●କଷଟି ପଥର
●କଷିଵା କ୍ରିୟାର ଅଶୁଦ୍ଧ ଲିଖନ
■କଷ
●କଷ୍ଟିପଥର
●ମୂଲ୍ଯ ନିରୁପଣାର୍ଥକ ପରୀକ୍ଷା
(ଗୁଣୀ କଷ ତା ବିହନ୍ତି, ହେମ ଅଙ୍ଗୀ ବୋଲି ମୋତେ ସମସ୍ତେ କହନ୍ତି। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ.)
●ଘଷିଵା
●ରାମ୍ପିଵା
●ବଳା ହୋଇ ପ୍ରସ୍ତୁତ ହୋଇଥିଵା ରଜ୍ଜୁ ଵା କଷଦଉଡ଼ି
●ଈଷତ୍ ନାଳୁଆ ପାଣି ଵା ରସ
●କଷାୟ ରସ
●ଵର୍ଣ୍ଣବିଶିଷ୍ଟ ଦାଗ
●ରଙ୍ଗ; ଵର୍ଣ୍ଣ
■କହ
●ଅର୍ଜୁନଗଛ
●କହିଵା କ୍ରିୟାର ଆଦେଶ,ନିର୍ଦ୍ଦେଶ ଓ ଅନୁରୋଧଵାଚକ ରୂପ
ପ୍ରୋକ୍ତ ଶବ୍ଦସୂଚୀରୁ ଆମେ କଣ୍ ଜାଣିଲେ ?
ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାର କେତେ ଵିଶାଳ ଓ ସଂସ୍କୃତ ଦ୍ଵାରା ପୃଷ୍ଟ ହୋଇ ସୁଦ୍ଧା ଅଧିକାଂଶ ଶବ୍ଦର ଅନେକ ଦେଶଜ ସ୍ଵତନ୍ତ୍ର ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି ଆମ ଭାଷାରେ ...
ଆଞ୍ଚଳିକଵାଦୀ ସଂସ୍କୃତ ଶବ୍ଦକୁ ହେୟଜ୍ଞାନ କରନ୍ତି କିନ୍ତୁ ଆରବୀ ପାର୍ସୀ ଶବ୍ଦ ନିଜ କଥିତ ଶୈଳୀରେ ଅବାଧ ମିଶ୍ରଣର ଆଦୌ ଵିରୋଧ କରନ୍ତି ନାହିଁ । କାରଣ ସ୍ପଷ୍ଟ ...
ଓଡ଼ିଶାର ଯେକୌଣସି ଆଞ୍ଚଳିକ ଶୈଳୀ ସଂସ୍କୃତନିଷ୍ଠ ହେଲେ ଓଡ଼ିଆ ଭାଷା ହୋଇଯାଏ ।
ସଂସ୍କୃତ ଓ ଓଡ଼ିଆ ପରସ୍ପର ପରିପୂରକ ବୋଲି ସେ ଜାଣିଚତୁରା ମାନେ ବୁଝିପାରିଛନ୍ତି ତେଣୁ ନିଜ ଆଞ୍ଚଳିକ କଥିତ ଶୈଳୀରୁ ସଂସ୍କୃତର ଵ୍ଯାକରଣ,ଲିପି(ବ୍ରାହ୍ମୀଲିପି ; ସମ୍ବନ୍ଧୀୟ ଓଡ଼ିଆ ଲିପି) ଓ ଶବ୍ଦ ହଟେଇ ଦେଲେ ତାଙ୍କ ଭାଖାଟା ଓଡ଼ିଆଠାରୁ ଭିନ୍ନ ହୋଇଯିଵ ବୋଲି ଭ୍ରମ ପାଳିଅଛନ୍ତି 😀😀😀
ସେମାନେ ବୁଝିଵା ଉଚିତ୍ ଯେ ତାଙ୍କର କଥିତ ଶୈଳୀର ୧୦୦ରୁ ୯୦ଭାଗ ସଂସ୍କୃତ ଓଡ଼ିଆ ଶବ୍ଦ ଯୁକ୍ତ ଓ ବାକି ଖଦଡା଼ ଅଂଶ ଜନଜାତୀୟ ଓ ଆରବୀ ପାର୍ସୀ ଶବ୍ଦାଦି ଅଟେ ।
...ସଂସ୍କୃତ ଓ ଓଡ଼ିଆକୁ ଗୋଇଠା ମାରିଵା ଅର୍ଥ ନିଜ କଥିତ ଶୈଳୀକୁ ଗୋଇଠା ମାରିଵା...
No comments:
Post a Comment