ଜଣେ ସ୍ଵାକ୍ଷର କରି ଜାଣିନଥିଲେ ଟିପ ଚିହ୍ନ ଦିଏ ,ଆଉ ତା' ତଳେ ବା. ବୃ. ଟି. ଲେଖାଯାଏ !
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିଵ ଏହି ବା. ବୃ. ଟି. ବୋଇଲେ କ'ଣ ?
ଉତ୍ତର ବହୁତ ସହଜ ଓ ସରଳ ...
ବା=> ବାମହାତ
ବୃ=>ବୃଦ୍ଧ ଆଙ୍ଗୁଳି
ଟି=>ଟିପ ଚିହ୍ନ
ଦକ୍ଷିଣ ହସ୍ତରେ ଖାଦ୍ୟ ଭକ୍ଷଣଠାରୁ ଆରମ୍ଭ କରି ଲେଖାଲେଖି ଯାଏଁ ଅନେକ ଅତ୍ଯାଵଶ୍ଯକ କାର୍ଯ୍ୟ ସମ୍ପାଦନ ହେଉଥିଵା ହେତୁ ସାଧାରଣତଃ ଦଲିଲ ଆଦିରେ ବାମହସ୍ତ ବୃଦ୍ଧାଙ୍ଗୁଳିର ଅଗର ଛାପ ଵା ଟିପ ଚିହ୍ନ ଦିଆଯାଏ ।ପୁଣି ଅନ୍ଯ ଏକ ମତାନୁସାରେ ହାତର ସବୁ ଆଙ୍ଗୁଠି ମଧ୍ୟରେ ଉକ୍ତ ଆଙ୍ଗୁଠି ଉପରେ ସର୍ବାପେକ୍ଷାକମ୍ କାମ ଵା ଚପଟ ପଡ଼େ ଏଥିପାଇଁ ତାହା କ୍ଷତ ଵା ନଷ୍ଟ ହେଵାର ସଂଭାଵନା ଅନ୍ୟ ଆଙ୍ଗୁଠି ମାନଙ୍କ ଅପେକ୍ଷା କମ୍ ଏଥିପାଇଁ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ପୁଣି ନିଆଯାଇ ଉଭୟ ଟିପଚିହ୍ନକୁ ତୁଳନା କରି ଉକ୍ତ ମନୁଷ୍ଯକୁ ଚିହ୍ନଟ କରି ହେଵ ଏହି ଆଶାରେ ଉକ୍ତ ଆଙ୍ଗୁଠିର ଟିପଚିହ୍ନ ନିଆଯାଏ।
ଆଧୁନିକ ଯୁଗରେ ଆରମ୍ଭ ହୋଇଥିଵା ଏହି ନୂତନ ପଦ୍ଧତିର ଆଗମନ ହେଲାରୁ ଆମ ଭାଷାରେ କେତେକ କ୍ରିୟାଶବ୍ଦର ଉଦ୍ଭଵ ହୋଇଅଛି ...
ଯଥା—
୧)ଟିପଚିହ୍ନ ଦେଵା
ଟିପରେ କାଳି ଲଗାଇ ଦେଵାରୁ ଚିହ୍ନ ହୁଏ ବୋଲି ଏଭଳି ଶବ୍ଦ ସୃଷ୍ଟି ହୋଇଅଛି
୨)ଟିପ ଦେବା
ଅଵଶ୍ଯ ଟିପଦେଵା କ୍ରିୟା ଶବ୍ଦଟି ବହୁପୂର୍ଵରୁ ଓଡ଼ିଆ ଭାଷାରେ
(କ)ଲେଖାଲେଖି ଵା ଅନ୍ୟ କୌଣସି କାର୍ଯ୍ୟ କରିଵାକୁ ଆରମ୍ଭ କରିଵା
(ଖ) ଲେଖିଵା
(ଥାଉ ଥାଉ ଗୁଣ
କେଉଁ ବିଚକ୍ଷଣ ଟିପ ଦେବ ଦିଶୁ ନାହିଁ। ଅଭିମନ୍ଯୁ ବିଦଗ୍ଧଚିନ୍ତାମଣି।)
(ଗ)କୌଣସି ଵ୍ଯକ୍ତିର ଲେଖାକୁ ସଂଶୋଧନ କରିଵା ଵା କାଟିଦେଵା (ଘ)କୌଣସି ଵ୍ଯକ୍ତି ବା ବସ୍ତୁକୁ ଅଙ୍ଗୁଳିର ଅଗ୍ରଭାଗଦ୍ବାରା ସ୍ପର୍ଶ କରିଵା
ଇତ୍ୟାଦି ଅର୍ଥରେ ପ୍ରୟୋଗ ହେଉଥିଲା ।
ସେହିପରି ଓଡ଼ିଆ ଭାଷାରେ
(୩)ଟିପବସାଇବା
(୪)ଟିପ ଛୁଇଁବା ଵା ଛୁଆଁଇଵା
(୫)ଟିପ ଲଗାଇଵା
ଓ
(୬)ଟିପ ମାରିଵା ଆଦି ଆଦି ଅନେକ କ୍ରିୟା ଶବ୍ଦ ରହିଛି
No comments:
Post a Comment