ଆମ ଭାଷାରେ ଦୁଇ ପ୍ରକାରର ଭୀରୁ ଶବ୍ଦ ରହିଛି ତତ୍ସମ ଭୀରୁ ଓ ତଦ୍ଭଵ ଭୀରୁ । ତତ୍ସମ ଭୀରୁ ସାଧାରଣତଃ ଵିଶେଷ୍ୟ ଓ ଵିଶେଷଣ ଭାବେ ଵ୍ଯଵହାର ହୋଇଥାଏ । ଭୀରୁ ଶବ୍ଦର ନିରୁକ୍ତି ଭୀ ଧାତୁ+ଶୀଳାର୍ଥ କର୍ତ୍ତୃ ରୁ = ଭୀରୁ । ଏହାର ଵିଶେଷଣ ଅର୍ଥ— ଭୀତ ସ୍ବଭାଵ,କାପୁରୁଷ,ସ୍ବଭାଵତଃ ଭୟଶୀଳ,ଡରୁଆ,ଡରକୁଳା ଓ ଛେରୁଆ ।
ସେହିପରି ଭୀରୁ ଶବ୍ଦର ଵିଶେଷ୍ୟ ଅର୍ଥ
ଶୃଗାଳ, ବ୍ଯାଘ୍ରଏକପ୍ରକାର ଆଖୁର ନାମ,କଣ୍ଟକାରୀ(Solanum Indicum),ରୂପା,ଶତାବରୀ,ଶତପାଦିକା(Centipede),ଛାୟା,ସ୍ବଭାଵତଃ ଭୀତା ସ୍ତ୍ରୀ(ଏଠାରେ ଭୀରୁ ସ୍ତ୍ରୀଵାଚକ) ଓ ଛେଳି ଇତ୍ୟାଦି...
ସେହିପରି ଓଡ଼ିଆ ଭାଷାର ସାହିତ୍ୟରେ ଭୀରୁ ଶବ୍ଦଟି ଦୁଇଗୋଟି ସ୍ବତନ୍ତ୍ର ଅର୍ଥରେ ଵ୍ୟଵହାର ହୋଇଅଛି
ଯଥା—
(କ)ସ୍ତ୍ରୀ; ନାରୀ
ଭୀରୁଚିତ ଵର୍ଣ୍ଣେ ଚିତ୍ର ରଣ ଵିଭୀଷିକା।
(ରାଧାନାଥ, ମହାଯାତ୍ରା।)
(ଖ)ପତ୍ନୀ
ବଲାହକୁ ଜନ୍ମ ହୋଇଲା ପରା ଈଶ୍ବର ଭୀରୁ।
(ଵୈଦେହୀଶଵିଳାସ, ଉପେନ୍ଦ୍ର ଭଞ୍ଜ)
ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ ଭୀରୁ ଶବ୍ଦ ସମ୍ବନ୍ଧରେ ଥିଵା ତଥ୍ୟ ପ୍ରଦତ୍ତ ହେଲା...
⚫⚫⚫⚫⚫ଭୀରୁ(ତ୍ରୀଲିଙ୍ଗ)⚫⚫⚫⚫⚫
(ବିଭେତୀତି । ଭୀ ଭୟେ + “ଭିୟଃ କ୍ରୁକ୍ଲୁକନୌ । ” ୩ । ୨ । ୧୭୪ । ଇତି କ୍ରୁଃ । )
🔵ଭୟଶୀଳଃ ।
(ଯଥା, ମନୌ । ୭ । ୬୨ । “ତେଷାମର୍ଥେ ନିୟୁଞ୍ଜୀତ ଶୂରାନ୍ ଦକ୍ଷାନ୍ କୁଳୋଦ୍ଗତାନ୍ । ଶୁଚୀନାକରକର୍ମ୍ମାନ୍ତେ ଭୀରୂନନ୍ତର୍ନିଵେଶନେ ॥ ”)
ତତ୍ପର୍ଯ୍ଯାୟଃ — ତ୍ରସ୍ନୁଃ ୨ ଭୀରୁକଃ ୩ ଭୀଲୁକଃ ୪ । (ଇତ୍ଯମରଃ) । ୩ । ୧ । ୨୬ ॥ ଭୀଲୁଃ ୫ ।
(ଇତି ଶବ୍ଦରତ୍ନାଵଳୀ) ॥
⚫⚫⚫⚫⚫ଭୀରୁଃ(ସ୍ତ୍ରୀ,)⚫⚫⚫⚫⚫
(ବିଭେତୀତି । ଭୀ + “ଭିୟଃ କ୍ରୁକ୍ଲୁକନୌ । ” ୩ । ୨ । ୧୭୪ । ଇତି କ୍ରୁଃ । )
🔵ଭୟଶୀଳା ସ୍ତ୍ରୀ
,🔵 ଭୟପ୍ରକୃତିକା(ଇତ୍ଯମରଭରତୌ )॥
(ଯଥା, ଵିଷ୍ଣୁପୁରାଣେ । ୧ । ୧୫ । ୩୩ । “ସତ୍ଯଂ ଭୀରୁ ! ଵଦସ୍ଯେତତ୍ ପରିହାସୋଽଥଵା ଶୁଭେ ! । ଦିନମେକମହଂ ମନ୍ଯେ ତ୍ଵୟା ସାର୍ଦ୍ଧମିହାସିତମ୍ ॥ ”)
🔵ଶତାଵରୀ । (ଇତି ଧରଣିଃ, ଅମରଶ୍ଚ) ॥
(ଯଥା, — “ବହୁପୁତ୍ତ୍ରୀ ଵରା ଭୀରୁଃ ଶତମୂଳୀ ଶତାଵରୀ । ମହାପୁରୁଷଦନ୍ତା ଚ ପୀଵରୀନ୍ଦୀଵରୀ ଵରୀ ॥ )
(ଇତି ଵୈଦ୍ଯକରତ୍ନମାଲାଯାମ୍ ॥ )
🔵କଣ୍ଟକାରୀ ( ଇତି ଶବ୍ଦଚନ୍ଦ୍ରିକା)
🔵ଶତପାଦିକା ( ଇତି ଶବ୍ଦରତ୍ନାଵଳୀ)
🔵ଅଜା(goat)
🔵ଛାୟା
🔵ସ୍ତ୍ରୀ (ଇତି ରାଜନିର୍ଘଣ୍ଟଃ )
⚫⚫⚫⚫⚫ଭୀରୁଃ(ପୁଂ)⚫⚫⚫⚫⚫⚫
(ବିଭେତୀତି । ଭୀ + କ୍ରୁଃ । )
🔵ଶୃଗାଳଃ (ଇତି ଶବ୍ଦମାଳା)
🔵ଵ୍ଯାଘ୍ରଃ(ଇତି ରାଜନିର୍ଘଣ୍ଟଃ)
🔵ଇକ୍ଷୁଭେଦଃ(ଇତି ରତ୍ନମାଳା)
ଅସ୍ଯ ଗୁଣାଃ । ଶ୍ଲେଷ୍ମକାରିତ୍ଵମ୍ । ସ୍ଵାଦୁତ୍ଵମ୍ । ଅଵିଦାହିତ୍ଵମ୍ । ଗୁରୁତ୍ଵଞ୍ଚ ।
(ଇତି ରାଜଵଲ୍ଲଭଃ)
ସଂସ୍କୃତ କଳ୍ପଦ୍ରୁମ ଅଭିଧାନରୁ ସ୍ପଷ୍ଟ ହୁଏ ଯେ ଭୀରୁ ଶବ୍ଦ ତ୍ରିଲିଙ୍ଗି ଏଵଂ ଭିନ୍ନ ଭିନ୍ନ ଅର୍ଥ ଆଧାରରେ ପୁଂଵାଚକ ତଥା ସ୍ତ୍ରୀଵାଚକ ଶବ୍ଦ ଭାବେ ଵ୍ୟଵହାର ହୋଇଥାଏ ।
No comments:
Post a Comment